ରାସ୍ତାକଡ଼ରେ ବିତୁଛି ଜୀବନ : ଚନ୍ଦ୍ରମାଙ୍କ ପାଇଁ ଜରିଅଖା ପାଲଟିଛି ସାହାରା

The Sakala Picture
Published On

ଭୁବନେଶ୍ୱର : ବୟସ ଏବେ ଜୀବନର ଅପରାହ୍ଣରେ। କିନ୍ତୁ ଆଶ୍ରୟ ନେବା ପାଇଁ ନା ଅଛି ଘର କି ସରକାରୀ ଆଶ୍ରୟସ୍ଥଳୀ। କୌଣସି ସରକାରୀ ଯୋଜନା କି ସ୍ୱେଚ୍ଛାସେବୀ ସଂଗଠନର ସହାୟତା ବି ମିଳିନାହିଁ। ଯେଉଁଥିପାଇଁ ରାଜଧାନୀର ରାସ୍ତାକଡ଼ରେ ବିତୁଛି ତାଙ୍କର ଜୀବନ। ସ୍ମାର୍ଟସିଟିର ଏକ ନମ୍ବର ହାଟ ଗଳି ରାସ୍ତାକଡ଼ରେ ଦୁର୍ବିସହ ଜୀବନ ବିତାଉଥିବା ବୃଦ୍ଧା ଜଣକ ହେଲେ ଜି. ଚନ୍ଦ୍ରମା। ୮୦ ବର୍ଷିୟା ଚନ୍ଦ୍ରମା ୩ମାସ ଧରି ଏଭଳି ଜୀବନ ବିତାଉଛନ୍ତି। ଏକଦା ଗାଁ […]

ଭୁବନେଶ୍ୱର : ବୟସ ଏବେ ଜୀବନର ଅପରାହ୍ଣରେ। କିନ୍ତୁ ଆଶ୍ରୟ ନେବା ପାଇଁ ନା ଅଛି ଘର କି ସରକାରୀ ଆଶ୍ରୟସ୍ଥଳୀ। କୌଣସି ସରକାରୀ ଯୋଜନା କି ସ୍ୱେଚ୍ଛାସେବୀ ସଂଗଠନର ସହାୟତା ବି ମିଳିନାହିଁ। ଯେଉଁଥିପାଇଁ ରାଜଧାନୀର ରାସ୍ତାକଡ଼ରେ ବିତୁଛି ତାଙ୍କର ଜୀବନ। ସ୍ମାର୍ଟସିଟିର ଏକ ନମ୍ବର ହାଟ ଗଳି ରାସ୍ତାକଡ଼ରେ ଦୁର୍ବିସହ ଜୀବନ ବିତାଉଥିବା ବୃଦ୍ଧା ଜଣକ ହେଲେ ଜି. ଚନ୍ଦ୍ରମା। ୮୦ ବର୍ଷିୟା ଚନ୍ଦ୍ରମା ୩ମାସ ଧରି ଏଭଳି ଜୀବନ ବିତାଉଛନ୍ତି। ଏକଦା ଗାଁ ଛାଡ଼ି ଭୁବନେଶ୍ୱର ଚାଲି ଆସିଥିବା ଚନ୍ଦ୍ରମାଙ୍କ ସ୍ୱାମୀ କାମଧନ୍ଦା କରି ପରିବାର ଚଳାଉଥିଲେ। କିନ୍ତୁ ଦୈବ ତାଙ୍କ ଉପରେ ଦାଉ ସାଧିଲା। ସମୟର କରାଳ ସ୍ରୋତରେ ଏକା କରି ସ୍ୱାମୀ ଚାଲିଗଲେ। ନିଜର ଜନ୍ମିତ ୨ ଝିଅଙ୍କ ଭିତରୁ ବଡ଼ଝିଅ ବାହା ହୋଇଯାଇଥିବା ବେଳେ ସାନଝିଅ ବି ଆରପାରିକି ଚାଲିଗଲା।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଫଳରେ ଗତ ୫ବର୍ଷରୁ ଊର୍ଦ୍ଧ୍ବ ହେବ ମାର୍କେଟର ଗଳିକନ୍ଦି ବୁଲି ମାଗିଯାଚି ଚଳୁଥିଲେ। ବୟସର ଅପରାହ୍ଣରେ ଶରୀର ଦୁର୍ବଳ ହୋଇଯିବାରୁ ଏବେ ଅସହାୟ ଜୀବନ ବିତାଉଛନ୍ତି। ଶୀତ, କାକର ଓ ବର୍ଷାରେ ବି ବାହାରେ କଟୁଛି। ମହିଳା ଥାନା ପଛପଟେ ଅତି ଅସହାୟ ଅବସ୍ଥାରେ ପଡ଼ିରହିଛନ୍ତି। କେବଳ ଗୋଟିଏ କାଗଜ ପଟି ଉପରେ ଶୋଇବା ସହ ଜରି ଅଖା ତାଙ୍କ ସାହା ପାଲଟିଛି। ପରିଣତ ବୟସରେ ଏବେ ତାଙ୍କର ସାହା ଭରସା ବୋଲି କେହି ନ ଥିବାରୁ ବେସାହାରା ହୋଇପଡ଼ିଛନ୍ତି। ବାର୍ଦ୍ଧକ୍ୟରେ ପଡ଼ି ଏବେ ଠିକ୍‍ଭାବେ ଚଲାବୁଲା ମଧ୍ୟ କରିପାରୁ ନାହାଁନ୍ତି। ଯେଉଁଠି ଖାଉଛନ୍ତି, ସେଇଠି ଶୋଉଛନ୍ତି। କେତେବେଳେ କିଏ କିଛି କିଣି ଆଣି ଖାଇବାକୁ ଦେଉଛନ୍ତି ତ ଆଉ କେବେ କେବେ ଉପାସ ଶୋଉଛନ୍ତି। ଏମିତିକି ଭଲରେ କଥାବାର୍ତ୍ତା ମଧ୍ୟ କରିପାରୁ ନାହାନ୍ତି।

ଆହୁରି ପଢ଼ନ୍ତୁ: ଓରାଙ୍ଗଉଟାନ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଙ୍ଗଲ ମନ୍ତ୍ରୀ

ସବୁଠାରୁ ଦୁଃଖର ବିଷୟ ହେଉଛି କରୋନା ମହାମାରୀର ୨ୟ ଲହରର ଲକ୍‍ଡାଉନ୍‍ ସମୟରେ ବିଏମ୍‍ସିର ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। କିନ୍ତୁ କିଛିଦିନ ସେଠାରେ ରଖାଯିବାପରେ ପୁଣିଥରେ ତାଙ୍କୁ ସେହି ରାସ୍ତାକଡ଼ରେ ଛାଡ଼ିଦିଆଯାଇଥିବା ତାଙ୍କ ସମ୍ପର୍କୀୟମାନେ କହିଛନ୍ତି। ଏମିତିକି ଚନ୍ଦ୍ରମା ଚଲାବୁଲା କରିପାରୁ ନ ଥିବାବେଳେ ସେ କିଭଳି ଆଶ୍ରୟସ୍ଥଳୀରୁ ରାସ୍ତାକଡ଼କୁ ଆସିଲେ ବୋଲି ତାଙ୍କ ସମ୍ପର୍କୀୟ ନାତୁଣୀ ଜି. ପାରୋ କହିଛନ୍ତି। ଏମିତି ରାସ୍ତାକଡ଼ରେ କାହିଁକି ପଡ଼ିଛନ୍ତି ବୋଲି ପଚାରିବାରୁ ଚନ୍ଦ୍ରମା ନୈରାଶ୍ୟଭରା କଣ୍ଠରେ ପାଲଟା ପ୍ରଶ୍ନ କରନ୍ତି ମୋର କେଉଁଠି କିଏ ଅଛି ଯେ, କାହା ପାଖକୁ ଯିବି? କେତେ ଦୈବିଦୁର୍ବିପାକ ସହିଛି, କେତେବେଳେ ସେମିତି କିଛି ଦୁର୍ବିପାକରେ ଜୀବନ ଚାଲିଯିବବୋଲି କୁହନ୍ତି ଚନ୍ଦ୍ରମା।

ଆହୁରି ପଢ଼ନ୍ତୁ: ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର