ରାଜ୍ୟରେ ମୌସୁମୀ ସ୍ଥିର, ସପ୍ତାହେ ପର୍ଯ୍ୟନ୍ତ ସ୍ଥିତି ଅପରିବର୍ତ୍ତିତ; ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ଆଶଙ୍କା

The Sakala Picture
Published On

ଭୁବନେଶ୍ୱର: ମୌସୁମୀ ବ୍ରେକ୍‍ ଯୋଗୁଁ ରାଜ୍ୟରେ ବର୍ଷା ଉଭାନ ହୋଇଯାଇଛି। ବର୍ଷା କମିବା ପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ଗଲା ୨-୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସୋମବାର ରାଜ୍ୟର ୬ ଟି ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ଚାନ୍ଦବାଲିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୫.୮ ଡିଗ୍ରୀ ସେଲସିୟସ ରହିଛି। ଅନ୍ୟପଟେ ତାପମାତ୍ରା ସାଙ୍ଗକୁ ବାୟୁର ଆର୍ଦ୍ରତା ଅଧିକ ରହୁଥିବାରୁ […]

ଭୁବନେଶ୍ୱର: ମୌସୁମୀ ବ୍ରେକ୍‍ ଯୋଗୁଁ ରାଜ୍ୟରେ ବର୍ଷା ଉଭାନ ହୋଇଯାଇଛି। ବର୍ଷା କମିବା ପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ଗଲା ୨-୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସୋମବାର ରାଜ୍ୟର ୬ ଟି ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ଚାନ୍ଦବାଲିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୫.୮ ଡିଗ୍ରୀ ସେଲସିୟସ ରହିଛି। ଅନ୍ୟପଟେ ତାପମାତ୍ରା ସାଙ୍ଗକୁ ବାୟୁର ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ପରିସ୍ଥିତି ସୃଷ୍ଟି ହେଉଛି। ଯାହାକି ଜନଜୀବନ ଅସ୍ତବ୍ୟସ୍ତ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମୌସୁମୀ ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ହିମାଳୟ ପାଦଦେଶରେ ଅବସ୍ଥାନ କରୁଛି। ଏଥିପାଇଁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହୁଛି। ଏହା ପ୍ରଭାବରେ ଦିନ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ବୃଦ୍ଧି ସହ ଉପକୂଳ ଓଡ଼ିଶାର ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପର ଉପସ୍ଥିତି ହେତୁ ଗୁଳୁଗୁଳି ଅନୁଭୂତ ହେଉଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଅନ୍ୟପଟେ ମୌସୁମୀ ବ୍ରେକ୍‍ ସମୟରେ ଅଧିକ ବିଜୁଳି ଘଡ଼ଘଡ଼ି ସୃଷ୍ଟି ହେବା ପାଇଁ ପରିସ୍ଥିତି ଅନୁକୂଳ ରହୁଛି। ତେଣୁ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ୩୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୋଦ୍ଧ, ଅନୁଗୁଳ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ସାଧାରଣତଃ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନ ହେବା ପର୍ଯ୍ୟନ୍ତ ମୌସୁମୀ ସ୍ୱାଭାବିକ ଅବସ୍ଥାକୁ ଫେରି ନ ଥାଏ। ମାତ୍ର ଆସନ୍ତା ସପ୍ତାହେ ମଧ୍ୟରେ ବଙ୍ଗୋପସାଗରରେ କୌଣସି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନ ଥିବାରୁ ଏହି ସ୍ଥିତି ଜାରି ରହିବାର ଆଶଙ୍କା କରାଯାଉଛି। ଅନ୍ୟପଟେ ମୌସୁମୀ ଜନିତ ବର୍ଷା ନ ହେଲେ ମଧ୍ୟ ଗରମ ଗୁଳୁଗୁଳି ଯୋଗୁଁ ବିଭିନ୍ନ ସମୟରେ ଉପରବେଳା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର