ଫେସବୁକର ଅଜଣା ଯୁବତୀଙ୍କ ପ୍ରେମରେ ଅନ୍ଧ ହୋଇ ନିଜ ସ୍ତ୍ରୀ ଓ ଝିଅକୁ ଛାଡି ଫେରାର ହେଲେ ସ୍ୱାମୀ

The Sakala Picture
Published On

ବାଲୁଗାଁ: ମୋବାଇଲ ବିନା ଚଳିବା ବର୍ତ୍ତମାନ ସମୟରେ ଅସମ୍ଭବ ହୋଇପଡ଼ିଛି। ପିଲା ଠାରୁ ବୁଢା ଯାଏଁ ସମସ୍ତଙ୍କ ହାତରେ ମୋବାଇଲ ଦେଖିବାକୁ ମିଳୁଛି। ଖାସ କରି ଯୁବପିଢି ଏହି ମୋବାଇଲର ସାମାଜିକ ଗଣମାଧ୍ୟମରେ ବାୟା। ଏଭଳି ପରିସ୍ଥିତି ଉପୁଜିଛି ଯେ ସାମାଜିକ ଗଣମାଧ୍ୟମ ବିନା ଲୋକେ ବଞ୍ଚିବା କଷ୍ଟକର ହୋଇପଡିଛି। ଏହି ସାମାଜିକ ଗଣମାଧ୍ୟମ ଦ୍ଵାରା କିଏ ରାତାରାତି ନା କମେଇ ଫେମସ ହୋଇ କୋଟିପତି ହେଉଥିବା ବେଳେ ଆଉ କାହାର ଘର ସଂସାର ଉଜୁଡ଼ି ଜୀବନ […]

ବାଲୁଗାଁ: ମୋବାଇଲ ବିନା ଚଳିବା ବର୍ତ୍ତମାନ ସମୟରେ ଅସମ୍ଭବ ହୋଇପଡ଼ିଛି। ପିଲା ଠାରୁ ବୁଢା ଯାଏଁ ସମସ୍ତଙ୍କ ହାତରେ ମୋବାଇଲ ଦେଖିବାକୁ ମିଳୁଛି। ଖାସ କରି ଯୁବପିଢି ଏହି ମୋବାଇଲର ସାମାଜିକ ଗଣମାଧ୍ୟମରେ ବାୟା। ଏଭଳି ପରିସ୍ଥିତି ଉପୁଜିଛି ଯେ ସାମାଜିକ ଗଣମାଧ୍ୟମ ବିନା ଲୋକେ ବଞ୍ଚିବା କଷ୍ଟକର ହୋଇପଡିଛି। ଏହି ସାମାଜିକ ଗଣମାଧ୍ୟମ ଦ୍ଵାରା କିଏ ରାତାରାତି ନା କମେଇ ଫେମସ ହୋଇ କୋଟିପତି ହେଉଥିବା ବେଳେ ଆଉ କାହାର ଘର ସଂସାର ଉଜୁଡ଼ି ଜୀବନ ହାରୁଥିବାର ନଜିର ସାମ୍ନାକୁ ଆସୁଛି । କିଛି ଯୁବକ ଯୁବତୀ ମୋବାଇଲର ଫେସବୁକ ଦ୍ୱାରା ବିବାହ ବନ୍ଧନରେ ବାନ୍ଧିହୋଇ ସୁଖରେ ଘର ସଂସାର କରୁଥିବା ବେଳେ କେତେକଙ୍କ ଦାମ୍ପତ୍ୟ ଜୀବନ ଛାରଖାର ହୋଇଯାଉଛି। ଏହି ପରିପ୍ରେକ୍ଷୀରେ ଫେସବୁକର ଜଣେ ଅଜଣା ଯୁବତୀଙ୍କ ପ୍ରେମରେ ପଡି ଜଣେ ବିବାହିତ ପୁରୁଷ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗମ୍ଭାରିମୁଣ୍ଡା ଅଞ୍ଚଳର ନିଜ ପତ୍ନୀ ଓ ପିଲାକୁ ଛାଡି ଫେରାର ହେଇଯାଇଥିବା ନେଇ ସ୍ତ୍ରୀ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଘଟଣାରୁ ପ୍ରକାଶ ଯେ, ପୁରୀ ଟାଉନ ଥାନା ଅନ୍ତର୍ଗତ ରାଧେଶ୍ୟାମ ଗୋଡିଙ୍କ ପୁଅ ରବି ନାରାୟଣ ଗୋଡ଼ିଙ୍କ ସହିତ ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମର ଦୀପାଞ୍ଜଳି ବରାଳ ଦୀର୍ଘ ପାଞ୍ଚବର୍ଷ ତଳେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଦୀପାଞ୍ଜଳିଙ୍କ ପରିବାର ବିବାହ ନିମନ୍ତେ ବର ପକ୍ଷକୁ ନଗଦ ୨ ଲକ୍ଷ ଟଙ୍କା ସହ, ଅଳଙ୍କାର ଏବଂ ବିଭିନ୍ନ ଜନିଷପତ୍ର ଦେଇଥିଲେ। ବିବାହର ବର୍ଷକ ପରେ ତାଙ୍କର ଏକ ଝିଅଟିଏ ଜନ୍ମ ହୋଇଥିଲା। ବର୍ତ୍ତମାନ ଝିଅକୁ ଚାରି ବର୍ଷ ଚାଲିଛି। ବର୍ଷେ ହେଲା ରବି ଗୋଆରେ ଚାକିରୀ ପାଇବାରୁ ପରିବାରକୁ ନେଇ ଗୋଆରେ ରହୁଥିଲେ। ଗୋଆରେ ରହିବାର କିଛି ମାସ ପରେ ଫେସବୁକ ଜରିଆରେ ଏକ ଅଜଣା ଯୁବତୀଙ୍କ ସହ ରବି ପ୍ରେମରେ ପଡି ସମ୍ପର୍କ ଆଗକୁ ବଢାଇଥିଲେ। ଦୀପାଞ୍ଜଳି ଏ ସମ୍ପର୍କରେ ଜାଣିବା ପରେ ଏ ନେଇ ବାରମ୍ବାର ପ୍ରତିବାଦ କରିବାରୁ ତାଙ୍କ ସ୍ୱାମୀ ରବି ଅନେକ ଥର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିବା ସହ ଏକଥା କାହାରିକୁ କହିଲେ ଜୀବନରେ ମାରିଦେବେ ବୋଲି ଧମକ ମଧ୍ୟ ଦେଉଥିଲେ। ତେବେ ଗତ ଜୁଲାଇ ମାସ ୧୨ ତାରିଖ ଦିନ ଗୋଆରେ ରହୁଥିବା ବେଳେ ସ୍ବାମୀ ରବି ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ଓ ପିଲାକୁ ନକହି ଏକାକୀ ଛାଡିଦେଇ କେଉଁଆଡେ ଫେରାର ହେଇଯାଇଥିଲେ। ଦୀପାଞ୍ଜଳି ସ୍ୱାମୀଙ୍କୁ ବାରମ୍ବାର ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ରବି ଫୋନ ଉଠାଇନଥିଲେ। ଶେଷରେ ଦୀପାଞ୍ଜଳି ଏ ସମ୍ପର୍କରେ ବାପ ଘର ଲୋକଙ୍କୁ ଜଣାଇବାରେ ସେମାନଙ୍କ ସହାୟତାରେ ତାଙ୍କର ଚାରି ବର୍ଷର ଝିଅକୁ ନେଇ ଗୋଆରୁ ନିଜ ବାପଘର ଗମ୍ଭାରୀମୁଣ୍ଡା ଫେରିଥିଲେ। ଗ୍ରାମକୁ ଆସିଲା ପରେ ଦୀପାଞ୍ଜଳି ବାଣପୁର ଓ ଚିଲିକା ବ୍ଲକର ମିଶନ ଶକ୍ତିର କିଛି ମହିଳାଙ୍କ ସହାୟତାରେ ବାଣପୁର ଥାନାରେ ସେ ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବାଣପୁର ଆଇଆଇସି କେସ ନମ୍ବର ୨୫୧/୨୧ ରେ ଦୀପାଞ୍ଜଳିଙ୍କ ସ୍ୱାମୀ ରବି ବିରୋଧରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରିରଖିଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର