ସ୍ୱତନ୍ତ୍ର ଟାସ୍କ ଫୋର୍ସ ଜାଲରେ ଫସିଲା ବାଘ ଛାଲ ବିକ୍ରେତା

The Sakala Picture
Published On

ବୈପାରୀଗୁଡା: ବାଘ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ବୈପାରୀଗୁଡା ଗୁପ୍ତେଶ୍ୱର ରେଞ୍ଜରେ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଉଭୟ ଜଙ୍ଗଲ ଓ ଜଙ୍ଗଲ ପ୍ରାଣୀଙ୍କ ସଂଖ୍ୟା ଦିନକୁଦିନ ହ୍ରାସ ଘଟୁଛି। କିଛି ଦିନ ତଳେ ଆନ୍ଧ୍ରର କିଛି ଲୋକ ଗଛ କାଟିବା ସମୟରେ ଧାରାପଡିଥିଲେ। ଆଜି ବାଘ ଛାଲ ବିକ୍ରି ବେଳେ ଅଭିଯୁକ୍ତକୁ ସ୍ୱତନ୍ତ୍ର ଟାସ୍କ ଫର୍ସ କାବୁ କରିଛି। ବୈପାରୀଗୁଡା ଅଞ୍ଚଳରେ ଥିବା ଜଙ୍ଗଲରେ ବାଘ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା । […]

ବୈପାରୀଗୁଡା: ବାଘ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ବୈପାରୀଗୁଡା ଗୁପ୍ତେଶ୍ୱର ରେଞ୍ଜରେ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଉଭୟ ଜଙ୍ଗଲ ଓ ଜଙ୍ଗଲ ପ୍ରାଣୀଙ୍କ ସଂଖ୍ୟା ଦିନକୁଦିନ ହ୍ରାସ ଘଟୁଛି। କିଛି ଦିନ ତଳେ ଆନ୍ଧ୍ରର କିଛି ଲୋକ ଗଛ କାଟିବା ସମୟରେ ଧାରାପଡିଥିଲେ। ଆଜି ବାଘ ଛାଲ ବିକ୍ରି ବେଳେ ଅଭିଯୁକ୍ତକୁ ସ୍ୱତନ୍ତ୍ର ଟାସ୍କ ଫର୍ସ କାବୁ କରିଛି।

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

ବୈପାରୀଗୁଡା ଅଞ୍ଚଳରେ ଥିବା ଜଙ୍ଗଲରେ ବାଘ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା । ଏହି ଅଞ୍ଚଳରେ ଚୋରା କରବାର ମଧ୍ୟ୍ୟ ଚାଲିଥିଲା । ତେଣୁ ଭୁବନେଶ୍ୱରର ସ୍ୱତନ୍ତ୍ର ଟାସ୍କ ଫୋର୍ସ କଡା ନଜର ରଖିଥିଲେ। ଗୁପ୍ତେଶ୍ୱର ରେଞ୍ଜ ଅନ୍ତରଗତ ଦଣ୍ଡାବାଡ଼ି ପଞ୍ଚାୟତ ଗୌଡ଼ ଗୁଡା ଗ୍ରାମର ମନହର ଗୌଡ଼ (୨୨) ଙ୍କ ପାଖରେ ଏକ ବାଘ ଛାଲ ଥିବା ଜାଣିବାକୁ ପାଇଥିଲେ। ତାକୁ ଜଣେ ଗ୍ରାହକ ଭାବେ ଫୋନ ଯୋଗେ କଥା ହୋଇଥିଲେ। ବାଘ ଛାଲର ମୂଲ୍ୟ ୬୦ ହଜାର ଟଙ୍କାକୁ କିଣିବା ନେଇ ଡିଲ କରିଥିଲେ। ଆଜି ରାମଗିରି ଗୁପ୍ତେଶ୍ୱର ମଝି ଏକ ଜଙ୍ଗଲରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଡିଲ ପାଇଁ ଡାକିଥିଲେ। ମନହର ଗୌଡ଼ ଏବଂ ତାହାର ଦୁଇ ସହଯୋଗୀ ଛାଲ ଧରି ଆସିଥିଲେ। ଅନ୍ୟ ପଟେ ଗ୍ରାହକ ସାଜି ସ୍ୱତନ୍ତ୍ର ଟାସ୍କ ଫୋର୍ସ ମଧ୍ୟ୍ୟ ପହଞ୍ଚିଥିଲେ କିଣିବା ପାଇଁ। ଆଉ ବାଘ ଛାଲ କାଢୁକାଢୁ କାବୁ କରିଥିଲେ। କିନ୍ତୁ ଦୁଇ ସହଯୋଗୀ ଦୌଡ଼ି ପୋଳେଇଥିବା ବେଳେ ମନହର ଓ ବାଘ ଛାଲକୁ କାବୁ କରି ନେଇଥିଲେ ଟିମ। ଗୁପ୍ତେଶ୍ୱର ବନାଞ୍ଚଳ ଅଧିକରୀଙ୍କୁ ଖବର ଦେଇଥିଲେ। ବୈପାରୀଗୁଡା ବନାଞ୍ଚଳ ଅଧିକାରୀ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସହ ବାଘ ଛାଲକୁ ଜବତ କରାଯାଇଥିବା ନେଇ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର