କୋଟିଆରେ ବଢୁଛି ଆନ୍ଧ୍ରର ଦାଦାଗିରି: ପ୍ରତିବାଦ ସତ୍ତ୍ବେ ଜାରି ରହିଛି ସରକାରୀ କାର୍ଯ୍ୟକ୍ରମ

The Sakala Picture
Published On

ଭୁବନେଶ୍ବର: କୋଟିଆରେ ବଢୁଛି ଆନ୍ଧ୍ରର ଦାଦାଗିରି। ପ୍ରତିବାଦ ସତ୍ତ୍ବେ ବି ବଢୁଛି ଅନୁପ୍ରବେଶ। ଜାରି ରହିଛି ସରକାରୀ କାର୍ଯ୍ୟକ୍ରମ। ମୋବାଇଲ ଟାୱାରଠୁ ନେଇ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ପ୍ରଲୋଭିତ କରୁଛି ଆନ୍ଧ୍ର। ଘରେ ଘରେ ଲଗାଯାଉଛି ତେଲୁଗୁ ଷ୍ଟିକର। ମନମୁଖୀ କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ। ଆନ୍ଧ୍ରର ଦାଦାଗିରିକୁ ନେଇ ବର୍ଷିଛି ଉତ୍କଳ ସମ୍ମିଳନୀ। କହିଛି କୋଟିଆର ପ୍ରାକୃତିକ ସମ୍ପଦ ଉପରେ ରହିଛି ପଡୋଶୀ ରାଜ୍ୟର ନଜର। ସଂଘୀୟ ବ୍ୟବସ୍ଥାର କରାଯାଉଛି ଉଲ୍ଲଙ୍ଘନ। ନିଜ ଦେଶ […]

ଭୁବନେଶ୍ବର: କୋଟିଆରେ ବଢୁଛି ଆନ୍ଧ୍ରର ଦାଦାଗିରି। ପ୍ରତିବାଦ ସତ୍ତ୍ବେ ବି ବଢୁଛି ଅନୁପ୍ରବେଶ। ଜାରି ରହିଛି ସରକାରୀ କାର୍ଯ୍ୟକ୍ରମ। ମୋବାଇଲ ଟାୱାରଠୁ ନେଇ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ପ୍ରଲୋଭିତ କରୁଛି ଆନ୍ଧ୍ର। ଘରେ ଘରେ ଲଗାଯାଉଛି ତେଲୁଗୁ ଷ୍ଟିକର। ମନମୁଖୀ କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ। ଆନ୍ଧ୍ରର ଦାଦାଗିରିକୁ ନେଇ ବର୍ଷିଛି ଉତ୍କଳ ସମ୍ମିଳନୀ। କହିଛି କୋଟିଆର ପ୍ରାକୃତିକ ସମ୍ପଦ ଉପରେ ରହିଛି ପଡୋଶୀ ରାଜ୍ୟର ନଜର। ସଂଘୀୟ ବ୍ୟବସ୍ଥାର କରାଯାଉଛି ଉଲ୍ଲଙ୍ଘନ। ନିଜ ଦେଶ ଭିତରେ କିପରି ଦୁଇଟି ପରିଚୟ ପତ୍ର ଜାରି ହୋଇପାରିବ ସେନେଇ ଉଠିଛି ପ୍ରଶ୍ନ। କୋଟିଆରେ ବ୍ୟାପକ ବିକାଶ କରିଛନ୍ତି ପୂର୍ବର ବିଜେଡି ସରକାର। ଏବେ ଚାଲିଛି ଟ୍ରିପଲ ଇଞ୍ଜିନ ସରକାର। ତେଣୁ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ବିଭାଗର ହସ୍ତକ୍ଷେପ ଲୋଡିଛି ଉତ୍କଳ ସମ୍ମିଳନୀ। ଏହାସହ ବିବାଦର ଅନ୍ତ ଘଟାଇବା ପାଇଁ ବିଜେପି ସରକାରକୁ ୫ଟି ପ୍ରସ୍ତାବ ଦେଇଛି ଉତ୍କଳ ସମ୍ମିଳନୀ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ 'ରାହୁରେଖା ଲାଗି' ନୀତି, ସାଢ଼େ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୋଲାଭରମ ପ୍ରକଳ୍ପ ଓ କୋଟିଆ ଉଭୟ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ଓଡ଼ିଶା ପ୍ରତି ଅନ୍ୟାୟ କରିଚାଲିଛି। କିନ୍ତୁ ସବୁ ଜାଣି ଚୁପ୍ ବସିଛନ୍ତି ମୋହନ ସରକାର। ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ସାମାଜିକ ସଂଗଠନ। ପୋଲାଭରମରେ ପାଣି ଓ କୋଟିଆର ଖଣି ଉପରେ ଆଖି ରଖି ଆନ୍ଧ୍ର ଲାଭବାନ ହେବାକୁ ବସିଛି। ତେଣୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ଆମ୍ ଜନତା ଅଧିକାର। ସେପଟେ ସିଟିଜେନସ ଫୋରମ କହିଛି କେନ୍ଦ୍ର ନିକଟରେ ଦାବି ରଖନ୍ତୁ ରାଜ୍ୟ ସରକାର।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

କୋଟିଆ ଜୟପୁର ରାଜାଙ୍କ ରାଜ୍ୟ ଥିଲା। ପାରଳା ମହାରାଜା ଓ ଜୟପୁର ରାଜା ୧୯୩୬ରେ ଓଡ଼ିଶାରେ ଏହାକୁ ମିଶ୍ରଣ କଲେ। ତେଣୁ କୋଟିଆର ୨୧ଟି ଗାଁ ଓଡ଼ିଶାର ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ କୁହାଯାଇଛି। ଅଞ୍ଚଳର ସୁରକ୍ଷା ପାଇଁ ଖୁବଶୀଘ୍ର ଗ୍ରାଉଣ୍ଡକୁ ଯିବ ଉତ୍କଳ ସମ୍ମିଳନୀ। ଏଥିସହ ଅନଧିକାର ପ୍ରବେଶକୁ ରୋକିବା ପାଇଁ ଉତ୍କଳ ସମ୍ମିଳନୀ ପକ୍ଷରୁ ସୀମାନ୍ତ ସୁରକ୍ଷା ବାହିନୀ ସୃଷ୍ଟି କରାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର