ସର୍ଚ୍ଚ ଅପରେସନବେଳେ ନଳୀକୁମ୍ପା ଜଙ୍ଗଲରେ ଲାଣ୍ଡମାଇନ ବିସ୍ଫୋରଣ, ଏକାଧିକ ଏସଓଜି ଯବାନ ଆହତ

The Sakala Picture
Published On

ବଲାଙ୍ଗିର: ସର୍ଚ୍ଚ ଅପରେସନ ବେଳେ ଲାଣ୍ଡମାଇନ ବିସ୍ଫୋରଣ । କନ୍ଧମାଳ – ବୌଦ୍ଧ ସୀମାନ୍ତରେ ଘଟିଛି ଏହି ଅଘଟଣ । ଘଞ୍ଚ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଲାଣ୍ଡମାଇନ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଏକାଧିକ ଏସଓଜି ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସିଟି ସ୍କାନ କରାଯିବା ପରେ ସ୍ଥିତି କହିହେବ ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ ଡା.ମାନସୀ ପଣ୍ଡା କହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଆହତ ଯବାନଙ୍କ […]

ବଲାଙ୍ଗିର: ସର୍ଚ୍ଚ ଅପରେସନ ବେଳେ ଲାଣ୍ଡମାଇନ ବିସ୍ଫୋରଣ । କନ୍ଧମାଳ – ବୌଦ୍ଧ ସୀମାନ୍ତରେ ଘଟିଛି ଏହି ଅଘଟଣ । ଘଞ୍ଚ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଲାଣ୍ଡମାଇନ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଏକାଧିକ ଏସଓଜି ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସିଟି ସ୍କାନ କରାଯିବା ପରେ ସ୍ଥିତି କହିହେବ ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ ଡା.ମାନସୀ ପଣ୍ଡା କହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଆହତ ଯବାନଙ୍କ ମଧ୍ୟରେ ରସରାଜ ଶିରୋମଣି ନାଏକ ଓ ଉତ୍କଳ ପଟେଲ ଥିବା ଜଣାପଡିଛି । ସମସ୍ତ ଆହତ ଯବାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ବଲାଙ୍ଗିର ଅଣାଯାଇଛି । ଯବାନମାନଙ୍କୁ ଏୟାର ଲିଫ୍ଟ କରାଯିବା ନେଇ ସୂଚନା ରହିଛି ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଆଜି ସକାଳେ ଯବାନମାନେ ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ନକ୍ସଲମାନେ ଯବାନଙ୍କ ଗାଡ଼ିକୁ ଓଡ଼ାଇ ଦେବାକୁ ଲ୍ୟାଣ୍ଡମାଇନ ଖଞ୍ଜି ରଖିଥିବା ସନ୍ଦେହ କରାଯାଉଛି। ଯବାନମାନେ ସେହି ରାସ୍ତାଦେଇ ଯିବା ବେଳେ ବିସ୍ଫୋରଣ ହୋଇଥିଲା।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର