ଜୀବନ ରକ୍ଷାକାରୀ ସରଳ ସିପିଆର କୌଶଳର ତାଲିମ ସମୟର ବଡ଼ ଆହ୍ବାନ: ଡ. ଆଶୁତୋଷ ବିଶ୍ୱାସ

The Sakala Picture
Published On

ଭୁବନେଶ୍ୱର: ଭାରତରେ ପ୍ରତି ଚାରି ଜଣରେ ଜଣଙ୍କର ମୃତ୍ୟୁ ହୃଦ୍‌ଘାତ କାରଣରୁ ହୋଇଥାଏ। ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦ୍ ରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ନିକଟରେ ହସ୍ପିଟାଲ ବାହାରେ ହଠାତ୍ ହୃଦ୍‌ଘାତ କାରଣରୁ ଦେଶରେ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଦେଖାଯାଇଛି। ଅଧ୍ୟୟନ ଅନୁଯାୟୀ, କୋଭିଡ ଏବଂ ଏହାର ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଘରେ ଥିବା ସମୟରେ ହୃଦ୍‌ଘାତର ମାତ୍ରା ୬୦ରୁ ୯୦ ପ୍ରତିଶତରୁ ଅଧିକ ବୃଦ୍ଧି […]

ଭୁବନେଶ୍ୱର: ଭାରତରେ ପ୍ରତି ଚାରି ଜଣରେ ଜଣଙ୍କର ମୃତ୍ୟୁ ହୃଦ୍‌ଘାତ କାରଣରୁ ହୋଇଥାଏ। ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦ୍ ରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ନିକଟରେ ହସ୍ପିଟାଲ ବାହାରେ ହଠାତ୍ ହୃଦ୍‌ଘାତ କାରଣରୁ ଦେଶରେ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଦେଖାଯାଇଛି। ଅଧ୍ୟୟନ ଅନୁଯାୟୀ, କୋଭିଡ ଏବଂ ଏହାର ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଘରେ ଥିବା ସମୟରେ ହୃଦ୍‌ଘାତର ମାତ୍ରା ୬୦ରୁ ୯୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ହୃଦ୍‌ଘାତ ହୃଦରୋଗ ସମେତ ଅନେକ ପ୍ରାଣଘାତୀ ବିପଦର କାରଣ ପାଲଟିଥାଏ ବୋଲି ଆମେରିକାନ ହାର୍ଟ ଆସୋସିଏସନ୍ (ଏଏଚଏ) ଏବଂ ଏମ୍ସ ଭୁବନେଶ୍ୱରର ମିଳିତ ଉଦ୍ୟମରେ ଭାରତରେ କମ୍ୟୁନିଟି ସିଆରପି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବଜାୟ ରଖିବା ନିମନ୍ତେ ହୃଦ୍‌ଘାତର ୨-୩ ମିନିଟ୍ ମଧ୍ୟରେ କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍(ସିପିଆର) ପ୍ରଦାନ ବେଶ ଗୁରୁତ୍ୱପୂର୍ଣ୍ଣ। ତୁରନ୍ତ ଚିକିତ୍ସା ସୁବିଧା କିମ୍ବା ଆମ୍ବୁଲାନ୍ସ ଉପଲବ୍ଧତା ସମୟ ପାଇବା ପାଇଁ ହୃଦ୍‌ଘାତର କିଛି ସମୟ ମଧ୍ୟରେ ଏହି ଜୀବନ ରକ୍ଷାକାରି ହସ୍ତକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ଚିକିତ୍ସା ସେବା ଉପଲବ୍ଧ ନହେବା ପର୍ଯ୍ୟନ୍ତ ମସ୍ତିଷ୍କକୁ ଜୀବିତ ରଖିବା ନିମନ୍ତେ ଉକ୍ତ ସ୍ଥାନରେ ଉପସ୍ଥିତ ବ୍ୟକ୍ତିଙ୍କ ଭୂମିକା (ଜୀବନ ରକ୍ଷାକାରୀ) ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ହୃଦ୍‌ଘାତରୁ ବଞ୍ଚିବା ମୁଖ୍ୟତଃ ସିପିଆର କେତେ ଶୀଘ୍ର ଆରମ୍ଭ ହୁଏ ଏବଂ ଦିଆଯାଇଥିବା ସିପିଆରର ଗୁଣବତ୍ତା ଉପରେ ନିର୍ଭର କରେ । ଭାରତରେ ଗୋଷ୍ଠୀଙ୍କୁ ସଠିକ ସିପିଆର ସମ୍ପର୍କରେ ତାଲିମ ପ୍ରଦାନ ବେଶ ମହତ୍ୱପୂର୍ଣ୍ଣ। କାରଣ ଦେଶର ପ୍ରାୟ ୯୮ ପ୍ରତିଶତ ବାସିନ୍ଦା ଏସମ୍ପର୍କରେ ତାଲିମପ୍ରାପ୍ତ ନୁହଁନ୍ତି କହିଲେ ଚଳେ। ଏପରିସ୍ଥଳେ ହୃଦ୍‌ଘାତଜନିତ ସମସ୍ୟା ସହିତ ଲଢେଇ କରିବାକୁ ହେଲେ ସରଳ ସିପିଆର କୌଶଳ ତାଲିମ ପ୍ରଦାନ ଆଜିର ସମୟର ବଡ଼ ଆହ୍ବାନ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏଏଚଏ- ଏମ୍ସ ସହଭାଗୀତାର ସହଆବାହକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି। ଏନେଇ ଏଏଚଏ- ଏମ୍ସ ମିଳିତ ଭାବେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଏକ ଲକ୍ଷରୁ ଅଧିକ କମ୍ୟୁନିଟି ସଦସ୍ୟଙ୍କୁ ତାଲିମ ପ୍ରଦାନ କରିବାନେଇ ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଏଏଚଏର ସ୍ୱାସ୍ଥ୍ୟ ସେବା ସମାଧାନର ମୁଖ୍ୟ ଜନ୍ ମେନର୍ସ, ଏଏଚ୍‌ଏ-ଏମ୍ସ ସହଭାଗୀତାର ଆବାହକ ତଥା ଏମ୍ସ ମଙ୍ଗଳାଗିରି ସଭାପତି ଡ. ଟି ଏସ ରବି କୁମାର, ଏମ୍ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି, ଡିନ(ଗବେଷଣା) ଡ. ବିନୋଦ ପାତ୍ର, ଡିନ(ପରୀକ୍ଷା) ଡ. ମନୋଜ କୁମାର ମହାନ୍ତି, ପ୍ରୋଗ୍ରାମ ଲିଡର ଡ. ପ୍ରିୟମାଧବ ବେହେରା ଏବଂ ଏଏଚଏ ଉପଦେଷ୍ଟା ଦିବ୍ୟ ତ୍ରିଖା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମାଜରେ ସରଳ ସିପିଆର କୌଶଳ ସମ୍ପର୍କରେ ପ୍ରଶିକ୍ଷଣର ଗୁରୁତ୍ୱ ବିଷୟରେ ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ପାଞ୍ଚ ଶହ ମାଷ୍ଟର ଟ୍ରେନରଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ କେବଳ ହ୍ୟାଣ୍ଡସ୍-ସିପିଆରରେ ଅତି କମରେ ୭୫ ଜଣଙ୍କୁ ତାଲିମ ଦେବେ। ଏହି ପ୍ରୟାସ ଦ୍ୱାରା ଆଗାମୀ ଦୁଇ ବର୍ଷରେ ଗୋଷ୍ଠୀରେ ଏକ ଲକ୍ଷରୁ ଅଧିକ ସଦସ୍ୟଙ୍କୁ ତାଲିମ ଦିଆଯିବ।

ହୃଦ୍‌ଘାତ ହେତୁ ବଢ଼ୁଥିବା ମୃତ୍ୟୁହାରକୁ କମ୍ କରିବା ଏବଂ ଏନେଇ ହେଉଥିବା ଜଟିଳ ଶାରିରୀକ ଅସୁସ୍ଥତା ହ୍ରାସ କରିବା ଉଦ୍ଦେଶ୍ୟରେ ଏଏଚଏ-ଏମ୍ସ ର ଏପରି ମିଳିତ ଉଦ୍ୟମ ଆଗାମୀ ଦିନରେ ସୁଫଳ ଆଣିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି।
ଏହି ଅବସରରେ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ଭୂମିକା ଗ୍ରହଣ କରିଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ତଥା ଆନାସ୍ଥେସିଆ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ଶ୍ରୀତମ୍ ସ୍ବରୂପ ଜେନା ଛାତିକୁ ଉପଯୁକ୍ତ ଢଙ୍ଗରେ କିପରି ସଙ୍କୋଚନ/ଚାପ ଦିଆଯିବ, ମାସ୍କ ଭେଣ୍ଟିଲେସନ୍ ଏବଂ ଏଇଡି (ସ୍ୱୟଂଚାଳିତ ବାହ୍ୟ ଡିଫିବ୍ରିଲେଟର) ର ବ୍ୟବହାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମାନ୍ନେକୁଇନ୍ ଉପରେ ମୌଳିକ ଜୀବନ ସହାୟତାର କୌଶଳ ପ୍ରଦର୍ଶନ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରୋଗ୍ରାମ ଅଫିସର ଡ. ପ୍ରଜ୍ଞା ପାରମିତା ଗିରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

25 Aug 2022 By The Sakala

ଜୀବନ ରକ୍ଷାକାରୀ ସରଳ ସିପିଆର କୌଶଳର ତାଲିମ ସମୟର ବଡ଼ ଆହ୍ବାନ: ଡ. ଆଶୁତୋଷ ବିଶ୍ୱାସ

ଭୁବନେଶ୍ୱର: ଭାରତରେ ପ୍ରତି ଚାରି ଜଣରେ ଜଣଙ୍କର ମୃତ୍ୟୁ ହୃଦ୍‌ଘାତ କାରଣରୁ ହୋଇଥାଏ। ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦ୍ ରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ନିକଟରେ ହସ୍ପିଟାଲ ବାହାରେ ହଠାତ୍ ହୃଦ୍‌ଘାତ କାରଣରୁ ଦେଶରେ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଦେଖାଯାଇଛି। ଅଧ୍ୟୟନ ଅନୁଯାୟୀ, କୋଭିଡ ଏବଂ ଏହାର ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଘରେ ଥିବା ସମୟରେ ହୃଦ୍‌ଘାତର ମାତ୍ରା ୬୦ରୁ ୯୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ହୃଦ୍‌ଘାତ ହୃଦରୋଗ ସମେତ ଅନେକ ପ୍ରାଣଘାତୀ ବିପଦର କାରଣ ପାଲଟିଥାଏ ବୋଲି ଆମେରିକାନ ହାର୍ଟ ଆସୋସିଏସନ୍ (ଏଏଚଏ) ଏବଂ ଏମ୍ସ ଭୁବନେଶ୍ୱରର ମିଳିତ ଉଦ୍ୟମରେ ଭାରତରେ କମ୍ୟୁନିଟି ସିଆରପି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବଜାୟ ରଖିବା ନିମନ୍ତେ ହୃଦ୍‌ଘାତର ୨-୩ ମିନିଟ୍ ମଧ୍ୟରେ କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍(ସିପିଆର) ପ୍ରଦାନ ବେଶ ଗୁରୁତ୍ୱପୂର୍ଣ୍ଣ। ତୁରନ୍ତ ଚିକିତ୍ସା ସୁବିଧା କିମ୍ବା ଆମ୍ବୁଲାନ୍ସ ଉପଲବ୍ଧତା ସମୟ ପାଇବା ପାଇଁ ହୃଦ୍‌ଘାତର କିଛି ସମୟ ମଧ୍ୟରେ ଏହି ଜୀବନ ରକ୍ଷାକାରି ହସ୍ତକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ଚିକିତ୍ସା ସେବା ଉପଲବ୍ଧ ନହେବା ପର୍ଯ୍ୟନ୍ତ ମସ୍ତିଷ୍କକୁ ଜୀବିତ ରଖିବା ନିମନ୍ତେ ଉକ୍ତ ସ୍ଥାନରେ ଉପସ୍ଥିତ ବ୍ୟକ୍ତିଙ୍କ ଭୂମିକା (ଜୀବନ ରକ୍ଷାକାରୀ) ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ।

ହୃଦ୍‌ଘାତରୁ ବଞ୍ଚିବା ମୁଖ୍ୟତଃ ସିପିଆର କେତେ ଶୀଘ୍ର ଆରମ୍ଭ ହୁଏ ଏବଂ ଦିଆଯାଇଥିବା ସିପିଆରର ଗୁଣବତ୍ତା ଉପରେ ନିର୍ଭର କରେ । ଭାରତରେ ଗୋଷ୍ଠୀଙ୍କୁ ସଠିକ ସିପିଆର ସମ୍ପର୍କରେ ତାଲିମ ପ୍ରଦାନ ବେଶ ମହତ୍ୱପୂର୍ଣ୍ଣ। କାରଣ ଦେଶର ପ୍ରାୟ ୯୮ ପ୍ରତିଶତ ବାସିନ୍ଦା ଏସମ୍ପର୍କରେ ତାଲିମପ୍ରାପ୍ତ ନୁହଁନ୍ତି କହିଲେ ଚଳେ। ଏପରିସ୍ଥଳେ ହୃଦ୍‌ଘାତଜନିତ ସମସ୍ୟା ସହିତ ଲଢେଇ କରିବାକୁ ହେଲେ ସରଳ ସିପିଆର କୌଶଳ ତାଲିମ ପ୍ରଦାନ ଆଜିର ସମୟର ବଡ଼ ଆହ୍ବାନ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏଏଚଏ- ଏମ୍ସ ସହଭାଗୀତାର ସହଆବାହକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି। ଏନେଇ ଏଏଚଏ- ଏମ୍ସ ମିଳିତ ଭାବେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଏକ ଲକ୍ଷରୁ ଅଧିକ କମ୍ୟୁନିଟି ସଦସ୍ୟଙ୍କୁ ତାଲିମ ପ୍ରଦାନ କରିବାନେଇ ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

ଏଏଚଏର ସ୍ୱାସ୍ଥ୍ୟ ସେବା ସମାଧାନର ମୁଖ୍ୟ ଜନ୍ ମେନର୍ସ, ଏଏଚ୍‌ଏ-ଏମ୍ସ ସହଭାଗୀତାର ଆବାହକ ତଥା ଏମ୍ସ ମଙ୍ଗଳାଗିରି ସଭାପତି ଡ. ଟି ଏସ ରବି କୁମାର, ଏମ୍ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି, ଡିନ(ଗବେଷଣା) ଡ. ବିନୋଦ ପାତ୍ର, ଡିନ(ପରୀକ୍ଷା) ଡ. ମନୋଜ କୁମାର ମହାନ୍ତି, ପ୍ରୋଗ୍ରାମ ଲିଡର ଡ. ପ୍ରିୟମାଧବ ବେହେରା ଏବଂ ଏଏଚଏ ଉପଦେଷ୍ଟା ଦିବ୍ୟ ତ୍ରିଖା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମାଜରେ ସରଳ ସିପିଆର କୌଶଳ ସମ୍ପର୍କରେ ପ୍ରଶିକ୍ଷଣର ଗୁରୁତ୍ୱ ବିଷୟରେ ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ପାଞ୍ଚ ଶହ ମାଷ୍ଟର ଟ୍ରେନରଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ କେବଳ ହ୍ୟାଣ୍ଡସ୍-ସିପିଆରରେ ଅତି କମରେ ୭୫ ଜଣଙ୍କୁ ତାଲିମ ଦେବେ। ଏହି ପ୍ରୟାସ ଦ୍ୱାରା ଆଗାମୀ ଦୁଇ ବର୍ଷରେ ଗୋଷ୍ଠୀରେ ଏକ ଲକ୍ଷରୁ ଅଧିକ ସଦସ୍ୟଙ୍କୁ ତାଲିମ ଦିଆଯିବ।

ହୃଦ୍‌ଘାତ ହେତୁ ବଢ଼ୁଥିବା ମୃତ୍ୟୁହାରକୁ କମ୍ କରିବା ଏବଂ ଏନେଇ ହେଉଥିବା ଜଟିଳ ଶାରିରୀକ ଅସୁସ୍ଥତା ହ୍ରାସ କରିବା ଉଦ୍ଦେଶ୍ୟରେ ଏଏଚଏ-ଏମ୍ସ ର ଏପରି ମିଳିତ ଉଦ୍ୟମ ଆଗାମୀ ଦିନରେ ସୁଫଳ ଆଣିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି।
ଏହି ଅବସରରେ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ଭୂମିକା ଗ୍ରହଣ କରିଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ତଥା ଆନାସ୍ଥେସିଆ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ଶ୍ରୀତମ୍ ସ୍ବରୂପ ଜେନା ଛାତିକୁ ଉପଯୁକ୍ତ ଢଙ୍ଗରେ କିପରି ସଙ୍କୋଚନ/ଚାପ ଦିଆଯିବ, ମାସ୍କ ଭେଣ୍ଟିଲେସନ୍ ଏବଂ ଏଇଡି (ସ୍ୱୟଂଚାଳିତ ବାହ୍ୟ ଡିଫିବ୍ରିଲେଟର) ର ବ୍ୟବହାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମାନ୍ନେକୁଇନ୍ ଉପରେ ମୌଳିକ ଜୀବନ ସହାୟତାର କୌଶଳ ପ୍ରଦର୍ଶନ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରୋଗ୍ରାମ ଅଫିସର ଡ. ପ୍ରଜ୍ଞା ପାରମିତା ଗିରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

https://www.thesakala.in/latest-odisha-news/learning-life-saving-simple-cpr-skill-need-of-hour/article-14428
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର