ଦଶହରାରେ ହାଲୁକା ବର୍ଷା: ଓଡ଼ିଶାରେ ବାତ୍ୟାର ପ୍ରଭାବ କ୍ଷୀଣ, ଅଶାନ୍ତ ରହିବ ସମୁଦ୍ର

The Sakala Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ, ସମ୍ଭାବ୍ୟ ଅବପାତ ଓ ଘୂର୍ଣ୍ଣିଝଡ଼ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ତେବେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅନ୍ୟ ଅଞ୍ଚଳ ଆପାତତଃ ଶୁଖିଲା ରହିବ । ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସୋମବାର ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ । […]

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ, ସମ୍ଭାବ୍ୟ ଅବପାତ ଓ ଘୂର୍ଣ୍ଣିଝଡ଼ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ତେବେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅନ୍ୟ ଅଞ୍ଚଳ ଆପାତତଃ ଶୁଖିଲା ରହିବ । ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସୋମବାର ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ । ବାତ୍ୟା ରୂପ ନେଲେ ଏହାର ନାମ ରହିବ ‘ହାମୁନ୍‌’ ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ବାତ୍ୟା ସୃଷ୍ଟି ହେବା ପରେ ବାଂଲାଦେଶ ମୁହାଁ ହେବାର ଥିବାରୁ ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲାରେ ପାଗ ଶୁଖିଲା ରହିବ । ୨୩ ଓ ୨୪ ତାରିଖରେ ଏସବୁ ସହରରେ ବର୍ଷାର ସମ୍ଭାବନା କମ୍‌ ଅଛି । ତେବେ ୨୩ରେ ପୁରୀ, ପାରାଦ୍ୱୀପ, କେନ୍ଦ୍ରାପଡ଼ା ଏବଂ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ହାଲୁକା ଏବଂ ୨୪ ତାରିଖରେ କେନ୍ଦ୍ରାପଡ଼ା, ଚାନ୍ଦବାଲି, ଭଦ୍ରକ ଓ ବାଲେଶ୍ୱରରେ ସ୍ୱଳ୍ପ ବର୍ଷା ହୋଇପାରେ । ଏହି ସମୟରେ ରାଜ୍ୟର ଅନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ । ୨୫ ତାରିଖ ଦିନ ଉତ୍ତର ଉପକୂଳ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ଅଛି । ବର୍ଷା ସମୟରେ ପବନ ବହିବ ନାହିଁ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

ଅପରପକ୍ଷେ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ ସୋମବାର ଉପକୂଳ ଜିଲ୍ଲାକୁ ବାଦ୍‌ ଦେଲେ ଅନ୍ୟ ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ । ୨୪ ତାରିଖ ଦିନ ଉପକୂଳ ଜିଲ୍ଲାର କିଛି ଅଞ୍ଚଳରେ ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେ଼ଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ସାମାନ୍ୟ ବର୍ଷା ସମ୍ଭାବନା ଅଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ କୂଳକୁ ଫେରି ଆସନ୍ତୁ ବୋଲି ସତର୍କ ସୂଚନା ଜାରି କରାଯାଇଛି । ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘଣ୍ଟାକୁ ୬ କିମି ବେଗରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହେବ । ଏହା ପରେ ଗତିପଥ ବଦଳାଇ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ପରବର୍ତ୍ତି ତିନି ଦିନ ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମୁହାଁ ହୋଇ ୨୪ ତାରିଖରେ ବାତ୍ୟାର ରୂପ ନେବା ସମ୍ଭାବନା ଅଛି । ଆଇଏମ୍‌ଡି ମହାନିର୍ଦ୍ଦେଶକ ଡ଼ଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୨୩ରୁ ୨୪ ତାରିଖରେ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ପବନ ସମ୍ଭାବନା ଅଛି ଏବଂ ୨୪ ତାରିଖରେ ପବନ ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପହଞ୍ଚିବ ବୋଲି ସେ କହିଛନ୍ତି । ଅପରପକ୍ଷେ ବର୍ଷା ପାଇଁ ଉପକୂଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ତଳିଆ ଅଞ୍ଚଳ ଉପରେ ନଜର ରଖିବା ସହ ଆବଶ୍ୟକ ହେଲେ ସୁରକ୍ଷିତ ସ୍ଥାନ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

23 Oct 2023 By The Sakala

ଦଶହରାରେ ହାଲୁକା ବର୍ଷା: ଓଡ଼ିଶାରେ ବାତ୍ୟାର ପ୍ରଭାବ କ୍ଷୀଣ, ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ, ସମ୍ଭାବ୍ୟ ଅବପାତ ଓ ଘୂର୍ଣ୍ଣିଝଡ଼ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ତେବେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅନ୍ୟ ଅଞ୍ଚଳ ଆପାତତଃ ଶୁଖିଲା ରହିବ । ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସୋମବାର ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ । ବାତ୍ୟା ରୂପ ନେଲେ ଏହାର ନାମ ରହିବ ‘ହାମୁନ୍‌’ ।

ବାତ୍ୟା ସୃଷ୍ଟି ହେବା ପରେ ବାଂଲାଦେଶ ମୁହାଁ ହେବାର ଥିବାରୁ ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲାରେ ପାଗ ଶୁଖିଲା ରହିବ । ୨୩ ଓ ୨୪ ତାରିଖରେ ଏସବୁ ସହରରେ ବର୍ଷାର ସମ୍ଭାବନା କମ୍‌ ଅଛି । ତେବେ ୨୩ରେ ପୁରୀ, ପାରାଦ୍ୱୀପ, କେନ୍ଦ୍ରାପଡ଼ା ଏବଂ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ହାଲୁକା ଏବଂ ୨୪ ତାରିଖରେ କେନ୍ଦ୍ରାପଡ଼ା, ଚାନ୍ଦବାଲି, ଭଦ୍ରକ ଓ ବାଲେଶ୍ୱରରେ ସ୍ୱଳ୍ପ ବର୍ଷା ହୋଇପାରେ । ଏହି ସମୟରେ ରାଜ୍ୟର ଅନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ । ୨୫ ତାରିଖ ଦିନ ଉତ୍ତର ଉପକୂଳ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ଅଛି । ବର୍ଷା ସମୟରେ ପବନ ବହିବ ନାହିଁ ବୋଲି ସେ କହିଛନ୍ତି ।

ଅପରପକ୍ଷେ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ ସୋମବାର ଉପକୂଳ ଜିଲ୍ଲାକୁ ବାଦ୍‌ ଦେଲେ ଅନ୍ୟ ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ । ୨୪ ତାରିଖ ଦିନ ଉପକୂଳ ଜିଲ୍ଲାର କିଛି ଅଞ୍ଚଳରେ ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେ଼ଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ସାମାନ୍ୟ ବର୍ଷା ସମ୍ଭାବନା ଅଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ କୂଳକୁ ଫେରି ଆସନ୍ତୁ ବୋଲି ସତର୍କ ସୂଚନା ଜାରି କରାଯାଇଛି । ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ଯେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘଣ୍ଟାକୁ ୬ କିମି ବେଗରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହେବ । ଏହା ପରେ ଗତିପଥ ବଦଳାଇ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ପରବର୍ତ୍ତି ତିନି ଦିନ ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମୁହାଁ ହୋଇ ୨୪ ତାରିଖରେ ବାତ୍ୟାର ରୂପ ନେବା ସମ୍ଭାବନା ଅଛି । ଆଇଏମ୍‌ଡି ମହାନିର୍ଦ୍ଦେଶକ ଡ଼ଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୨୩ରୁ ୨୪ ତାରିଖରେ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ପବନ ସମ୍ଭାବନା ଅଛି ଏବଂ ୨୪ ତାରିଖରେ ପବନ ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପହଞ୍ଚିବ ବୋଲି ସେ କହିଛନ୍ତି । ଅପରପକ୍ଷେ ବର୍ଷା ପାଇଁ ଉପକୂଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ତଳିଆ ଅଞ୍ଚଳ ଉପରେ ନଜର ରଖିବା ସହ ଆବଶ୍ୟକ ହେଲେ ସୁରକ୍ଷିତ ସ୍ଥାନ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର