ରାଜଧାନୀରେ ମିଳିବ କୋଭିିସିଲ୍ଡର ପ୍ରିକସନ୍‌ ଡୋଜ୍‍

The Sakala Picture
Published On

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କୋଭିସିଲ୍ଡର ପ୍ରିିକସନ ଡୋଜ୍‍ ଟିକା ଦିଆଯିବ। ଭୁବନେଶ୍ୱରର ଦୁଇଟି ୟୁପିଏଚ୍‍ସି ୟୁନିଟ୍‍-୯ ଏବଂ ଚନ୍ଦ୍ରଶେଖରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ କରାଯିବ। ବର୍ତ୍ତମାନ ଏଠାରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଇଛି। କୋଭିସିଲ୍ଡର ଉଭୟ ଡୋଜ୍‍ ଟିକା ନେଇଥିବା ଯୋଗ୍ୟ ହିତାଧିକାରୀ ଏହି ପ୍ରିକସନ ଡୋଜ୍‍ ଟିକା ନେଇପାରିବେ ବୋଲି ବିଏମ୍‍ସି ପକ୍ଷରୁ ଟୁଇଟ୍‍ ଯୋଗେ ସୂଚନା ଦିଆଯାଇଛି। ଏଥିପାଇଁ ହିତାଧିକାରୀମାନେ କୋୱିନ୍‍ ପୋର୍ଟାଲରେ ସ୍ଲଟ […]

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କୋଭିସିଲ୍ଡର ପ୍ରିିକସନ ଡୋଜ୍‍ ଟିକା ଦିଆଯିବ। ଭୁବନେଶ୍ୱରର ଦୁଇଟି ୟୁପିଏଚ୍‍ସି ୟୁନିଟ୍‍-୯ ଏବଂ ଚନ୍ଦ୍ରଶେଖରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ କରାଯିବ। ବର୍ତ୍ତମାନ ଏଠାରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଇଛି। କୋଭିସିଲ୍ଡର ଉଭୟ ଡୋଜ୍‍ ଟିକା ନେଇଥିବା ଯୋଗ୍ୟ ହିତାଧିକାରୀ ଏହି ପ୍ରିକସନ ଡୋଜ୍‍ ଟିକା ନେଇପାରିବେ ବୋଲି ବିଏମ୍‍ସି ପକ୍ଷରୁ ଟୁଇଟ୍‍ ଯୋଗେ ସୂଚନା ଦିଆଯାଇଛି। ଏଥିପାଇଁ ହିତାଧିକାରୀମାନେ କୋୱିନ୍‍ ପୋର୍ଟାଲରେ ସ୍ଲଟ ବୂକିଂ ଟିକା ନେଇପାରିବେ। ଏହା ବ୍ୟତୀତ ୱାକ୍‍ଇନ୍‍ ପ୍ରକ୍ରିୟାରେ ସିଧାସଳଖ କେନ୍ଦ୍ରକୁ ଯାଇ ସେଠାରେ ପଞ୍ଜୀକରଣ କରି ଟିକା ନେଇପାରିବେ ବୋଲି ବିଏମ୍‍ସି କହିଛି।ପ୍ରକସନ୍‍ ଡୋଜ୍‍ ନେବା ପାଇଁ ହେଲେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍‍ ସାର୍ଟିଫିକେଟ ଦେଖାଇବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସକାଳ ୧୦ଟାରୁ ମଧ୍ୟାହ୍ଣ ୧ଟା ଏବଂ ଅପରାହ୍ଣ ୩ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ୯ମାସ ପୂର୍ବରୁ କୋଭିସିଲ୍ଡ ଟିକା ନେଇଛନ୍ତି ସେହିମାନେ ହିଁ ପ୍ରିକସନ ଡୋଜ୍‍ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସୂଚନାଥାଉ କି ରାଜଧାନୀରେ କେବଳ କୋଭାକ୍ସିନ୍‍ ଟିକା ଦିଆଯାଉଛି। ହେଲେ ଅନେକ ଲୋକ ରାଜ୍ୟର ବିଭିନ୍ନ ସ୍ଥାନରୁ କୋଭିସିଲ୍ଡ ଟିିକା ନେଇ ରାଜଧାନୀରେ ରହିଛନ୍ତି। ସେମାନଙ୍କ ପାଇଁ ପ୍ରିକସନ ଡୋଜ୍‍ ନେବାରେ ସମସ୍ୟା ହେଉଥିବା ଯୋଗୁଁ ବିଏମ୍‍ସି ଏହି ବ୍ୟବସ୍ଥା କରିଛି। ଯାହାଦ୍ୱାରା କୋଭିସିଲ୍ଡ ଟିକା ନେଇଥିବା ଲୋକମାନେ ରାଜଧାନୀରେ ମଧ୍ୟ ଏହି ଟିକାର ପ୍ରିକସନ ଡୋଜ୍‍ ନେଇପାରିବେ ବୋଲି ବିଏମ୍‍ସି କହିଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର