ସ୍କୁଲ ଆଗରେ ଆଣ୍ଠୁଏ ପାଣି : ନିଷ୍କାସନ ପାଇଁ ନାହିଁ ଡ୍ରେନ୍‌

The Sakala Picture
Published On

ମାହାଙ୍ଗା : ମାହାଙ୍ଗା ବ୍ଲକ ସଦର ମହକୁମା ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡାସ୍ଥିତ ଆଚାର୍ଯ୍ୟ ପ୍ୟାରୀମୋହନ ବିଦ୍ୟା ନିକେତନ ସମ୍ମୁଖ ରାସ୍ତାରେ ବର୍ଷାଜଳ ନିଷ୍କାସନ ହୋଇ ନପାରି ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ଏଥିଯୋଗୁ ଛାତ୍ରଛାତ୍ରୀଙ୍କ ଯାତାୟାତରେ ଅସୁବିଧା ଦେଖାଦେଇଛି। ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟଟି ପଶୁଲୁଣ୍ଡା ଗ୍ରାମ ତଥା ମାହାଙ୍ଗା ଗ୍ରାମ୍ୟ ନିର୍ମାଣ ବିଭାଗ ରାସ୍ତା ପାର୍ଶ୍ବରେ ଅବସ୍ଥିତ। ଏହି ଢଳେଇ ରାସ୍ତାଟି ପଶୁଲୁଣ୍ଢା ବଜାର ଛକ ଠାରୁ ବିଦ୍ୟାଳୟର ଶେଷ ମୁଣ୍ଡ ପର୍ଯ୍ୟନ୍ତ ସଂଯୋଗ […]

ମାହାଙ୍ଗା : ମାହାଙ୍ଗା ବ୍ଲକ ସଦର ମହକୁମା ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡାସ୍ଥିତ ଆଚାର୍ଯ୍ୟ ପ୍ୟାରୀମୋହନ ବିଦ୍ୟା ନିକେତନ ସମ୍ମୁଖ ରାସ୍ତାରେ ବର୍ଷାଜଳ ନିଷ୍କାସନ ହୋଇ ନପାରି ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ଏଥିଯୋଗୁ ଛାତ୍ରଛାତ୍ରୀଙ୍କ ଯାତାୟାତରେ ଅସୁବିଧା ଦେଖାଦେଇଛି। ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟଟି ପଶୁଲୁଣ୍ଡା ଗ୍ରାମ ତଥା ମାହାଙ୍ଗା ଗ୍ରାମ୍ୟ ନିର୍ମାଣ ବିଭାଗ ରାସ୍ତା ପାର୍ଶ୍ବରେ ଅବସ୍ଥିତ। ଏହି ଢଳେଇ ରାସ୍ତାଟି ପଶୁଲୁଣ୍ଢା ବଜାର ଛକ ଠାରୁ ବିଦ୍ୟାଳୟର ଶେଷ ମୁଣ୍ଡ ପର୍ଯ୍ୟନ୍ତ ସଂଯୋଗ କରୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଜଳ ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା କରାଯାଇନାହିଁ। ବିଶେଷ କରି ଏହି ରାସ୍ତାର ଉଭୟ ପାର୍ଶ୍ବରେ ଥିବା ରାସ୍ତାକଡ ସରକାରୀ ଜାଗାକୁ ଲଗାଇ ଦୋକାନ ଗୃହ ନିର୍ମାଣ କରାଯାଇଥିବା ହେତୁ ସାମାନ୍ୟ ବର୍ଷା ହେଲେ ଜଳ ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହୁଛି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ପୂର୍ବରୁ ଏଥିନେଇ ସ୍ଥାନୀୟ ଅଭିଭାବକମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏହି ରାସ୍ତାର ଉଭୟ ପାର୍ଶ୍ବରେ ଦୋକାନଗୃହ ନିର୍ମାଣ କରାଯାଇଥିବାବେଳେ ଗୃହ ମାଲିକମାନେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରି ନଥିବାରୁ ଛାତ୍ରଛାତ୍ରୀମାନେ ଅସୁବିଧା ଭୋଗ କରୁଛନ୍ତି। ତୁରନ୍ତ ତହସିଲ ପ୍ରଶାସନ ଓ ଗ୍ରାମ୍ୟ ନିର୍ମାଣ ବିଭାଗ ସହାକରୀ ଯନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସ୍କୁଲ ସମ୍ମୁଖ ରାସ୍ତାରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଭିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର