ଟ୍ରକରୁ ଜବତ ହେଲା ୫୦ଲକ୍ଷ ଟଙ୍କାର ଗଞ୍ଜେଇ, ମାଫିଆ ଫେରାର

The Sakala Picture
Published On

ଲମତାପୁଟ: କୋରାପୁଟ ଜିଲ୍ଲା ନୁଆଁପୁଟ ଗ୍ରାମ ନିକଟରୁ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଟ୍ରକ ଜବତ କରିଛି ପୁଲିସ। ତେବେ ଘଟଣା ସ୍ଥଳରୁ ମାଫିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ନୁଆଁପୁଟ ଗ୍ରାମ ନିକଟରେ ବାହାର ରାଜ୍ୟରୁ ଏକ ଟ୍ରକରେ ଗଞ୍ଜେଇ ଲୋଡ଼ ହେଉଥିବା ଖବର ପାଇଥିଲା ମାଛକୁଣ୍ଡ ପୁଲିସ। ଘଟଣା ସ୍ଥଳକୁ ମାଛକୁଣ୍ଡ, ଯୋଲାପୁଟ, ଲମତାପୁଟ ପୁଲିସ ମିଳିତ ଟିମ ଗଠନ କରି ଚଢାଉ କରିଥିଲେ। ଅନ୍ଧାରର ସୁଯଗ ନେଇ ମାଫିଆ ଫେରାର ହୋଇଯାଇଥିବା […]

ଲମତାପୁଟ: କୋରାପୁଟ ଜିଲ୍ଲା ନୁଆଁପୁଟ ଗ୍ରାମ ନିକଟରୁ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଟ୍ରକ ଜବତ କରିଛି ପୁଲିସ। ତେବେ ଘଟଣା ସ୍ଥଳରୁ ମାଫିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ନୁଆଁପୁଟ ଗ୍ରାମ ନିକଟରେ ବାହାର ରାଜ୍ୟରୁ ଏକ ଟ୍ରକରେ ଗଞ୍ଜେଇ ଲୋଡ଼ ହେଉଥିବା ଖବର ପାଇଥିଲା ମାଛକୁଣ୍ଡ ପୁଲିସ। ଘଟଣା ସ୍ଥଳକୁ ମାଛକୁଣ୍ଡ, ଯୋଲାପୁଟ, ଲମତାପୁଟ ପୁଲିସ ମିଳିତ ଟିମ ଗଠନ କରି ଚଢାଉ କରିଥିଲେ। ଅନ୍ଧାରର ସୁଯଗ ନେଇ ମାଫିଆ ଫେରାର ହୋଇଯାଇଥିବା ବେଳେ ଟ୍ରକକୁ ଜବତ କରିଛି ପୁଲିସ। ଟ୍ରକକୁ ଯାଞ୍ଚ ବେଳେ ସେଥିରେ ୨୦ଟି ବସ୍ତାରେ ୫କୁଇଣ୍ଟାଲ ୨ କେଜି ଗଞ୍ଜେଇ ବାହାରିଥିଲା । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ହେବ ବୋଲି ପୁଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲା ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗାଡିର କାଗଜ ପତ୍ର ଯାଞ୍ଚ କରିବା ପରେ ମାଲିକ ନାମରେ NDPS ରେ ମାମଲା ରୁଜୁ କରିଛି ପୁଲିସ।

02 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର