ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଗାଁରେ ଆଜି ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇଛି । ତୁମସିଙ୍ଗା ଗାଁର ବିଜୟ ନାୟକ ଆଜି ୨୩.୪୪୫ […]

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଗାଁରେ ଆଜି ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇଛି । ତୁମସିଙ୍ଗା ଗାଁର ବିଜୟ ନାୟକ ଆଜି ୨୩.୪୪୫ ଲିଟର ନକଲି ବିଦେଶୀ ମଦ ନେଇକି ଯାଉଥିବା ବେଳେ ତାଙ୍କ ଠାରୁ ମଦ ଜବତ କରିବା ସାଙ୍ଗକୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ କାମାକ୍ଷାନଗର ଅଧିକାରୀ ସଂଜୀବ କୁମାର ଶର୍ମା, ପରଜଙ୍ଗ ଅଧିକାରୀ ଆରତୀ ମିଶ୍ର ,ଏଏସଆଇ ବିଶ୍ୱରଞ୍ଜନ ନାଥ, କନେଷ୍ଟବଳ ଦେବବ୍ରତ ରାଉଳ,ପରମଜ୍ୟୋତି ସିଂ, ହରିହର ସୋରେନ,ଗୋଲାପ ସାହୁ ପ୍ରମୁଖ ଚଢ଼ାଉ କରିଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

17 Sep 2022 By The Sakala

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଗାଁରେ ଆଜି ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇଛି । ତୁମସିଙ୍ଗା ଗାଁର ବିଜୟ ନାୟକ ଆଜି ୨୩.୪୪୫ ଲିଟର ନକଲି ବିଦେଶୀ ମଦ ନେଇକି ଯାଉଥିବା ବେଳେ ତାଙ୍କ ଠାରୁ ମଦ ଜବତ କରିବା ସାଙ୍ଗକୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ କାମାକ୍ଷାନଗର ଅଧିକାରୀ ସଂଜୀବ କୁମାର ଶର୍ମା, ପରଜଙ୍ଗ ଅଧିକାରୀ ଆରତୀ ମିଶ୍ର ,ଏଏସଆଇ ବିଶ୍ୱରଞ୍ଜନ ନାଥ, କନେଷ୍ଟବଳ ଦେବବ୍ରତ ରାଉଳ,ପରମଜ୍ୟୋତି ସିଂ, ହରିହର ସୋରେନ,ଗୋଲାପ ସାହୁ ପ୍ରମୁଖ ଚଢ଼ାଉ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର