ଘରୋଇ ଡାକ୍ତରଖାନା ପରିସରରୁ ଶିଶୁ କନ୍ୟା ଉଦ୍ଧାର

The Sakala Picture
Published On

ଖୋର୍ଦ୍ଧା: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଗତକାଲି ବିଳମ୍ବିତ ରାତିରେ କୁହୁଡିର ଏକ ଘରୋଇ ଡାକ୍ତରଖାନାରୁ ଏକ ଦୁଇ ମାସର ଶିଶୁକନ୍ୟାକୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଏହି ଶିଶୁଟିର ଯତ୍ନ ଏବଂ ସୁରକ୍ଷା ନିମନ୍ତେ ଭୁବନେଶ୍ବର ପାତ୍ରପଡା ସ୍ଥିତ ଆମଘର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅବସ୍ଥାପିତ କରାଯାଇଅଛି । ସୂଚନା ଅନୁସାରେ, କୁହୁଡି ସ୍ଥିତ […]

ଖୋର୍ଦ୍ଧା: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଗତକାଲି ବିଳମ୍ବିତ ରାତିରେ କୁହୁଡିର ଏକ ଘରୋଇ ଡାକ୍ତରଖାନାରୁ ଏକ ଦୁଇ ମାସର ଶିଶୁକନ୍ୟାକୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଏହି ଶିଶୁଟିର ଯତ୍ନ ଏବଂ ସୁରକ୍ଷା ନିମନ୍ତେ ଭୁବନେଶ୍ବର ପାତ୍ରପଡା ସ୍ଥିତ ଆମଘର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅବସ୍ଥାପିତ କରାଯାଇଅଛି ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ସୂଚନା ଅନୁସାରେ, କୁହୁଡି ସ୍ଥିତ ସାଇ ସେବା ସଦନ ଡାକ୍ତରଖାନାର ମୁଖ୍ୟଦ୍ବାର ନିକଟରେ ଶିଶୁଟି ଉଦ୍ଧାର ହେବାର ଦୁଇ ଦିନ ପୂର୍ବରୁ କେହି ଜଣେ ଏହି ଦୁଇ ମାସର ଶିଶୁଟିକୁ ବିଳମ୍ବିତ ରାତିରେ ଅସହାୟ ଅବସ୍ଥାରେ ଛାଡି ଦେଇଥିଲେ ଏବଂ କୁକୁର ଭୁକିବା ଏବଂ ପିଲାଟିର କାନ୍ଦିବାର ଶବ୍ଦ ଶୁଣି ଡାକ୍ତରଖାନାର ସିକିରୁଟି ଗାର୍ଡ ଏହି ଅସହାୟ ଶିଶୁଟିକୁ ଉଦ୍ଧାର କରିଥିଲେ ଏବଂ ଡାକ୍ତରଖାନାର ପରିଚାଳନା କମିଟି ଦ୍ବାରା ଶିଶୁଟିକୁ ଡାକ୍ତରଖାନାରେ ଚିକିତ୍ସା କରାଯିବା ସହିତ ଆଖପାଖ ଅଞ୍ଚଳରେ ଡାକ୍ତରଖାନା ତରଫରୁ ଧ୍ବନି ଯନ୍ତ୍ର ମାଧ୍ୟମରେ ଏହି ଶିଶୁଟି ବିଷୟରେ ପ୍ରଚାର କରାଯାଇଥିଲା ଏବଂ ସ୍ଥାନୀୟ ପୁଲିସ ମଧ୍ୟ ଏହାକୁ ତଦନ୍ତ କରିଥିଲେ । ଦୁଇ ଦିନ ମଧ୍ୟରେ ଏହି ଶିଶୁଟିର କୌଣସି ଅବିଭାବକ କିମ୍ବା ଦାବିଦାର ନ ଆସିବାରୁ ଡାକ୍ତରଖାନା ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକଙ୍କ ସହିତ ଶିଶୁଟିର ଯତ୍ନ ସୁରକ୍ଷାକୁ ନେଇ ଯୋଗାଯୋଗ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଛାଇଲ୍ଡ ଲାଇନ ଶିଶୁଟିକୁ ଡାକ୍ତରଖାନାରୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରାଇଥିଲେ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର