ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ: ୬ ମୃତ, ୬ ଗୁରୁତର

The Sakala Picture
Published On

ଭଦ୍ରକ/ ବାଲେଶ୍ବର: ଆଜି ଅପରାହ୍ଣରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଜନିତ ମୃତ୍ଯୁ ଘଟିଛି। ଭଦ୍ରକରେ ୨ ଓ ବାଲେଶ୍ବର ଜିଲ୍ଲାରେ ୨ଜଣଙ୍କର ମୃତ୍ଯୁ ଘଟିଥିବାବେଳେ ଢେଙ୍କାନାଳ, କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲାରେ ବିଲରେ ଚାଷ କରୁଥିବା ବେଳେ ବଜ୍ରପାତ ହୋଇଛି। ବଜ୍ରପାତରେ ଦୁଇଜଣଙ୍କର ମୃତ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଭଦ୍ରକଜିଲ୍ଲା ଆଗରପଡା ଥାନା ଭଗାରାମ ଗାଁରେ ଗୌର ଦାସ, ବାଲେଶ୍ବର ଜିଲ୍ଲା ଖଇରା ଥାନା […]

ଭଦ୍ରକ/ ବାଲେଶ୍ବର: ଆଜି ଅପରାହ୍ଣରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଜନିତ ମୃତ୍ଯୁ ଘଟିଛି। ଭଦ୍ରକରେ ୨ ଓ ବାଲେଶ୍ବର ଜିଲ୍ଲାରେ ୨ଜଣଙ୍କର ମୃତ୍ଯୁ ଘଟିଥିବାବେଳେ ଢେଙ୍କାନାଳ, କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ଭଦ୍ରକ ଜିଲ୍ଲାରେ ବିଲରେ ଚାଷ କରୁଥିବା ବେଳେ ବଜ୍ରପାତ ହୋଇଛି। ବଜ୍ରପାତରେ ଦୁଇଜଣଙ୍କର ମୃତ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଭଦ୍ରକଜିଲ୍ଲା ଆଗରପଡା ଥାନା ଭଗାରାମ ଗାଁରେ ଗୌର ଦାସ, ବାଲେଶ୍ବର ଜିଲ୍ଲା ଖଇରା ଥାନା ପଦୁନା ଗାଁରେ ରାକେଶ ତିଆଡି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆଗରପଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ପରେ ଦୁଇ ଜଣ ଗୁରୁତର ଅବସ୍ଥାରେ ଆଗରପଡ଼ା ମେଡିକାଲରେ ଗୋପୀନାଥପୁର ଅଞ୍ଚଳର ରମାକାନ୍ତ ସାହୁ ଓ ହରିପୁର ଅଞ୍ଚଳର ଚଞ୍ଚଳା ମହଲା ଗୁରୁତର ଭାବେ ଭର୍ତ୍ତି ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ସେହିପରି, ବାଲେଶ୍ବର ଜିଲ୍ଲାର ଖଇରା ଥାନା ହରିପୁର ଗ୍ରାମର ରାକେଶ ତିଆଡ଼ି ବିଲରେ କାମ କରୁଥିବା ବେଳେ ବଜ୍ରାପାତ ମାରିଥିଲା । ପରିବାର ରାକେଶ ତିଆଡ଼ିଙ୍କୁ ଗୁରୁତର ଅବସ୍ଥାରେ ଆଗରପଡା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେହିପରି ଉକ୍ତ ଗ୍ରାମର ଚଞ୍ଚଳା ବାହାଳିଆ ବିଲ କାମ କରୁଥିବା ବେଳେ ବଜ୍ରାପାତ ହେଇଥିଲା। ଚଞ୍ଚଳା ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ନୀଳଗିରି ଓଲଡଙ୍ଗ୍‌ ଅଞ୍ଚଳରେ କାମ କରିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଅନ୍ୟପକ୍ଷରେ, କେନ୍ଦ୍ରାପଡ଼ା ସାଦର ଥାନା ଅଧୀନ ଆୟାବା ଗ୍ରାମର ବଳରାମ ନାୟକ ବିଲରେ କାମ କରୁଥିବା ସମୟରେ ବଜ୍ରପାତରେ ମୃତ୍ଯୁ ଘଟିଛି। ଢେଙ୍କାନାଳ କାମାକ୍ଷାନଗର କୁଦୁଆ ଗାଁରେ ବଜ୍ରାପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ବଜ୍ରପାତରେ ୩ ଜଣ ଗୁରୁତର ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର