ପିକନିକ ହେଲା କାଳ, ଜଳପ୍ରପାତରୁ ୨୦୦ ଫୁଟ୍‌ ତଳକୁ ଖସି ଯୁବକ ମୃତ

The Sakala Picture
Published On

ପଟ୍ଟାଙ୍ଗି: ପିକନିକ ହେଲା କାଳ । ନୂଆ ବର୍ଷ ପୂର୍ବରୁ ସାଙ୍ଗମାନଙ୍କ ସହ କୋରାପୁଟ ପିକନିକରେ ଯାଇଥିଲେ। ମାତ୍ର ଖୁସି ସହିଲାନି ଦଇବ । ଆଉ ପଥର ଚଟାଣର ଶିଉଳିରେ ଗୋଡ ଖସିଯାଇଥିଲା । ୨ଶହ ମିଟର ତଳକୁ ଖସି ପ୍ରାଣ ହରାଇଲେ ଯୁବକ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ଗାଲିଗାବଟର ଜଳପ୍ରପାତ ନିକଟରେ ଘଟିଛି ଏପରି ଏକ ଅଘଟଣ। ମୃତକ ହେଲେ, କଟକ ଜଗତପୁର ଅଞ୍ଚଳର ଶେଖ୍ ଆଜାଦ ମହମ୍ମଦ (୨୪)। ସେ […]

ପଟ୍ଟାଙ୍ଗି: ପିକନିକ ହେଲା କାଳ । ନୂଆ ବର୍ଷ ପୂର୍ବରୁ ସାଙ୍ଗମାନଙ୍କ ସହ କୋରାପୁଟ ପିକନିକରେ ଯାଇଥିଲେ। ମାତ୍ର ଖୁସି ସହିଲାନି ଦଇବ । ଆଉ ପଥର ଚଟାଣର ଶିଉଳିରେ ଗୋଡ ଖସିଯାଇଥିଲା । ୨ଶହ ମିଟର ତଳକୁ ଖସି ପ୍ରାଣ ହରାଇଲେ ଯୁବକ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ଗାଲିଗାବଟର ଜଳପ୍ରପାତ ନିକଟରେ ଘଟିଛି ଏପରି ଏକ ଅଘଟଣ। ମୃତକ ହେଲେ, କଟକ ଜଗତପୁର ଅଞ୍ଚଳର ଶେଖ୍ ଆଜାଦ ମହମ୍ମଦ (୨୪)।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ସେ ତାଙ୍କର ୪ ବନ୍ଧୁଙ୍କ ସହ ଜଳପ୍ରପାତ ନିକଟକୁ ବଣଭୋଜି କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଆଜାଦ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କ ଗୋଡ଼ ଖସିଯିବାରୁ ସେ ୨୦୦ ଫୁଟ୍‌ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଅପରପକ୍ଷେ, ପର୍ଯ୍ୟଟକଙ୍କ ନିମନ୍ତେ ସୁରକ୍ଷା ବ୍ୟବସ୍ଥା କରାନଯିବା ଯୋଗୁଁ ଏଠାରେ ବାରମ୍ବାର ଏଭଳି ଅଘଟଣ ଘଟୁଛି ବୋଲି ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର