ଯୁବପିଢ଼ି ଶିଖିବେ ଡ୍ରୋନ୍‌‌ ପରିଚାଳନା ଓ ମରାମତି, ବଜାରର ଆବଶ୍ୟକତା ପୂରଣ ସହ ମିଳିବ ନିଯୁକ୍ତି ସୁଯୋଗ

The Sakala Picture
Published On

ଭୁବନେଶ୍ୱର: ସମ୍ପ୍ରତି ମନୋରଞ୍ଜନଠାରୁ ଆରମ୍ଭ କରି କୃଷି, ସ୍ୱାସ୍ଥ୍ୟ, ନିର୍ମାଣ, କ୍ରୀଡ଼ା; ସବୁକ୍ଷେତ୍ରରେ ଡ୍ରୋନ୍‌‌ର ବହୁଳ ବ୍ୟବହାର ଆରମ୍ଭ ହେଲାଣି। ଡ୍ରୋନ୍‌‌ ଶିଳ୍ପ ଏକ ପ୍ରକୃଷ୍ଟ ନିଯୁକ୍ତି କ୍ଷେତ୍ରରେ ପରିଣତ ହେଉଛି। ଏପରିସ୍ଥଳେ ଓଡ଼ିଶାର ଯୁବପିଢ଼ିଙ୍କୁ ଡ୍ରୋନ୍‌‌ ପରିଚାଳନାରେ ଦକ୍ଷ କରିବା ଲାଗି  ରାଜ୍ୟ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି। ଡ୍ରୋନ୍‌‌ ପରିଚାଳନାଠାରୁ ଆରମ୍ଭ କରି ମରାମତି ଓ ଆନୁସଙ୍ଗିକ କାର୍ଯ୍ୟରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ଏଥିପାଇଁ ରାଜ୍ୟ ସରକାର ଏକ ଡ୍ରୋନ୍‌‌ ସ୍କୁଲ ପ୍ରତିଷ୍ଠା […]

ଭୁବନେଶ୍ୱର: ସମ୍ପ୍ରତି ମନୋରଞ୍ଜନଠାରୁ ଆରମ୍ଭ କରି କୃଷି, ସ୍ୱାସ୍ଥ୍ୟ, ନିର୍ମାଣ, କ୍ରୀଡ଼ା; ସବୁକ୍ଷେତ୍ରରେ ଡ୍ରୋନ୍‌‌ର ବହୁଳ ବ୍ୟବହାର ଆରମ୍ଭ ହେଲାଣି। ଡ୍ରୋନ୍‌‌ ଶିଳ୍ପ ଏକ ପ୍ରକୃଷ୍ଟ ନିଯୁକ୍ତି କ୍ଷେତ୍ରରେ ପରିଣତ ହେଉଛି। ଏପରିସ୍ଥଳେ ଓଡ଼ିଶାର ଯୁବପିଢ଼ିଙ୍କୁ ଡ୍ରୋନ୍‌‌ ପରିଚାଳନାରେ ଦକ୍ଷ କରିବା ଲାଗି  ରାଜ୍ୟ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି। ଡ୍ରୋନ୍‌‌ ପରିଚାଳନାଠାରୁ ଆରମ୍ଭ କରି ମରାମତି ଓ ଆନୁସଙ୍ଗିକ କାର୍ଯ୍ୟରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ଏଥିପାଇଁ ରାଜ୍ୟ ସରକାର ଏକ ଡ୍ରୋନ୍‌‌ ସ୍କୁଲ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏଥିରେ ସରକାର ଡ୍ରୋନ୍‌‌ ଫେଡେରେସନ୍‌‌ ଅଫ୍‌‌ ଇଣ୍ଡିଆ (ଡିଏଫ୍‌‌ଆଇ)ର ସହାୟତା ନେବେ। ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ମିଳିଥିବା ସୂଚନା ଅନୁସା‌ରେ, ରାଜ୍ୟର ଯୁବକ/ଯୁବତୀମାନଙ୍କୁ ସରକାର ଡ୍ରୋନ୍‌‌ ପରିଚାଳନା, ରକ୍ଷଣାବେକ୍ଷଣ ସମ୍ପର୍କିତ ପ୍ରଶିକ୍ଷଣ ଦେବେ। ଏଥିପାଇଁ ରାଜ୍ୟରେ ଏକ ଡ୍ରୋନ୍‌‌ ସ୍କୁଲ ପ୍ରତିଷ୍ଠା କରାଯିବ। ଢେଙ୍କାନାଳ ବୀରସାଲରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମୀରେ ଏହି ସ୍କୁଲ ଖୋଲିବାର ସମ୍ଭାବନା ରହିଛି। ତେବେ ଏହାର ପରିଚାଳନା, ପାଠ୍ୟକ୍ରମ, ପ୍ରଶିକ୍ଷଣ ଆଦି କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରାଯିବ। ଏଥିପାଇଁ ପରିବହନ ବିଭାଗ ଡ୍ରୋନ୍‌‌ ଫେଡେରେସନ୍‌‌ ଅଫ୍‌‌ ଇଣ୍ଡିଆର ସହାୟତା ନେବ। ଏନେଇ ଖୁବ୍‌‌ଶୀଘ୍ର ବରିଷ୍ଠ ଅଧିକାରୀଙ୍କ ଦଳ ଡିଏଫ୍‌‌ଆଇ ମୁଖ୍ୟାଳୟ ଗସ୍ତ କରିବାର ସମ୍ଭାବନା ଅଛି। ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଏରୋ‌ସ୍ପେସ୍‌ ଏକାଡେମୀରେ ବିମାନ ଚାଳନା ସହିତ ବୈଷୟିକ ତାଲିମ୍‌‌ ପ୍ରଦାନ ଯୋଜନା ଅଛି। ଏଥିରେ ଡ୍ରୋନ୍‌‌ ପ୍ରଶିକ୍ଷଣ ସାମିଲ ହେବ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ବିଭିନ୍ନ କ୍ଷେତ୍ର ପରି ଡ୍ରୋନ୍‌‌ ଟେକ୍ନୋଲୋଜି ବହୁଳ ପ୍ରସାରିତ ହେଉଛି। ମନୋରଞ୍ଜନଠାରୁ ଆରମ୍ଭ କରି କୃଷି, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, ଗବେଷଣା, ସହରାଞ୍ଚଳ ପରିମଳ, ଖଣି ପରିଚାଳନା, ଟ୍ରାଫିକ୍‌‌ ପରିଚାଳନା, ଅପରାଧ ନିୟନ୍ତ୍ରଣ ଭଳି ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରକଳ୍ପରେ ଡ୍ରୋନ୍‌ର ବ୍ୟବହାର ହେଉଛି। ନୂଆ ଜ୍ଞାନକୌଶଳ ଜୀବନଶୈଳୀ ଓ କାର୍ଯ୍ୟକୁ ସହଜ କରୁଥିବା ବେଳେ ଏଥିରେ ଡ୍ରୋନ୍‌‌ର ପ୍ରମୁଖ ଭୂମିକା ରହିଛି। ଡ୍ରୋନ୍‌‌ର ବର୍ଦ୍ଧିତ ଉପଯୋଗ ଏବଂ ଏହି କ୍ଷେତ୍ରରେ ସନ୍ନିହିତ ସମ୍ଭାବନାକୁ ଉଜାଗର କରିବା ପାଇଁ ରାଜ୍ୟ ସରାକାର ପଦକ୍ଷେପ ନେଉଛନ୍ତି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଆଇଟିଆଇରେ ଡ୍ରୋନ୍‌‌ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଅନ୍ୟ ଶିକ୍ଷାନୁଷ୍ଠାନରେ ମଧ୍ୟ ଅନୁରୂପ ପାଠ୍ୟକ୍ରମ ଆରମ୍ଭ ପାଇଁ ଯୋଜନା ହୋଇଛି। ଗତବର୍ଷ ଅନୁଷ୍ଠିତ ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ୍‌‌ରେ ଡିଏଫ୍‌‌ଆଇ ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଗୋଟିଏ ସପ୍ତାହର ପ୍ରଶିକ୍ଷଣ ପାଠ୍ୟକ୍ରମ ଶେଷ କରି ଜଣେ ମାସିକ ୩୦ ହଜାର ଟଙ୍କା ରୋଜଗାର କରିପାରିବେ ବୋଲି କୁହାଯାଇଛି। ଡ୍ରୋନ୍‌‌ ଟେକ୍ନୋଲୋଜିର ପ୍ରଚାରପ୍ରସାର ପାଇଁ ରାଜ୍ୟରେ ଡ୍ରୋନ୍‌‌ ଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା ପାଇଁ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ପରିବହନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ଡ୍ରୋନ୍‌‌ ସ୍କୁଲ ପ୍ରତିଷ୍ଠା ପାଇଁ ଏବେ ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଛି। ବିଶେଷଜ୍ଞ ଏବଂ ଡିଏଫ୍‌‌ଆଇ ସହ ଆଲୋଚନା କରାଯାଇ ଏହାର ବିଧିବଦ୍ଧ ପାଠ୍ୟଖସଡ଼ା ପ୍ରସ୍ତୁତ କରାଯିବ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର