ବଦଳୁଛି କୋଟିଆ, ଷ୍ଟ୍ରବେରୀ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା

The Sakala Picture
Published On

ଭୁବନେଶ୍ୱର: ପୁଣିଥରେ ଚର୍ଚ୍ଚାରେ କୋଟିଆ। ଏଥର କିନ୍ତୁ ସୀମା ବିବାଦ କି ପଞ୍ଚାୟତ ରାଜନୀତିକୁ ନେଇ ନୁହଁ; ବରଂ ଷ୍ଟ୍ରବେରି ଚାଷ ପାଇଁ ସବୁଠି କୋଟିଆ ପ୍ରସଙ୍ଗ। କୋଟିଆ ପଞ୍ଚାୟତ ଦୋଳିଆମ୍ବ ଗାଁରେ ଷ୍ଟ୍ରବେରୀ ଅମଳ ଆରମ୍ଭ ହୋଇଥିବା ବେଳେ ଏହାକୁ କିପରି ବାହାର ରାଜ୍ୟକୁ ରପ୍ତାନୀ କରାଯିବ ସେଥିପାଇଁ ଜିଲ୍ଲାପ୍ରଶାସନ ଆଇଟିଡିଏ ସହାୟତରେ ରଣନୀତି ପ୍ରସ୍ତୁତ କରୁଛି। ଷ୍ଟ୍ରବେରୀକୁ ଉଚିତ ମୂଲ୍ୟରେ ବିକ୍ରିବଟା କରିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜିଂ ବି କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ […]

ଭୁବନେଶ୍ୱର: ପୁଣିଥରେ ଚର୍ଚ୍ଚାରେ କୋଟିଆ। ଏଥର କିନ୍ତୁ ସୀମା ବିବାଦ କି ପଞ୍ଚାୟତ ରାଜନୀତିକୁ ନେଇ ନୁହଁ; ବରଂ ଷ୍ଟ୍ରବେରି ଚାଷ ପାଇଁ ସବୁଠି କୋଟିଆ ପ୍ରସଙ୍ଗ। କୋଟିଆ ପଞ୍ଚାୟତ ଦୋଳିଆମ୍ବ ଗାଁରେ ଷ୍ଟ୍ରବେରୀ ଅମଳ ଆରମ୍ଭ ହୋଇଥିବା ବେଳେ ଏହାକୁ କିପରି ବାହାର ରାଜ୍ୟକୁ ରପ୍ତାନୀ କରାଯିବ ସେଥିପାଇଁ ଜିଲ୍ଲାପ୍ରଶାସନ ଆଇଟିଡିଏ ସହାୟତରେ ରଣନୀତି ପ୍ରସ୍ତୁତ କରୁଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ସଂକଟରେ ସ୍କୁଲ ଶିକ୍ଷା : ବିଜେଡି

ଷ୍ଟ୍ରବେରୀକୁ ଉଚିତ ମୂଲ୍ୟରେ ବିକ୍ରିବଟା କରିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜିଂ ବି କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ବଜାର ସମେତ ରାୟପୁର, ହାଇଦ୍ରାବାଦ, ବିଶାଖାପାଟଣା, ଜଗଦଲପୁର ଆଦି ଅଞ୍ଚଳକୁ ପଠାଯିବାକୁ ଚିନ୍ତା କରାଯାଇଛି। ଏହାସହ ଜୟପୁରର ଶକ୍ତି ଟ୍ରେଡର୍ସ, ରିଲାଏନ୍ସ, ଟ୍ରେଣ୍ଡସ୍‍ ଆଦି ସହାୟତାରେ ବି ଏହାର ବିକ୍ରିବଟା କରାଯିବ। ଏଥିପାଇଁ କୋରାପୁଟରେ ଆଇଟିଡିଏ ନିଜର ଏକ ଆଉଟ୍‍-ଲେଟ୍‍ ବି କରି ଏହାର ବିକ୍ରିବଟା କରିବ। ସ୍ଥାନୀୟ ବଜାରରେ ଷ୍ଟ୍ରବେରିକୁ ୨୫୦ ଗ୍ରାମ ପିଛା ୮୦ରୁ ୧୦୦ ଟଙ୍କାର ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ କିଲୋପିଛା ୪୦୦ ଟଙ୍କାରେ ବିକ୍ରି କରାଯିବ। ତେବେ ଜଣେ ହୋଲସେଲ୍‌ ବଜାରରେ ଏହାକୁ କିଣିଲେ କିଲୋପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

ପରୀକ୍ଷାମୂଳକ ଭାବେ ଷ୍ଟ୍ରବେରି ଚାଷ ପାଇଁ କୋଟିଆ ପଞ୍ଚାୟତର ଦୋଳିଆମ୍ବ ଗାଁକୁ ଚୟନ କରାଯାଇଥିଲା। ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଏଥିପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଦୋଳିଆମ୍ବ ଗାଁର ୫ ଏକର ଜାଗାକୁ ଏଥିପାଇଁ ଚୟନ କରାଯାଇଥିବା ବେଳେ ସମସ୍ତ ୫୦ ପରିବାରକୁ ଏଥିରେ ସାମିଲ କରାଯାଇଥିଲା। ଷ୍ଟ୍ରବେରୀ ଚାଷ ସମସ୍ତଙ୍କ ପାଇଁ ନୂଆ ଥିବାରୁ ଜିଲ୍ଲା ପ୍ରଶାସନ ଏହାର ପରିଚାଳନା ଦାୟିତ୍ୱ ଗାଁର ମା ଗଙ୍ଗା, ମା ଯମୁନା ଓ ନିଶାଶିମୁଣ୍ଡା ନାମକ ତିନୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା ଯାତ୍ରା: ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ ରଥ

ଏ ବାବଦରେ ଆଇଟିଡିଏ ପ୍ରକଳ୍ପ ପରିଚାଳକ ସତ୍ୟରଞ୍ଜନ ମହାନ୍ତି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ଆରକୁରୁ ସଫଳ ଚାଷୀ, ଉଦ୍ୟୋଗୀ ଓ ତାଲିମଦାତାଙ୍କୁ ଅଣାଯାଇଛି। ସେମାନଙ୍କ ସହାୟତାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଓ ଗାଁ ଲୋକଙ୍କୁ ତାଲିମ ବି ଦିଆଯାଇଛି। ଏବେ ଜମିରୁ ଷ୍ଟ୍ରବେରୀ ଅମଳ ହେବା ଆରମ୍ଭ ହୋଇଛି। ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଏହି ଚାଷ ଆରମ୍ଭ କରାଯାଇଥିବା ବେଳେ ଏଥିପାଇଁ ଏକର ପିଛା ପାଖାପାଖି ୩୦ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଅପରପକ୍ଷେ ପ୍ରତି ଥର ଅମଳରେ ଏକର ପିଛା ୧୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ୫ ଏକରରେ ୬୨ ଲକ୍ଷ ୫୦ ହଜାର ଟଙ୍କା ଆୟ କରାଯାଉଛି।

ଭିଟାମିନ୍‍ ସି ଓ ଆଇରନ୍‍ରେ ଭରପୂର ଥିବା ଷ୍ଟ୍ରବେରି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ କୋଟିଆର ଜଳବାୟୁ ଏହି ଚାଷ ପାଇଁ ଉପଯୁକ୍ତ ବୋଲି ଜଣାଯାଇଛି। ଏଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖର୍ଚ୍ଚ ଯୋଗାଇ ଦେଇଥିଲେ ଜିଲ୍ଲା ପ୍ରଶାସନ।

24 Feb 2022 By The Sakala

ବଦଳୁଛି କୋଟିଆ, ଷ୍ଟ୍ରବେରୀ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ମହିଳା

ଭୁବନେଶ୍ୱର: ପୁଣିଥରେ ଚର୍ଚ୍ଚାରେ କୋଟିଆ। ଏଥର କିନ୍ତୁ ସୀମା ବିବାଦ କି ପଞ୍ଚାୟତ ରାଜନୀତିକୁ ନେଇ ନୁହଁ; ବରଂ ଷ୍ଟ୍ରବେରି ଚାଷ ପାଇଁ ସବୁଠି କୋଟିଆ ପ୍ରସଙ୍ଗ। କୋଟିଆ ପଞ୍ଚାୟତ ଦୋଳିଆମ୍ବ ଗାଁରେ ଷ୍ଟ୍ରବେରୀ ଅମଳ ଆରମ୍ଭ ହୋଇଥିବା ବେଳେ ଏହାକୁ କିପରି ବାହାର ରାଜ୍ୟକୁ ରପ୍ତାନୀ କରାଯିବ ସେଥିପାଇଁ ଜିଲ୍ଲାପ୍ରଶାସନ ଆଇଟିଡିଏ ସହାୟତରେ ରଣନୀତି ପ୍ରସ୍ତୁତ କରୁଛି।

ଷ୍ଟ୍ରବେରୀକୁ ଉଚିତ ମୂଲ୍ୟରେ ବିକ୍ରିବଟା କରିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜିଂ ବି କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ବଜାର ସମେତ ରାୟପୁର, ହାଇଦ୍ରାବାଦ, ବିଶାଖାପାଟଣା, ଜଗଦଲପୁର ଆଦି ଅଞ୍ଚଳକୁ ପଠାଯିବାକୁ ଚିନ୍ତା କରାଯାଇଛି। ଏହାସହ ଜୟପୁରର ଶକ୍ତି ଟ୍ରେଡର୍ସ, ରିଲାଏନ୍ସ, ଟ୍ରେଣ୍ଡସ୍‍ ଆଦି ସହାୟତାରେ ବି ଏହାର ବିକ୍ରିବଟା କରାଯିବ। ଏଥିପାଇଁ କୋରାପୁଟରେ ଆଇଟିଡିଏ ନିଜର ଏକ ଆଉଟ୍‍-ଲେଟ୍‍ ବି କରି ଏହାର ବିକ୍ରିବଟା କରିବ। ସ୍ଥାନୀୟ ବଜାରରେ ଷ୍ଟ୍ରବେରିକୁ ୨୫୦ ଗ୍ରାମ ପିଛା ୮୦ରୁ ୧୦୦ ଟଙ୍କାର ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ କିଲୋପିଛା ୪୦୦ ଟଙ୍କାରେ ବିକ୍ରି କରାଯିବ। ତେବେ ଜଣେ ହୋଲସେଲ୍‌ ବଜାରରେ ଏହାକୁ କିଣିଲେ କିଲୋପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ପରୀକ୍ଷାମୂଳକ ଭାବେ ଷ୍ଟ୍ରବେରି ଚାଷ ପାଇଁ କୋଟିଆ ପଞ୍ଚାୟତର ଦୋଳିଆମ୍ବ ଗାଁକୁ ଚୟନ କରାଯାଇଥିଲା। ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଏଥିପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଦୋଳିଆମ୍ବ ଗାଁର ୫ ଏକର ଜାଗାକୁ ଏଥିପାଇଁ ଚୟନ କରାଯାଇଥିବା ବେଳେ ସମସ୍ତ ୫୦ ପରିବାରକୁ ଏଥିରେ ସାମିଲ କରାଯାଇଥିଲା। ଷ୍ଟ୍ରବେରୀ ଚାଷ ସମସ୍ତଙ୍କ ପାଇଁ ନୂଆ ଥିବାରୁ ଜିଲ୍ଲା ପ୍ରଶାସନ ଏହାର ପରିଚାଳନା ଦାୟିତ୍ୱ ଗାଁର ମା ଗଙ୍ଗା, ମା ଯମୁନା ଓ ନିଶାଶିମୁଣ୍ଡା ନାମକ ତିନୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦେଇଥିଲେ।

ଏ ବାବଦରେ ଆଇଟିଡିଏ ପ୍ରକଳ୍ପ ପରିଚାଳକ ସତ୍ୟରଞ୍ଜନ ମହାନ୍ତି କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ଆରକୁରୁ ସଫଳ ଚାଷୀ, ଉଦ୍ୟୋଗୀ ଓ ତାଲିମଦାତାଙ୍କୁ ଅଣାଯାଇଛି। ସେମାନଙ୍କ ସହାୟତାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଓ ଗାଁ ଲୋକଙ୍କୁ ତାଲିମ ବି ଦିଆଯାଇଛି। ଏବେ ଜମିରୁ ଷ୍ଟ୍ରବେରୀ ଅମଳ ହେବା ଆରମ୍ଭ ହୋଇଛି। ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଏହି ଚାଷ ଆରମ୍ଭ କରାଯାଇଥିବା ବେଳେ ଏଥିପାଇଁ ଏକର ପିଛା ପାଖାପାଖି ୩୦ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଅପରପକ୍ଷେ ପ୍ରତି ଥର ଅମଳରେ ଏକର ପିଛା ୧୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ୫ ଏକରରେ ୬୨ ଲକ୍ଷ ୫୦ ହଜାର ଟଙ୍କା ଆୟ କରାଯାଉଛି।

ଭିଟାମିନ୍‍ ସି ଓ ଆଇରନ୍‍ରେ ଭରପୂର ଥିବା ଷ୍ଟ୍ରବେରି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ କୋଟିଆର ଜଳବାୟୁ ଏହି ଚାଷ ପାଇଁ ଉପଯୁକ୍ତ ବୋଲି ଜଣାଯାଇଛି। ଏଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖର୍ଚ୍ଚ ଯୋଗାଇ ଦେଇଥିଲେ ଜିଲ୍ଲା ପ୍ରଶାସନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର