ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭମେଳା, ୩୪ବର୍ଷ ହେବ ଛିଡ଼ା ହୋଇଛନ୍ତି ଷ୍ଟାଣ୍ଡିଂ ବାବା

The Sakala Picture
Published On

ଭୁବନେଶ୍ୱର: ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ଏଥିପାଇଁ ଚଳଚଞ୍ଚଳ ଖଣ୍ଡଗିରି ପାହାଡ଼ ପାଦଦେଶ। ଏଠି ଶହଶହ ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଲୋକଙ୍କ ପ୍ରବଳ ଭିଡ଼ ମଧ୍ୟ ହୋଇଛି। ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ ନିଜ ନିଜ ଆସ୍ଥାନରେ ହୋମଯଜ୍ଞ ଆରମ୍ଭ କରିଦେଇଛନ୍ତି। ମନ୍ତ୍ରୋଚ୍ଚାରଣରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି। ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାରେ ସାଧୁସନ୍ଥ ବୁଡ଼ ପକାଇ ଯଜ୍ଞସ୍ଥଳକୁ ଫେରିଛନ୍ତି। ଏଠାରେ ପ୍ରଭୁ ଅନନ୍ତ କେଶରୀ ଦେବଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି। ମେଳାରେ ସାଧୁସନ୍ଥଙ୍କ […]

ଭୁବନେଶ୍ୱର: ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ଏଥିପାଇଁ ଚଳଚଞ୍ଚଳ ଖଣ୍ଡଗିରି ପାହାଡ଼ ପାଦଦେଶ। ଏଠି ଶହଶହ ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଲୋକଙ୍କ ପ୍ରବଳ ଭିଡ଼ ମଧ୍ୟ ହୋଇଛି। ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନେ ନିଜ ନିଜ ଆସ୍ଥାନରେ ହୋମଯଜ୍ଞ ଆରମ୍ଭ କରିଦେଇଛନ୍ତି। ମନ୍ତ୍ରୋଚ୍ଚାରଣରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି। ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାରେ ସାଧୁସନ୍ଥ ବୁଡ଼ ପକାଇ ଯଜ୍ଞସ୍ଥଳକୁ ଫେରିଛନ୍ତି। ଏଠାରେ ପ୍ରଭୁ ଅନନ୍ତ କେଶରୀ ଦେବଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି। ମେଳାରେ ସାଧୁସନ୍ଥଙ୍କ ତପସ୍ୟା ଦେଖିବା ସହ ମୀନାବଜାର ଓ ଖାଦ୍ୟ ଷ୍ଟଲ୍‌‌ରେ ମଧ୍ୟ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି। ପରମ୍ପରା ଅନୁସାରେ, ଆଜି ସନ୍ଧ୍ୟାରେ ଦିଅଁ ସୁସଜ୍ଜିତ ବିମାନରେ ବିରାଜମାନ କରିବାପରେ ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୁଜାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଏଥିପାଇଁ ମା’ ବାରଭୁଜା ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଯାତ୍ରା କରିଥିଲେ। ଖଣ୍ଡଗିରି ଥାନା ଛକଠାରୁ ବରମୁଣ୍ଡା ଆଡ଼କୁ ଯାଇ ଖାରବେଳ ହୋଟେଲ୍‌‌ ନିକଟରେ ଜାତୀୟ ରାଜପଥ ଅତିକ୍ରମ କରିଥିଲେ। ବାଜା, ବାଣ, ରୋଷଣୀରେ ଶୋଭାଯାତ୍ରା କରି ପ୍ରଭୁ ଅନନ୍ତ କେଶରୀ ଗ୍ରାମ ପରିକ୍ରମା କରି ରାଣୀହଂସପୁର ଯାଇ ରାତିରେ ନାଗା ମଠକୁ ଫେରିଥିଲେ। ପରେ ମାଘ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଭୁ ରାଣୀହଂସପୁରରେ ବିଜେ କରିବା ପରେ ସାଧୁସନ୍ଥମାନେ ସ୍ନାନ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ କରିଥିଲେ। ମା’ ବାରଭୁଜାଙ୍କ ଖଣ୍ଡ ଖିରି ଖାଇଥିଲେ। ଏହାପରେ ଅଗ୍ନିସ୍ଥାପନ କରି ଦିନ ୧୨ଟା ପରେ ହୋମଯଜ୍ଞ ଆରମ୍ଭ ହୋଇଥିଲା। ଏହାସହ ଅଖଣ୍ଡ ଧୁନି, ନାମ ଯଜ୍ଞ, ଗୀତାଜ୍ଞାନ ଯଜ୍ଞ ଆହୁତି, ନାମ ସଂକୀର୍ତ୍ତନ, ଆତ୍ମନାରାୟଣ ସେବା ଅନୁଷ୍ଠିତ ହୋଇଥିଲା। ମା’ ବାରଭୁଜା ପୂଜା କମିଟି ପକ୍ଷରୁ ୯ଦିନ ଯାକ ରାମଚରିତ ମାନସ ପାରାୟଣ କରାଯିବ। ତେବେ ଏହି ସ୍ଥାନରେ ରାଧାକୁଣ୍ଡ, ଶ୍ୟାମ କୁଣ୍ଡ ଓ ଲଳିତ କୁଣ୍ଡ ରହିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

୩୪ବର୍ଷ ହେବ ଛିଡ଼ା ହୋଇଛନ୍ତି ଷ୍ଟାଣ୍ଡିଂ ବାବା

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଦୀର୍ଘ ୩୪ବର୍ଷରୁ ଊର୍ଦ୍ଧ୍ବ ହେବ ଛିଡ଼ା ହୋଇ ତପସ୍ୟା କରୁଛନ୍ତି। ଷ୍ଟାଣ୍ଡିଂ ବାବା ଭାବେ ପରିଚିତ କାଶୀ ହରିଦ୍ୱାରରୁ ଆସିଥିବା ବାବା ମହନ୍ତ ନାଗା ଚନ୍ଦନ ଗିରି। ପ୍ରତିବର୍ଷ ଖଣ୍ଡଗିରି ମେଳାରେ ଷ୍ଟାଣ୍ଡିଂ ବାବାଙ୍କ ନିକଟରେ ପ୍ରବଳ ଗହଳି ଦେଖିବାକୁ ମିଳେ। ତାଙ୍କ କହିବା ଅନୁସାରେ, ଦେଶ କଲ୍ୟାଣ ତଥା ଲୋକ କଲ୍ୟାଣ ପାଇଁ ଏଭଳି ତପସ୍ୟାରତ। ସଂସାରରୁ ମୋହ ମାୟାଠାରୁ ଦୂରରେ ରହିଛନ୍ତି। ସେ ତଳେ ନବସି କେବଳ ଠିଆ ହୋଇ ରହୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଛିଡ଼ାହୋଇ ଦଣ୍ଡ ଭାରା ଦେଇ ଶୋଇଥାନ୍ତି। ସେ ସର୍ବଦା ଗଛ ତଳେ ଠିଆ ହୋଇ ତପସ୍ୟା କରନ୍ତି। ଏହି ଆସନକୁ ଯୋଗାସନର ‘ବୃକ୍ଷାସନ’ ବୋଲି କୁହାଯାଏ। ତେବେ ଷ୍ଟାଣ୍ଡିଂ ବାବାଙ୍କୁ ଦେଖିବା ସହ ତାଙ୍କଠାରୁ ଆଶୀର୍ବାଦ ନେବା ପାଇଁ ଅନେକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ପୋଷାକ ବିହୀନ ଫୌଜୀ ବାବା
ବାବାଙ୍କ ମୁଣ୍ଡରେ ଗୋଲେଇ ଟୋପି, ତା’ ସାଙ୍ଗକୁ କଳା ଚଷମା। ଦେହସାରା କେବଳ ବିଭୂତିର ଲେପ। ହେଲେ ଶରୀରରେ ନାହିଁ କପଡ଼ା। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ଖଣ୍ଡଗିରି ପାଦଦେଶରେ ଆରମ୍ଭ ହୋଇଥିବା କୁମ୍ଭମେଳାରେ ଏଭଳି ଜଣେ ବାବାଙ୍କୁ ଦେଖିବାକୁ ମିଳିଛି। ଉଲଗ୍ନ ଅବସ୍ଥାରେ ତପସ୍ୟା ରତ ଥିବା ଏହି ବାବା ହେଉଛନ୍ତି ଫୌଜି ବାବା ଶ୍ରୀ ଦିଗମ୍ବର ନାରାୟଣ ଗିରି ଫୌଜି ନେଗାଜି ମହାରାଜ। ତାଙ୍କ କହିବା ଅନୁସାରେ, ସେ ଦେଶ ସେବାରେ ନିୟୋଜିତ ହୋଇଥିଲେ। ଦେଶମାତୃକାର ରକ୍ଷା କରିବା ପାଇଁ ସିପାହୀ ଭାବେ ଆର୍ମିରେ ଯୋଗ ଦେଇଥିଲେ। ୫ବର୍ଷ ଚାକିରି କରିବା ପରେ ଦେଶ ସେବାର ତରିକାକୁ ସେ ବଦଳାଇଥିଲେ। ଫୌଜି ପୋଷାକ ପରିବର୍ତ୍ତେ ବିଭୂତିର ଲେପକୁ ସେ ପୋଷାକ ଭାବେ ପରିଧାନ କରି ବିଶ୍ୱଶାନ୍ତି ପାଇଁ ତପସ୍ୟା ଆରମ୍ଭ କରିଥିଲେ।

ଦିନକ ପରେ ଦୁଲୁକିବ ଯାତ୍ରା ମଞ୍ଚ
ଶୁକ୍ରବାରଠାରୁ ଖଣ୍ଡଗିରି ମେଳା ଆରମ୍ଭ ହୋଇଥିବାବେଳେ ରବିବାର ଠାରୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ। ନାଟକ ପରିବେଷଣ ହେବାକୁ ଥିବାରୁ ଖଣ୍ଡଗିରି ବେଶ ଉତ୍ସବମୁଖର ହୋଇଉଠିଛି। ମୋଟ ୬ଟି ପେଣ୍ଡାଲରେ ନାଟକ ପରିବେଷଣକୁ ଅନୁମତି ମିଳିଥିବାବେଳେ ୧୨ଟି ଅପେରା ପାର୍ଟି ସାମିଲ ହେବେ। ୧୮ ତାରିଖଠାରୁ ୫ଟି ପେଣ୍ଡାଲରେ ନାଟକ ପରିବେଷଣ ହେବ ଓ ୨୪ ତାରିଖରୁ ଆଉ ଗୋଟିଏ ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ। ରବିବାର ଠାରୁ ଯାତ୍ରା ହେବାକୁ ଥିବା ୫ଟି ପେଣ୍ଡାଲରେ ଟେଣ୍ଟ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ଅନୁମତି ପାଇଥିବା ବ୍ୟବସାୟୀମାନେ ମଧ୍ୟ ଦୋକାନ କାମରେ ଲାଗି ଗଲେଣି। ଏଥିସହିତ ମୀନା ବଜାର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଶନିବାର ଥିବାରୁ ପ୍ରବଳ ଭିଡ଼ ହେବାର ଆଶଙ୍କା କରାଯାଉଛି। ହଜାର ହଜାର ଲୋକଙ୍କ ଆଗମନକୁ ଆଖି ଆଗରେ ରଖି କମିସନରେଟ୍‌‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଖଣ୍ଡଗିରି କୁମ୍ଭ ମେଳା ଓ ଯାତ୍ରା ପାଇଁ ମୋଟ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଓ ଉଦୟଗିରି ମଝି ରାସ୍ତାରେ ଦୁଇ ଓ ଚାରି ଚକିଆ ଗାଡ଼ି ଯିବାଆସିବାକୁ ବାରଣ କରାଯାଇଛି। ସେହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ଯିବାଆସିବା କରିବା ନିମନ୍ତେ ପାସ୍‌‌ ବ୍ୟବସ୍ଥା କରାଯାଇଛି। ପକେଟ୍‌‌ ମାର ଓ ଚୋରି ରୋକିବାକୁ ୧୦ଜଣ ସାଧା ପୋଷାକଧାରୀ ପୁଲିସ ନିୟୋଜିତ କରାଯାଇଛି। ରାତ୍ରି ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଏଥିସହିତ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍‌‌ ରୁମ୍‌‌ ମଧ୍ୟ କରାଯାଇଛି। ଅନ୍ୟପଟେ ଅଗ୍ନିଶମ ବାହିନୀ ପକ୍ଷରୁ ଦମକଳ ଗାଡ଼ି ଓ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

17 Feb 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର