ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ ଥାନI ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହଁରାପୋଖରୀ ଛକ ନିକଟରେ ଥିବା ଏକ ଟିଣ ଘରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ସେହି ଘରୁ ୪୮୦ ବୋତଲ ବିଦେଶୀ ମଦ ଜବତ କରିଛି ଅବକାରୀ ଟିମ । ଏଥିସହିତ ସମ୍ପୃକ୍ତ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଉତ୍ତରବାଡ଼ ଗ୍ରାମର କୁଳମଣି ଦାସ (କୁନୁ) ଙ୍କୁ ଗିରଫ କରାଯାଇଛି। […]

ଭଦ୍ରକ: ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ ଥାନI ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହଁରାପୋଖରୀ ଛକ ନିକଟରେ ଥିବା ଏକ ଟିଣ ଘରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ସେହି ଘରୁ ୪୮୦ ବୋତଲ ବିଦେଶୀ ମଦ ଜବତ କରିଛି ଅବକାରୀ ଟିମ । ଏଥିସହିତ ସମ୍ପୃକ୍ତ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଉତ୍ତରବାଡ଼ ଗ୍ରାମର କୁଳମଣି ଦାସ (କୁନୁ) ଙ୍କୁ ଗିରଫ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏସ୍‌.ଆଇ ସନ୍ତୋଷ କୁମାର ବଳ , ସଂଧ୍ୟାରାଣୀ ଦାସ, ଏ.ଏସ୍‌.ଆଇ ପ୍ରହଲ୍ଲାଦ ସାମଲ , କନେଷ୍ଟବଳ ରମେଶ ନାୟକ, ସତ୍ୟରଞ୍ଜନ ସେଠୀ, ମିଥୁନ ଜେନା, ସଂଧ୍ୟାରାଣୀ ସେନାପତି ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ କେଶ ନଂ. ୨୫/୨୧-୨୨ ମୂଳେ ମାମଲା ରୁଜୁ କରାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

17 Aug 2021 By The Sakala

ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ ଥାନI ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହଁରାପୋଖରୀ ଛକ ନିକଟରେ ଥିବା ଏକ ଟିଣ ଘରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ସେହି ଘରୁ ୪୮୦ ବୋତଲ ବିଦେଶୀ ମଦ ଜବତ କରିଛି ଅବକାରୀ ଟିମ । ଏଥିସହିତ ସମ୍ପୃକ୍ତ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଉତ୍ତରବାଡ଼ ଗ୍ରାମର କୁଳମଣି ଦାସ (କୁନୁ) ଙ୍କୁ ଗିରଫ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏସ୍‌.ଆଇ ସନ୍ତୋଷ କୁମାର ବଳ , ସଂଧ୍ୟାରାଣୀ ଦାସ, ଏ.ଏସ୍‌.ଆଇ ପ୍ରହଲ୍ଲାଦ ସାମଲ , କନେଷ୍ଟବଳ ରମେଶ ନାୟକ, ସତ୍ୟରଞ୍ଜନ ସେଠୀ, ମିଥୁନ ଜେନା, ସଂଧ୍ୟାରାଣୀ ସେନାପତି ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ କେଶ ନଂ. ୨୫/୨୧-୨୨ ମୂଳେ ମାମଲା ରୁଜୁ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର