କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ନିୟମ: ରାଜ୍ୟ ବଦଳାଇଲେ ଘରୋଇ କର୍ମଚାରୀଙ୍କ ଶିଶୁଙ୍କୁ ମିଳିବନି ଟ୍ରାନ୍ସଫର ସୁବିଧା

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ପ୍ରତି କ୍ଲାସ୍‌ରୁ ୮ଟି ଲେଖାଏଁ ସିଟ୍‌ କମ୍‌ କରିଦେଇଛି। କେଭି ପକ୍ଷରୁ ଜାରି ନାମଲେଖା ବିଜ୍ଞପ୍ତିରେ ୩୨ ସିଟ୍‌ ପାଇଁ ଆବେଦନ ମଗାଯାଇଛି। ଏ ପର୍ଯ୍ୟନ୍ତ ପ୍ରାଇମେରିରୁ ହାୟର ସେକେଣ୍ଡାରୀ (ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ) ପର୍ଯ୍ୟନ୍ତ ସବୁ କ୍ଲାସରେ ୪୦ଟି ଲେଖାଏଁ ସିଟ୍‌ ରହୁଥିଲା। ସେହିପରି ଟ୍ରାନ୍ସଫର ନୀତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ନିୟମକୁ କଠୋର କରିଦିଆଯାଇଛି। ଏଭଳି କ୍ଷେତ୍ରରେ କାମ କରୁଥିବା ଅଭିଭାବକଙ୍କ ଅନ୍ୟ […]

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ପ୍ରତି କ୍ଲାସ୍‌ରୁ ୮ଟି ଲେଖାଏଁ ସିଟ୍‌ କମ୍‌ କରିଦେଇଛି। କେଭି ପକ୍ଷରୁ ଜାରି ନାମଲେଖା ବିଜ୍ଞପ୍ତିରେ ୩୨ ସିଟ୍‌ ପାଇଁ ଆବେଦନ ମଗାଯାଇଛି। ଏ ପର୍ଯ୍ୟନ୍ତ ପ୍ରାଇମେରିରୁ ହାୟର ସେକେଣ୍ଡାରୀ (ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ) ପର୍ଯ୍ୟନ୍ତ ସବୁ କ୍ଲାସରେ ୪୦ଟି ଲେଖାଏଁ ସିଟ୍‌ ରହୁଥିଲା। ସେହିପରି ଟ୍ରାନ୍ସଫର ନୀତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ନିୟମକୁ କଠୋର କରିଦିଆଯାଇଛି। ଏଭଳି କ୍ଷେତ୍ରରେ କାମ କରୁଥିବା ଅଭିଭାବକଙ୍କ ଅନ୍ୟ ରାଜ୍ୟକୁ ବଦଳି ହେଲେ ଶିଶୁକୁ ଅନ୍ୟ ରାଜ୍ୟକୁ ଟ୍ରାନ୍ସଫର କରିବାକୁ ଅନୁମତି ମିଳିବ ନାହିଁ। ମାତ୍ର ସରକାରୀ କର୍ମଚାରୀଙ୍କ ସନ୍ତାନଙ୍କୁ ଏହି ସୁବିଧା ମିଳିବା ଜାରି ରହିବ। ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ପାଇଁ ପ୍ରତି ବର୍ଷ ଅନେକ ଛାତ୍ରଛାତ୍ରୀ ଆବେଦନ କରିଥାନ୍ତି। ଏଭଳି ସ୍ଥିତିରେ ସିଟ୍‌ ହ୍ରାସ ପାଇଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ସୂଚନା ଅନୁଯାୟୀ ଅଧିକ ଛାତ୍ରଛାତ୍ରୀ ହେଉଥିବାରୁ ଶିକ୍ଷକ ତାଙ୍କ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇପାରନ୍ତି ନାହିଁ। ତେଣୁ ଛାତ୍ରଛାତ୍ରୀଙ୍କ କ୍ଷମତା ହ୍ରାସ ଘଟିଥାଏ। ଏଥିପାଇଁ ସିଟ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ନେଇ ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟ ନିରାଶ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

କେଭିରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବେଦନ ୧ ତାରିଖରୁ ଆରମ୍ଭ ହୋଇଯାଇଛି। ୧୫ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରିହେବ। ୧୯ ତାରିଖରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର