ଆରମ୍ଭ ହେଲା ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ପ୍ରବଳ ବର୍ଷା ଓ ପବନ ସହ ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍

The Sakala Picture
Published On

ଭୁବନେଶ୍ବର : ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ।ବର୍ତ୍ତମାନ ୫୦ ରୁ ୬୦ କିମି ବେଗରେ ପବନ ବହୁଛି ଆଗକୁ ଏହା ବଢିବ। ପାଖାପାଖି ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।  ଏହି ପ୍ରକ୍ରିୟା ମଧ୍ୟରାତ୍ରି ଯାଏଁ ଜାରି ରହିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। କଳିଙ୍ଗପଟ୍ଟମଠାରୁ ୨୫ କିଲୋମିଟର ଦୂରରେ ଏହା ଉପକୂଳ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫-୮୫ କିମି ରହିବା ସହ […]

ଭୁବନେଶ୍ବର : ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ।ବର୍ତ୍ତମାନ ୫୦ ରୁ ୬୦ କିମି ବେଗରେ ପବନ ବହୁଛି ଆଗକୁ ଏହା ବଢିବ। ପାଖାପାଖି ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।  ଏହି ପ୍ରକ୍ରିୟା ମଧ୍ୟରାତ୍ରି ଯାଏଁ ଜାରି ରହିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। କଳିଙ୍ଗପଟ୍ଟମଠାରୁ ୨୫ କିଲୋମିଟର ଦୂରରେ ଏହା ଉପକୂଳ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫-୮୫ କିମି ରହିବା ସହ ବେଳେ ବେଳେ ଝଟକା ପବନ ସର୍ବାଧିକ ୯୫ କିମି ବେଗରେ ରହିବ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ବର୍ତ୍ତମାନ ଏହା ଗୋପାଳପୁରଠାରୁ ୯୫ କିମି ଦୂରରେ ଆନ୍ଧ୍ର କଳିଙ୍ଗପଟ୍ଟନମ୍‌ ଠାରୁ ୮୫ କିମି ଦୂରରେ ରହିଛି। ଘଣ୍ଟାପ୍ରତି ୨୫ କିମି ବେଗରେ ବାତ୍ୟା ସ୍ଥଳଭାଗ ଆଗକୁ ମାଡି ଆସୁଛି। ବାତ୍ୟାର କ୍ଲାଉଡ଼ ବ୍ୟାଣ୍ଡ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁଛି । କଳିଙ୍ଗପାଟନମଠାରୁ ୨୫ କିଲୋମିଟର ଦୂରତାରେ ଏହା ଉପକୂଳକୁ ଅତିକ୍ରମ କରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ପୁରୀରେ ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବୋହୁଛି।

ବାତ୍ୟା ଉପକୂଳ ନିକଟକୁ ଯେତେ ଅଧିକରୁ ଅଧିକ ଆସିବ ପବନର ବେଗ ସେତେ ବଢିବ । ପୂର୍ବ ପୂର୍ବାନୁମାନ ମୁତାବକ ପବନର ବେଗ ସର୍ବାଧିକ ୭୫ରୁ ୮୫ କିଲୋମିଟର ବେଗ ରହିପାରେ । ଗଞ୍ଜାମ ଓ ଗଜପତିରେ ସର୍ବାଧିକ ପ୍ରଭାବ ପକାଇପାରେ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

26 Sep 2021 By The Sakala

ଆରମ୍ଭ ହେଲା ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ପ୍ରବଳ ବର୍ଷା ଓ ପବନ ସହ ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍

ଭୁବନେଶ୍ବର : ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ।ବର୍ତ୍ତମାନ ୫୦ ରୁ ୬୦ କିମି ବେଗରେ ପବନ ବହୁଛି ଆଗକୁ ଏହା ବଢିବ। ପାଖାପାଖି ୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।  ଏହି ପ୍ରକ୍ରିୟା ମଧ୍ୟରାତ୍ରି ଯାଏଁ ଜାରି ରହିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। କଳିଙ୍ଗପଟ୍ଟମଠାରୁ ୨୫ କିଲୋମିଟର ଦୂରରେ ଏହା ଉପକୂଳ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫-୮୫ କିମି ରହିବା ସହ ବେଳେ ବେଳେ ଝଟକା ପବନ ସର୍ବାଧିକ ୯୫ କିମି ବେଗରେ ରହିବ।

ବର୍ତ୍ତମାନ ଏହା ଗୋପାଳପୁରଠାରୁ ୯୫ କିମି ଦୂରରେ ଆନ୍ଧ୍ର କଳିଙ୍ଗପଟ୍ଟନମ୍‌ ଠାରୁ ୮୫ କିମି ଦୂରରେ ରହିଛି। ଘଣ୍ଟାପ୍ରତି ୨୫ କିମି ବେଗରେ ବାତ୍ୟା ସ୍ଥଳଭାଗ ଆଗକୁ ମାଡି ଆସୁଛି। ବାତ୍ୟାର କ୍ଲାଉଡ଼ ବ୍ୟାଣ୍ଡ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁଛି । କଳିଙ୍ଗପାଟନମଠାରୁ ୨୫ କିଲୋମିଟର ଦୂରତାରେ ଏହା ଉପକୂଳକୁ ଅତିକ୍ରମ କରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ପୁରୀରେ ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ପବନ ବୋହୁଥିବାବେଳେ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବୋହୁଛି।

ବାତ୍ୟା ଉପକୂଳ ନିକଟକୁ ଯେତେ ଅଧିକରୁ ଅଧିକ ଆସିବ ପବନର ବେଗ ସେତେ ବଢିବ । ପୂର୍ବ ପୂର୍ବାନୁମାନ ମୁତାବକ ପବନର ବେଗ ସର୍ବାଧିକ ୭୫ରୁ ୮୫ କିଲୋମିଟର ବେଗ ରହିପାରେ । ଗଞ୍ଜାମ ଓ ଗଜପତିରେ ସର୍ବାଧିକ ପ୍ରଭାବ ପକାଇପାରେ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

https://www.thesakala.in/latest-odisha-news/landfall-process-of-the-cyclone-storm-gulab-has-begun/article-5663
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର