ସର୍ଚ୍ଚ ଅପରେସନବେଳେ ନଳୀକୁମ୍ପା ଜଙ୍ଗଲରେ ଲାଣ୍ଡମାଇନ ବିସ୍ଫୋରଣ, ଏକାଧିକ ଏସଓଜି ଯବାନ ଆହତ

The Sakala Picture
Published On

ବଲାଙ୍ଗିର: ସର୍ଚ୍ଚ ଅପରେସନ ବେଳେ ଲାଣ୍ଡମାଇନ ବିସ୍ଫୋରଣ । କନ୍ଧମାଳ – ବୌଦ୍ଧ ସୀମାନ୍ତରେ ଘଟିଛି ଏହି ଅଘଟଣ । ଘଞ୍ଚ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଲାଣ୍ଡମାଇନ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଏକାଧିକ ଏସଓଜି ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସିଟି ସ୍କାନ କରାଯିବା ପରେ ସ୍ଥିତି କହିହେବ ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ ଡା.ମାନସୀ ପଣ୍ଡା କହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଆହତ ଯବାନଙ୍କ […]

ବଲାଙ୍ଗିର: ସର୍ଚ୍ଚ ଅପରେସନ ବେଳେ ଲାଣ୍ଡମାଇନ ବିସ୍ଫୋରଣ । କନ୍ଧମାଳ – ବୌଦ୍ଧ ସୀମାନ୍ତରେ ଘଟିଛି ଏହି ଅଘଟଣ । ଘଞ୍ଚ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଲାଣ୍ଡମାଇନ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଏକାଧିକ ଏସଓଜି ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସିଟି ସ୍କାନ କରାଯିବା ପରେ ସ୍ଥିତି କହିହେବ ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ ଡା.ମାନସୀ ପଣ୍ଡା କହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଆହତ ଯବାନଙ୍କ ମଧ୍ୟରେ ରସରାଜ ଶିରୋମଣି ନାଏକ ଓ ଉତ୍କଳ ପଟେଲ ଥିବା ଜଣାପଡିଛି । ସମସ୍ତ ଆହତ ଯବାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ବଲାଙ୍ଗିର ଅଣାଯାଇଛି । ଯବାନମାନଙ୍କୁ ଏୟାର ଲିଫ୍ଟ କରାଯିବା ନେଇ ସୂଚନା ରହିଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

ଆଜି ସକାଳେ ଯବାନମାନେ ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ନକ୍ସଲମାନେ ଯବାନଙ୍କ ଗାଡ଼ିକୁ ଓଡ଼ାଇ ଦେବାକୁ ଲ୍ୟାଣ୍ଡମାଇନ ଖଞ୍ଜି ରଖିଥିବା ସନ୍ଦେହ କରାଯାଉଛି। ଯବାନମାନେ ସେହି ରାସ୍ତାଦେଇ ଯିବା ବେଳେ ବିସ୍ଫୋରଣ ହୋଇଥିଲା।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର