ଅପରାଜିତାଙ୍କ ବିରୋଧରେ ପୁଣି ବିଜେପି କର୍ମୀଙ୍କ ମେଳି: ‘ଗୋ ବ୍ୟାକ୍‌ ଅପରାଜିତା’ ସ୍ଲୋଗାନରେ କମ୍ପିଲା ବୈଠକ

The Sakala Picture
Published On

ଖୋର୍ଦ୍ଧା: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବିଜେପି କର୍ମୀଙ୍କ ଅସନ୍ତୋଷ ବଢ଼ିଚାଲିଛି। ବେଗୁନିଆର ମଣ୍ଡଳ ସଭାପତି ମାନଙ୍କ ସହ ୪୦ ପଞ୍ଚାୟତ ପ୍ରମୁଖ ଓ ତାଙ୍କର ସମର୍ଥକମାନେ ସାଂସଦଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି। ବିଜେପି ଦଳୀୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଅଣଦେଖା କରି ସାଂସଦ ନିଜସ୍ବ ସଂଗଠନ କରୁଥିବାରୁ ଏହାକୁ ଦଳୀୟ କର୍ମୀମାନେ ତୀବ୍ର ବିରୋଧ ସହ ବେଗୁନିଆ-ବୋଲଗଡ଼ ଭିତରକୁ ଆଉ ସାଂସଦଙ୍କୁ ପ‌ୂରାଇ ନ ଦେବାକୁ ଧମକ ଦେଇଛନ୍ତି। ସାଂସଦଙ୍କ ବିରୋଧରେ ବୈଠକ […]

ଖୋର୍ଦ୍ଧା: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବିଜେପି କର୍ମୀଙ୍କ ଅସନ୍ତୋଷ ବଢ଼ିଚାଲିଛି। ବେଗୁନିଆର ମଣ୍ଡଳ ସଭାପତି ମାନଙ୍କ ସହ ୪୦ ପଞ୍ଚାୟତ ପ୍ରମୁଖ ଓ ତାଙ୍କର ସମର୍ଥକମାନେ ସାଂସଦଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି। ବିଜେପି ଦଳୀୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଅଣଦେଖା କରି ସାଂସଦ ନିଜସ୍ବ ସଂଗଠନ କରୁଥିବାରୁ ଏହାକୁ ଦଳୀୟ କର୍ମୀମାନେ ତୀବ୍ର ବିରୋଧ ସହ ବେଗୁନିଆ-ବୋଲଗଡ଼ ଭିତରକୁ ଆଉ ସାଂସଦଙ୍କୁ ପ‌ୂରାଇ ନ ଦେବାକୁ ଧମକ ଦେଇଛନ୍ତି। ସାଂସଦଙ୍କ ବିରୋଧରେ ବୈଠକ ଡାକି ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଦଳରୁ ବହିଷ୍କୃତ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ଦଳୀୟ କର୍ମୀଙ୍କ ଉପରେ ପଡ଼ି ନ ଥିବା ଆଜିର ବୈଠକରୁ ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶାନ୍ତି ଶେଖର ମହାପାତ୍ରଙ୍କ ପୌରୋହିତ୍ୟରେ ଆଜି ବେଗୁନିଆ ଠାରେ ଆୟୋଜିତ ବୈଠକରେ ମଧ୍ୟ ବେଗୁନିଆ ମଣ୍ଡଳ ସଭାପତି ଭଗବାନ ପଣ୍ଡା, ବୋଲଗଡ଼ ମଣ୍ଡଳ ସଭାପତି ସଞ୍ଜୟ ବେହେରା, ପାଞ୍ଚଗଡ଼ ମଣ୍ଡଳ ସଭାପତି ଅଶୋକ ରାଉତ, ପିଚୁକୁଳି ମଣ୍ଡଳ ସଭାପତି ଶେଖ ଦୈଲତ ଅଲ୍ଲୀ, ଯଜ୍ଞେଶ୍ବର ସୁନ୍ଦରାୟ, ମାନସ ମହାପାତ୍ର, ପୂର୍ବତନ ଦକ୍ଷିଣ ମଣ୍ଡଳ ବେଗୁନିଆ ସଭାପତି ସଞ୍ଜୟ ପ୍ରସାଦ ଛୁଆଳସିଂହ, ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁବାସ ଚନ୍ଦ୍ର ମିଶ୍ରଙ୍କ ସମେତ ପୂର୍ବ ବୈଠକରେ ଗଠିତ ହୋଇଥିବା ୨୪ଜଣିଆ ଟିମ୍‍ ଓ ୪୦ପଞ୍ଚାୟତରୁ ଆସିଥିବା ୪୦ଜଣ ପଞ୍ଚାୟତ ପ୍ରମୁଖଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅପରାଜିତା ଷଡ଼ଙ୍ଗୀ ଗୋ ବ୍ୟାକ… ଗୋ ବ୍ୟାକ….। ସାଂସଦ ତୁମ ମନମାନି ଚଳିବ ନାହିଁ। ତୁମ ଗର୍ବ ଅହଙ୍କାର ଚଳିବ ନାହିଁ …. ଧ୍ବନୀ ଦେଇ ଦଳୀୟ କର୍ମକର୍ତାମାନେ ସାଂସଦଙ୍କୁ ତୀବ୍ର ନିନ୍ଦା କରିଥିଲେ। ସାଂଗଠନିକ ପ୍ରସଙ୍ଗରେ ଆଲୋଚନା ହେବା ପରିବର୍ତ୍ତେ ଜଣକ ପରେ ଜଣେ କେବଳ ଅପରାଜିତାଙ୍କ ବିରୋଧରେ ବିଷୋଦଗାର କରିଥିଲେ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ମଧ୍ୟ ବେଗୁନିଆ ମଣ୍ଡଳ ସଭାପତି ଶ୍ରୀ ପଣ୍ଡା କହିଥିଲେ, ସାଂସଦ ଷଡଙ୍ଗୀ ଦଳ ଭିତରେ ରହି ଦଳବିରୋଧୀ କାର୍ଯ୍ୟ କରୁଛନ୍ତି। ଭାଜପା ଯୁବମୋର୍ଚ୍ଚା ବଦଳରେ ‘ୟୁଥ ଫର ଆକ୍ସନ’ ଏବଂ ମହିଳାମୋର୍ଚ୍ଚା ବଦଳରେ ‘ଅଜିତା’ ଗଠନ କରି ମନମୁଖୀ କାର୍ଯ୍ୟ କରି ଚାଲିଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ଯୋଗୁ ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀର ଦଳୀୟ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସେହିପରି ଦଳୀୟ କର୍ମୀଙ୍କୁ ଅଣଦେଖା କରି ଅନ୍ୟ ଦଳର ଲୋକଙ୍କୁ ନେଇ ନିର୍ବାଚନ ମଣ୍ଡଳୀ ବୁଲୁଥିବାବେଳେ ଲୋକଦେଖାଣିଆ ଭାବେ କେତେବେଳେ ବିଲରେ ଧାନ ରୋଉଛନ୍ତି ତ ଆଉ କେତେବେଳେ ଲୋକଙ୍କ ନିକଟରେ ବସି ଫଟୋ ଉଠାଉଛନ୍ତି। ସେ ଦଳୀୟ କର୍ମକର୍ତ୍ତାଙ୍କୁ ଉପେକ୍ଷା କରୁଥିବା କହିଛନ୍ତି ସଞ୍ଜୟ ପ୍ରସାଦ ଛୁଆଳସିଂହ।
ସେହିପରି ଧୃବଚରଣ ବାହିନୀପତି କହିଛନ୍ତି ଯେ ଚଳିତ ନିର୍ବାଚନରେ ଅପରାଜିତାଙ୍କ ସାଂଗଠନିକ ଦକ୍ଷତାର ଅଭାବ, କର୍ମୀଙ୍କୁ ଅବହେଳା, ଏକତରଫା ନିଷ୍ପତ୍ତି, ଦଳ ବିରୋଧି କାର୍ଯ୍ୟ ଯୋଗୁ ବେଗୁନିଆ ବୋଲଗଡ଼ରେ ଦଳ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରିଲା ନାହିଁ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନ୍ୟଦଳର କର୍ମୀଙ୍କୁ କାମ ଦେଇ ସେମାନଙ୍କୁ ଉତ୍ସାହିତ କରୁଥିବାବେଳେ ଦଳୀୟ କର୍ମୀଙ୍କୁ ଦୂରେଇ ରଖୁଛନ୍ତି। ଅପରାଜିତାଙ୍କର ଏହି ମନୋଭାବ ଯୋଗୁ ଅତୀତରେ ବେଗୁନିଆରେ ବିଜେପିର ଭଲ ସ୍ଥିତି ରହିଥିଲେ ମଧ୍ୟ କ୍ରମେ ତାହା ଧୂଳିସାତ ହେବାକୁ ଲାଗିଛି।

ଅନ୍ୟପକ୍ଷରେ ୨୪ଜଣିଆ ଟିମ ସମେତ ୪୦ପଞ୍ଚାୟତ ପ୍ରମୁଖଙ୍କ ବୈଠକରେ ଅପରାଜିତାଙ୍କ ଏତାଦୃଶ କାର୍ଯ୍ୟ ସମ୍ପର୍କରେ ସମସ୍ତଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ରାଜ୍ୟ ନେତୃମଣ୍ଡଳୀଙ୍କୁ ବେଗୁନିଆ ଭାଜପା ପକ୍ଷରୁ ପ୍ରଦାନ କରାଯାଇଥିବା ସଞ୍ଜୟ ପ୍ରସାଦ ଛୁଆଳସିଂହ ସୂଚନା ଦେଇଛନ୍ତି। ତୃଣମୂଳସ୍ତରରେ କିପରି ଦଳ ମଜଭୁତ କରାଯାଇ ପାରିବସେ ନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ନିର୍ବାଚନମଣ୍ଡଳୀକୁ ସାଂସଦ ପଶିଲେ ତାଙ୍କୁ କର୍ମକର୍ତ୍ତାମାନେ ବିରୋଧ କରିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୨୮ ତାରିଖ ଦିନ ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତିଙ୍କ ନେତୃତ୍ବରେ ବୈଠକରେ ସାଂସଦଙ୍କୁ ସମାଲୋଚନା କରାଯିବାରୁ ତାଙ୍କୁ ମଣ୍ଡଳ ସଭାପତି ଦାୟିତ୍ବରୁ ହଟାଇ ଦିଆଯାଇ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି।

05 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର