ରାଜ୍ୟରେ ଜାରି ରହିଛି ଶେଷ ପର୍ଯ୍ୟାୟ ମତଦାନ: ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬% ଭୋଟିଂ

The Sakala Picture
Published On

ଭୁବନେଶ୍ୱର: ଭୋଟ ଦେଉଛି ଓଡିଶା । ରାଜ୍ୟରେ ଜାରି ରହିଛି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୨.୪୬ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ଜିଲ୍ଲାରେ ୬୧.୯୧ ପ୍ରତିଶତ ଭୋଟ୍‌ ପଡିଥିବାବେଳେ, ଭଦ୍ରକ ଜିଲ୍ଲାରେ ୫୮.୨୧ ପ୍ରତିଶତ ଭୋଟ୍‌ ପଡିଛି । ଅନ୍ୟପଟେ ଜଗତସିଂହପୁରରେ ୬୫.୯୩ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡାରେ ୬୨.୦୨ ପ୍ରତିଶତ ଏବଂ ମୟୁରଭଞ୍ଜରେ ୬୪.୧୭ ପ୍ରତିଶତ ମତଦାନ ହୋଇଛି। ଜଗତସିଂହପୁରରେ […]

ଭୁବନେଶ୍ୱର: ଭୋଟ ଦେଉଛି ଓଡିଶା । ରାଜ୍ୟରେ ଜାରି ରହିଛି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୨.୪୬ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ଜିଲ୍ଲାରେ ୬୧.୯୧ ପ୍ରତିଶତ ଭୋଟ୍‌ ପଡିଥିବାବେଳେ, ଭଦ୍ରକ ଜିଲ୍ଲାରେ ୫୮.୨୧ ପ୍ରତିଶତ ଭୋଟ୍‌ ପଡିଛି । ଅନ୍ୟପଟେ ଜଗତସିଂହପୁରରେ ୬୫.୯୩ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡାରେ ୬୨.୦୨ ପ୍ରତିଶତ ଏବଂ ମୟୁରଭଞ୍ଜରେ ୬୪.୧୭ ପ୍ରତିଶତ ମତଦାନ ହୋଇଛି। ଜଗତସିଂହପୁରରେ ସର୍ବାଧିକ ଓ ଭଦ୍ରକରେ ସର୍ବନିମ୍ନ ଭୋଟିଂ ହୋଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଜ ପ୍ରତିନିଧି ବାଛୁଛନ୍ତି ଭୋଟର ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର