ବାଂଲାଦେଶରୁ ଓଡ଼ିଶା ଆସୁଛି ଜାଲ୍‍ ନୋଟ୍‍

The Sakala Picture
Published On

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଜାଲ୍‍ ନୋଟ୍‍ କାରବାର ବଢ଼଼ିବାରେ ଲାଗିଛି। ବାଲେଶ୍ୱରରୁ ଆରମ୍ଭ କରି ବରଗଡ଼଼, ବାରିପଦା, ଦେବଗଡ଼଼, ବୌଦ୍ଧ, ସୋନପୁର, କଳାହାଣ୍ଡି ଏବଂ ଖୋର୍ଦ୍ଧାକୁ ଏହି ଜାଲ ନୋଟ ଚେର ଲମ୍ବିଛି। ବାଂଲାଦେଶରୁ ବିଭିନ୍ନ ମାଧ୍ୟମରେ ଏହି ଜାଲ୍‍ ନୋଟ ଓଡ଼ିଶା ବଜାରକୁ ଆସୁଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି ଏସ୍‍ଟିଏଫ୍‍। ଜାଲ୍‍ନୋଟ କାରବାର ମାମଲାରେ ଗିରଫ ଦୁଇ ଅଭିଯୁକ୍ତ ବଳରାମ ମେହେର ଏବଂ ଉତ୍ତରପ୍ରଦେଶର ପଟ୍ଟୁ ଯାଦବଙ୍କୁ ଜେରା ବେଳେ […]

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ଜାଲ୍‍ ନୋଟ୍‍ କାରବାର ବଢ଼଼ିବାରେ ଲାଗିଛି। ବାଲେଶ୍ୱରରୁ ଆରମ୍ଭ କରି ବରଗଡ଼଼, ବାରିପଦା, ଦେବଗଡ଼଼, ବୌଦ୍ଧ, ସୋନପୁର, କଳାହାଣ୍ଡି ଏବଂ ଖୋର୍ଦ୍ଧାକୁ ଏହି ଜାଲ ନୋଟ ଚେର ଲମ୍ବିଛି। ବାଂଲାଦେଶରୁ ବିଭିନ୍ନ ମାଧ୍ୟମରେ ଏହି ଜାଲ୍‍ ନୋଟ ଓଡ଼ିଶା ବଜାରକୁ ଆସୁଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି ଏସ୍‍ଟିଏଫ୍‍। ଜାଲ୍‍ନୋଟ କାରବାର ମାମଲାରେ ଗିରଫ ଦୁଇ ଅଭିଯୁକ୍ତ ବଳରାମ ମେହେର ଏବଂ ଉତ୍ତରପ୍ରଦେଶର ପଟ୍ଟୁ ଯାଦବଙ୍କୁ ଜେରା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ପଟ୍ଟୁ ଯାଦବ ବିଭିନ୍ନ ସମୟରେ ବାଂଲାଦେଶ ଯାଇ ସେଠାରୁ ଜାଲ ନୋଟ ଆଣିଥିବା ଓ ଏହାକୁ ବିହାର, ଉତ୍ତରପ୍ରଦେଶ ଓ ଓଡ଼ିଶା ବଜାରେ ଛାଡ଼ିଥିବା ସ୍ୱୀକାର କରିଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ତେଣୁ ଦେଶ ବାହାରକୁ ଲମ୍ବିଥିବା ଅପରାଧର ଚେରକୁ ଉପାଡ଼ିବାକୁ ଏହାର ଏନ୍‍ଆଇଏ ତଦନ୍ତ ଆବଶ୍ୟକତା ରହିଛି ବୋଲି ଏସ୍‍ଟିଏଫ୍‍ର ଜଣେ ଅଧିକାରୀ କହିଛନ୍ତି। କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ ପକ୍ଷରୁ ଏନ୍‍ଆଇଏ ଏବଂ ସିବିଆଇକୁ ଏହି ମାମଲାର ତଦନ୍ତ କରିବା ପାଇଁ ନିବେଦନ କରାଯାଇଛି। ଅନ୍ୟପକ୍ଷରେ ଜାଲ ନୋଟ କାରବାର ଅଭିଯୋଗରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବା ପାଇଁ ଏସ୍‍ଟିଏଫ କୋର୍ଟରେ ଆବେଦନ କରିଛି। ସେମାନଙ୍କୁ ଜେରା କରାଗଲେ ଏହି ରାକେଟ୍‍ର ଅନେକ ଗୁମର ଖୋଲିବ ବୋଲି ବରପଲ୍ଲୀ ପୁଲିସ କହିଛି।
ଏସ୍‍ଟିଏଫ ସୂଚନା ଅନୁସାରେ ଗତ ୧୦ ବର୍ଷରେ ରାଜ୍ୟରୁ ୧୦ କୋଟି ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍‍ ଜବତ ହୋଇଛି। ପଡୋଶୀ ରାଜ୍ୟରେ ରହି ମାଷ୍ଟରମାଇଣ୍ଡ ଏହି ରାକେଟ୍‍କୁ ଅପରେଟ୍‍ କରୁଛନ୍ତି।

ରାଜ୍ୟରେ ଜାଲ ନୋଟ କାରବାରକୁ ନେଇ ରାଜ୍ୟରେ୧୮୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ କରାଯିବା ସହ ୩୨୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବରଗଡ଼଼, ସମ୍ବଲପୁର, ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଜାଲ୍‍ନୋଟ୍‍ ଜବତ କରାଯାଇଛି। ୨୦୨୧ ମସିହାରେ କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅଞ୍ଚଳରୁ ସର୍ବାଧିକ ୭ କୋଟି ୯୦ ଲକ୍ଷ ଜାଲ ନୋଟ ଜବତ ହୋଇଛି। ଏହି ଜାଲ ନୋଟ କାରବାର ଅଭିଯୋଗରେ ରବୀନ୍ଦ୍ର ମାନହୋର ,ହରକୁମାର ସାହୁ, ମନହରଣ ଲେହେର ହୋଇଥିଲେ ଗିରଫ ହୋଇଥିଲେ। ୨୦୧୨ ମସିହାରେ ୧୫ ଟି ମାମଲା ରଜୁ କରାଯିବା ସହ ୧୯ ଜଣ ଅଭିଯୁକ୍ତ ଜାଲ୍‍ନୋଟ୍‍ କାରବାରରେ ଗିରଫ ହେବା ସହ ୫ ଲକ୍ଷ ୬୮ ହଜାର ୫୭୦ ଟଙ୍କାର ଜାଲ ନୋଟ ଜବତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ସେହିପରି ୨୦୧୩ରେ ୨୩ଟି ମାମଲା ରୁଜୁ କରାଯିବା ସହ ୩୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଠାରୁ ୧ କୋଟି ୯ ଲକ୍ଷ ୬୭ ହଜାର ୩୮୦ ନକଲି ନୋଟ ଜବତ ହୋଇଥିଲା। ୨୦୧୪ ମସିହାରେ ୨୧ ମାମଲାରେ ୨୮ ଅଭିଯୁକ୍ତ ଗିରଫ ସହ ୮ ଲକ୍ଷ ୯୩ ହଜାର ୫୮୦ ଟଙ୍କାର ଜାଲ ନୋଟ ଜବତ କରାଯାଇଥିଲା। ୨୦୧୫ ମସିହାରେ ୨୬ ମାମଲାରେ ୪୬ ଗିରଫ ସହ ୧୫ ଲକ୍ଷ ୬୫ ହଜାର ୫୫୦ ଟଙ୍କାର ନକଲି ନୋଟ ଜବତ ହୋଇଛି। ୨୦୧୬ ମସିହାରେ ୨୧ ମାମଲାରେ ୩୮ ଅଭିଯୁକ୍ତ ଗିରଫ ସହ ୪ ଲକ୍ଷ ୯୩ ହଜାର ୫୭୦ ଟଙ୍କାର ଜାଲ ନୋଟ୍‍ ଜବତ ହୋଇଥିଲା।

୨୦୧୭ ମସିହାରେ ୧୭ ମାମଲାରେ ୩୮ ଅଭିଯୁକ୍ତ ଗିରଫ ସହ ୪୧ ଲକ୍ଷ ୪୧ ହଜାର ୮୫୦ ଟଙ୍କାର ନକଲି ନୋଟ ଜବତ। ୨୦୧୮ ମସିହାରର ୨୬ ମାମଲାରେ ୬୧ ଗିରଫ ସହ ୧୬ ଲକ୍ଷ ୪୦ ହଜାର ୩୫୦ ଟଙ୍କାର ଜାଲ ନୋଟ୍‍ ଜବତ। ୨୦୧୯ ମସିହାରେ ୧୬ ମାମଲାରେ ୨୭ ଅଭିଯୁକ୍ତ ଗିରଫ ସହ ୨୮ ଲକ୍ଷ ୫୭ ହଜାର ୮୮୦ ଜାଲ ନୋଟ ଜବତ କରାଯାଇଥିଲା। ୨୦୨୦ ମସିହାରେ ୧୩ ମାମଲାରେ ୨୩ ଅଭିଯୁକ୍ତ ଗିରଫ ସହ ୬ ଲକ୍ଷ ୪୧ ହଜାର ୫୧୦ ଜାଲ ନୋଟ୍‍ ଜବତ ହୋଇଛି। ୨୦୨୧ ମସିହାରେ ୨ ମାମଲାରେ ୪ ଅଭିଯୁକ୍ତ ଗିରଫ ସହ ସର୍ବାଧିକ ୭ କୋଟି ୯୦ ଲକ୍ଷ ୩ ହଜାର ୫୦୦ ଟଙ୍କା ଜବତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର