ଜାଣନ୍ତୁ ରାଜ୍ଯର କେଉଁ ଜିଲ୍ଲାରେ ଖୋଲା ଓ ବନ୍ଦ ରହିବ ସ୍କୁଲ …..

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗକୁ ନେଇ ପାଣିପାଗ ବିଭାଗ ସୂଚନାକୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତି ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପଳମାନେ ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ। ଅନୁକୂଳ ପାଣିପାଗ ଥିବା ଜିଲ୍ଲାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ଯନ୍ତ ବିଦ୍ୟାଳୟ ସମୟ […]

ଭୁବନେଶ୍ବର: ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗକୁ ନେଇ ପାଣିପାଗ ବିଭାଗ ସୂଚନାକୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତି ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପଳମାନେ ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ। ଅନୁକୂଳ ପାଣିପାଗ ଥିବା ଜିଲ୍ଲାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ଯନ୍ତ ବିଦ୍ୟାଳୟ ସମୟ ରଖିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ୨୦ ଜୁନ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଆହୁରି ପଢ଼ନ୍ତୁ: ଆଶାକର୍ମୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର, ମାଡିବସିଲା ଭିଜିଲାନ୍ସ

ଏହାରି ମଧ୍ଯରେ  ଗ୍ରୀଷ୍ମ ଲହରି ଜାରି ଥିବାରୁ ଗଞ୍ଜାମ, ଭଦ୍ରକ, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାରେ ଆସନ୍ତା ତିନି ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି। ଅର୍ଥାତ ଜୁନ୍‌ ୧୮ରୁ ଏହି ୪ ଜିଲ୍ଲାରେ ସ୍କୁଲ ଖୋଲିବ ନାହିଁ। ଏଠାକାର ଜିଲ୍ଲାପାଳମାନେ ୨୦ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାର ସିଲାକୁଟା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଭଣ୍ଡାର ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ

ବାଲେଶ୍ୱରରେ ଓ କେନ୍ଦ୍ରାପଡ଼ା ଆସନ୍ତାକାଲି ଦିନକ ପାଇଁ ସ୍କୁଲ ଛୁଟି ରହିବ। ୧୯ ତାରିଖରୁ ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ କ୍ଲାସ୍ ହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଲଗାଣ ବର୍ଷା: ଫୁଲୁଛି ବୈତରଣୀ ଓ ବ୍ରାହ୍ମଣୀ ନଦୀ, ବନ୍ୟା ପରିସ୍ଥିତି ଉପରେ ସରକାରଙ୍କ ନଜର

ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଜଗତସିଂହପୁର, ଦେବଗଡ, ନବରଙ୍ଗପୁର, ଅନୁଗୁଳରେ ଆସନ୍ତାକାଲିଠାରୁ ସକାଳୁଆ ସ୍କୁଲ ଖୋଲିବ। ଏ ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର