୨୮ରେ ଧଉଳି ଶାନ୍ତିସ୍ତୂପର ୫୧ ତମ ପ୍ରତିଷ୍ଠା ଦିବସ; ପୁଣି ଅଚଳ ହୋଇପଡ଼ିଛି ‘ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ୍‌‌ ସୋ’

The Sakala Picture
Published On

ଭୁବନେଶ୍ୱର: ପୁଣି ଅଚଳ ହୋଇପଡ଼ିଛି ଧଉଳି ‘ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ ସୋ’। ଶୁଣିବାକୁ ମିଳୁନି କଳିଙ୍ଗ ଯୁଦ୍ଧର ରକ୍ତରଞ୍ଜିତ କଥାବସ୍ତୁ, କି ଦେଖିବାକୁ ମିଳୁନି ମୌର୍ଯ୍ୟ ସମ୍ରାଜ୍ୟର ବିଦ୍ରୋହ ଗାଥା। ସମ୍ରାଟ ଅଶୋକଙ୍କ ବୀରତ୍ୱର ଗାଥା ଶୁଣିବାରୁ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ। ଓଡ଼ିଶା ପର୍ଯ୍ୟଟନର ସ୍ୱର୍ଣ୍ଣ ତ୍ରିଭୁଜରୁ ଏହି କୋଣ ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରୁଥିଲେ ବି ଏହି ସୋ’ ଅଚଳାବସ୍ଥାରେ ଥିବାରୁ ନିରାଶ ହେଉଛନ୍ତି ପର୍ଯ୍ୟଟକ। ସୂଚନା ଅନୁସାରେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ […]

ଭୁବନେଶ୍ୱର: ପୁଣି ଅଚଳ ହୋଇପଡ଼ିଛି ଧଉଳି ‘ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ ସୋ’। ଶୁଣିବାକୁ ମିଳୁନି କଳିଙ୍ଗ ଯୁଦ୍ଧର ରକ୍ତରଞ୍ଜିତ କଥାବସ୍ତୁ, କି ଦେଖିବାକୁ ମିଳୁନି ମୌର୍ଯ୍ୟ ସମ୍ରାଜ୍ୟର ବିଦ୍ରୋହ ଗାଥା। ସମ୍ରାଟ ଅଶୋକଙ୍କ ବୀରତ୍ୱର ଗାଥା ଶୁଣିବାରୁ ବଞ୍ଚିତ ହେଉଛନ୍ତି ପର୍ଯ୍ୟଟକ। ଓଡ଼ିଶା ପର୍ଯ୍ୟଟନର ସ୍ୱର୍ଣ୍ଣ ତ୍ରିଭୁଜରୁ ଏହି କୋଣ ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରୁଥିଲେ ବି ଏହି ସୋ’ ଅଚଳାବସ୍ଥାରେ ଥିବାରୁ ନିରାଶ ହେଉଛନ୍ତି ପର୍ଯ୍ୟଟକ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

ସୂଚନା ଅନୁସାରେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ୬ଲକ୍ଷ ୬କୋଟି ଟଙ୍କା ବ୍ୟୟରେ ୨୦୧୫ ଅଗଷ୍ଟ ମାସରେ ଓଡ଼ିଶାର ପ୍ରଥମ ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ ସୋ’ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଅତ୍ୟାଧୁନିକ ଥ୍ରୀ-ଡି ପ୍ରୋଜେକସନ୍‌‌ ମ୍ୟାପିଂ ଟେକ୍‌‌ନୋଲୋଜି ସହ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଏହାର ଡିଜାଇନ୍‌‌ ପ୍ରସ୍ତୁତ କରିଥିଲେ। ଅଶୋକଙ୍କ କଳିଙ୍ଗ ଯୁଦ୍ଧ କଥା ଓ କଳିଙ୍ଗ ସମ୍ପର୍କିତ ଗାଥାକୁ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଅଭିନେତା କବିର ବେଦୀ, ଓମ୍‌‌ ପୁରୀ ଓ ବିଜୟ ମହାନ୍ତିଙ୍କ କଣ୍ଠସ୍ୱରରେ ଶୁଣିବାକୁ ମିଳୁଥିଲା। ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ସନ୍ଧ୍ୟା ୬ଟା ଓ ୬.୪୫ରେ ଏହି ସୋ ୩୫ ମିନିଟ୍‌‌ ଲେଖାଏ ପ୍ରଦର୍ଶିତ ହେଉଥିଲା। ଯାହା ଧଉଳିର ଗାରିମା ବଢ଼଼ାଉଥିଲା। ସନ୍ଧ୍ୟା ହେଲେ ୨୫ଟଙ୍କା ଲେଖାଏଁ ଟିକଟ୍‌‌ କାଟି ସୋ’ ଦେଖିବାକୁ ପର୍ଯ୍ୟଟକଙ୍କ ଲାଇନ୍‌‌ ଲାଗୁଥିଲା।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

ତେବେ ସାମୁଦ୍ରିକ ଝଡ଼ ଫାନିରେ କ୍ଷତିଗ୍ରସ୍ତ ହୋଇଥିବାରୁ ଅନେକ ଦିନ ଧରି ଧଉଳି ‘ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ ସୋ’ ବନ୍ଦ ରହିଥିଲା। ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପରେ ତାହାର ମରାମତି କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇଥିଲା। କିଛିଦିନ ଚାଲିବା ପରେ ଗତ ୨୦୨୦ଫେ଼ବୃଆରୀ ମାସରୁ ପୁଣି ଥରେ ବନ୍ଦ ହୋଇଥିଲା। ତେବେ ଗତବର୍ଷ ଅକ୍ଟୋବର ୨୮ ତାରିଖରେ ପାଳନ ହୋଇଥିଲା ଧଉଳି ଶାନ୍ତସ୍ତୂପର ୫୦ତମ ପୂର୍ତ୍ତି। ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଜାପାନ, ଆମେରିକା, କାଜାକ୍‌‌ସ୍ତାନ, ଶ୍ରୀଲଙ୍କା, ଚୀନ୍‌‌, ୟୁକ୍ରେନ୍‌‌ ଆଦି ଦେଶର ବହୁ ସଂଖ୍ୟାରେ ବୌଦ୍ଧ ସନ୍ନ୍ୟାସୀ ଓ ବୌଦ୍ଧ ଭିକ୍ଷୁକ ଯୋଗଦେଇଥିଲେ। ବୌଦ୍ଧ ଧର୍ମର ଲୋଟସ୍‌‌ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଶାନ୍ତିସସ୍ତୂପ। ତେବେ ଫନୀ ପରଠାରୁ ଅଚଳାବସ୍ଥାରେ ପଡ଼ି ରହିଥିବା ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ୍‌‌ ସୋ ଧଉଳିର ୫୦ତମ ପୂର୍ତ୍ତି ଦିବସରେ କାର୍ଯ୍ୟକାରୀ କରାଯାଇଥିଲା। ପୂର୍ବଭଳି ସନ୍ଧ୍ୟାରେ ପର୍ଯ୍ୟଟକମାନେ ଏହାକୁ ଉପଭୋଗ କରିବାର ସୁଯୋଗ ପାଉଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯଥା ପୂର୍ବ ତଥା ପରଂ। ପୁଣି ଥରେ ପୂର୍ବଭଳି ଅଚଳ ହୋଇ ପଡ଼ିରହିଛି ଏହି ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ୍‌‌ ବ୍ୟବସ୍ଥା।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ତେବେ ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବା ବେଳେ ଏଠାରେ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଭିଡ଼ ଜମିଥାଏ। ହେଲେ ‘ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ୍‌‌ ସୋ’ ଅଚଳ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ। ଏ ନେଇ ପର୍ଯ୍ୟଟନ ଅଧିକାରୀ ଅଞ୍ଜନ ବାରିକ୍‌‌ କହିଛନ୍ତି ଯେ, ଏହି ପ୍ରୋଜେକସନ୍‌‌ ମ୍ୟାପିଂ ଟେକ୍ନୋଲୋଜି ଖରାପ ହୋଇଥିବାରୁ ତାହାକୁ ମରାମତି କରାଯାଇଥିଲା। ତେବେ ୨୦ଦିନ ହେବ ପୁଣି ଖରାପ ହୋଇଥିବାରୁ ଏହାକୁ ମରାମତି ନକରି ନୂଆ ପ୍ରୋଜେକସନ୍‌‌ ମ୍ୟାପିଂ ଟେକ୍‌‌ନୋଲୋଜି ଲଗାଯିବାକୁ ଯୋଜନା ରହିଛି। ଏଥିପାଇଁ ଖୁବ୍‌‌ଶୀଘ୍ର ଟେଣ୍ଡର ପ୍ରୋସେସ୍‌‌ ଆରମ୍ଭ ହୋଇ ପୂର୍ବଭଳି ଲାଇଟ୍‌‌ ଆଣ୍ଡ୍‌‌ ସାଉଣ୍ଡ ସୋ’ କାର୍ଯ୍ୟକାରୀ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର