କୋରାପୁଟ ଗସ୍ତରେ ଯାଇ ମାଓ ଗତିବିଧି ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ

The Sakala Picture
Published On

କୋରାପୁଟ/ସୁନାବେଡା: ପୁଲିସ ମହା ନିର୍ଦ୍ଦେଶକ ସୁନିଲ ବଂଶଲ୍ ଶନିବାର କୋରାପୁଟ ଜିଲ୍ଲା ଗସ୍ତରେ ଆସି ମାଓ ସ୍ଥିତି ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଶନିବାର ପୂର୍ବାହ୍ନ ୧୦ଟା ରେ ସ୍ବତନ୍ତ୍ର ବିମାନରେ ସୁନାବେଡ଼ା ଏନ୍ ଏ ସି ସ୍ଥିତ ଟିଟିଏସ ପଡ଼ିଆରେ ଓହ୍ଲାଇବା ପରେ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା । ପରେ ପୁଲିସ ମହା ନିର୍ଦ୍ଦେଶକ ଟିଟିଏସ ସମ୍ମିଳନୀ କକ୍ଷରେ ଜିଲ୍ଲା ପୁଲିସ ଏବଂ ସୀମା […]

କୋରାପୁଟ/ସୁନାବେଡା: ପୁଲିସ ମହା ନିର୍ଦ୍ଦେଶକ ସୁନିଲ ବଂଶଲ୍ ଶନିବାର କୋରାପୁଟ ଜିଲ୍ଲା ଗସ୍ତରେ ଆସି ମାଓ ସ୍ଥିତି ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଶନିବାର ପୂର୍ବାହ୍ନ ୧୦ଟା ରେ ସ୍ବତନ୍ତ୍ର ବିମାନରେ ସୁନାବେଡ଼ା ଏନ୍ ଏ ସି ସ୍ଥିତ ଟିଟିଏସ ପଡ଼ିଆରେ ଓହ୍ଲାଇବା ପରେ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା । ପରେ ପୁଲିସ ମହା ନିର୍ଦ୍ଦେଶକ ଟିଟିଏସ ସମ୍ମିଳନୀ କକ୍ଷରେ ଜିଲ୍ଲା ପୁଲିସ ଏବଂ ସୀମା ସୁରକ୍ଷା ବଳ ( ବି ଏସ ଏଫ୍) ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିବା ସହ ମାଓ ମୁକାବିଲା ଓ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ସତର୍କତାର ସହ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଡିଜିପି ଶ୍ରୀ ବଂସଲଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଦକ୍ଷିଣାଞ୍ଚଳ ରେଞ୍ଜ ପୁଲିସ ମହା ନୀରିକ୍ଷକ ସତ୍ୟବ୍ରତ ଭୋଇ ଗସ୍ତରେ ଆସିଥିବା ବେଳେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡି ଆଇ ଜି ରାଜେଶ ପଣ୍ଡିତ, ସୀମା ସୁରକ୍ଷା ବଳ ଡି ଆଇ ଜି ଶୈଳେଶ କୁମାର, କୋରାପୁଟ ଏସ ପି ଅଭିନବ ଶୋନକାର, କନ୍ଧମାଳ ଏସ ପି ଶୁଭେନ୍ଦୁ ପାତ୍ର ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର