ମା’ ଭଗବତୀ ଓ ଉଗ୍ରତାରାଙ୍କ ଦର୍ଶନ କରି ପ୍ରସ୍ତାବିତ ପ୍ରକଳ୍ପର ଅନୁଧ୍ୟାନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ

The Sakala Picture
Published On

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ଏବଂ ଭୁଶୁଣ୍ଢପୁର ସ୍ଥିତ ମା’ ଉଗ୍ରତାରାଙ୍କ ପୀଠ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ସକାଳ ୬ ଘଟିକା ୧୦ ମିନିଟ ସମୟରେ ମା’ ଭଗବତୀଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିବା କ୍ଷଣି ତାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ସ୍ୱାଗତ ଜଣେଇବା ସହ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। […]

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ଏବଂ ଭୁଶୁଣ୍ଢପୁର ସ୍ଥିତ ମା’ ଉଗ୍ରତାରାଙ୍କ ପୀଠ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ସକାଳ ୬ ଘଟିକା ୧୦ ମିନିଟ ସମୟରେ ମା’ ଭଗବତୀଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିବା କ୍ଷଣି ତାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ସ୍ୱାଗତ ଜଣେଇବା ସହ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ମନ୍ଦିର ମଧ୍ୟରେ ମାତ୍ର ୧୫ ମିନିଟ ସମୟ ଅତିବାହିତ କରିଥିଲେ ଶ୍ରୀ ପାଣ୍ଡିଆନ। ଉକ୍ତ ସମୟ ମଧ୍ୟରେ ମନ୍ଦିରର ବିଭିନ୍ନ ଉନ୍ନତି କରଣ ଯୋଜନା ଗୁଡ଼ିକ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ଶ୍ରୀ ପାଣ୍ଡିଆନ ମୋହର ମାରିଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ହେଲା: ମନ୍ଦିର ଜମିର ସୀମା ନିର୍ଦ୍ଧାରଣ ସହ ଜବରଦଖଲ କାରୀଙ୍କୁ ଉଚ୍ଛେଦ, ମନ୍ଦିର ପଛପଟ ପ୍ରାଚୀର ସମ୍ପ୍ରସାରଣ, ବସ ଷ୍ଟାଣ୍ଡ ନିର୍ମାଣ ଓ ପାର୍କିଙ୍ଗ ବ୍ୟବସ୍ଥା, ଦୋଳବେଦି ଛକରୁ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ (ପ୍ରସ୍ତାବିତ ୧୦ ମିଟର), ଯାତ୍ରୀ ନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ, ମୁଖ୍ୟ ମନ୍ଦିର ପୁନରୁଦ୍ଧାର ଓ ପରିକ୍ରମା ମାର୍ଗ ନିର୍ମାଣ, ରୋଷ ଘର ଉନ୍ନତିକରଣ, ସର୍ବସାଧାରଣ ପ୍ରସାଦ ସେବନ ଗୃହ ନିର୍ମାଣ, ମନ୍ଦିର କାର୍ଯ୍ୟାଳୟ ନିଯୋଗୀ ବୈଠକ ଗୃହ ନିର୍ମାଣ, ଐତିହାସିକ ଦକ୍ଷେଶ୍ୱର ମନ୍ଦିରର ପୁନରୁଦ୍ଧାର।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ତେବେ ଉକ୍ତ ସମସ୍ତ ପ୍ରକଳ୍ପ ପାଇଁ ୫ଟି ସଚିବ ମନ୍ଦିର ପ୍ରଶାସନ, ବାଣପୁର ଜନସାଧାରଣ ଏବଂ ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ପ୍ଲାନ ଏଷ୍ଟିମେଟ କରି ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମା’ ଭଗବତୀ ମନ୍ଦିର ରେ ସକାଳ ପ୍ରାୟ ୭ଟାରେ ପହଞ୍ଚିଥିଲେ। ଏଠାରେ ମନ୍ଦିର ବୁଲି ମାଆଙ୍କ ଦର୍ଶନ କରିବା ସହ ମନ୍ଦିର ଚାରିପଟ ବୁଲି ଦେଖିଥିଲେ। ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ଜିଲାପାଳ ଓ ମନ୍ଦିର ଟ୍ରଷ୍ଟି ସଦସ୍ୟ, ପୂଜକଙ୍କଙ୍କ ସହ ଆଲୋଚନା କରିଥିଲେ । ଜାତୀୟ ରାଜପଥ ଠାରୁ ମନ୍ଦିର ପର୍ଯ୍ୟନ୍ତ ଆଲୋକୀକରଣ, ଯାତ୍ରୀନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ ଲାଗି ସେବାୟତ ମାନେ ପ୍ରସ୍ତାବ ଦେଇଥିଲେ। ଏହାପରେ ଶ୍ରୀ ପାଣ୍ଡିଆନ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଶ୍ରୀ ପାଣ୍ଡିଆନଙ୍କ ଭଗବତୀ ମନ୍ଦିର ଗସ୍ତ ସମୟରେ କେବଳ ସୀମିତ ବ୍ୟକ୍ତିଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ଥିବା ବେଳେ ଜିଲ୍ଲାପାଳ, ଏସପି, ବାଲୁଗାଁ ଏସଡିପିଓ, ବାଣପୁର ଆଇଆଇସି, ତହସିଲଦାର, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆଦି ମନ୍ଦିର ମଧ୍ୟରେ ଉପସ୍ଥିତ ଥିଲେ। ସେହିପରି ଉଗ୍ରତାରାଙ୍କ ମନ୍ଦିର ଠାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏସପି, ବାଲୁଗାଁ ଓ ଖୋର୍ଦ୍ଧା ଏସ୍ଡିପିଓ, ଟାଙ୍ଗି ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

21 Nov 2022 By The Sakala

ମା’ ଭଗବତୀ ଓ ଉଗ୍ରତାରାଙ୍କ ଦର୍ଶନ କରି ପ୍ରସ୍ତାବିତ ପ୍ରକଳ୍ପର ଅନୁଧ୍ୟାନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ଏବଂ ଭୁଶୁଣ୍ଢପୁର ସ୍ଥିତ ମା’ ଉଗ୍ରତାରାଙ୍କ ପୀଠ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ସକାଳ ୬ ଘଟିକା ୧୦ ମିନିଟ ସମୟରେ ମା’ ଭଗବତୀଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିବା କ୍ଷଣି ତାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ସ୍ୱାଗତ ଜଣେଇବା ସହ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ମନ୍ଦିର ମଧ୍ୟରେ ମାତ୍ର ୧୫ ମିନିଟ ସମୟ ଅତିବାହିତ କରିଥିଲେ ଶ୍ରୀ ପାଣ୍ଡିଆନ। ଉକ୍ତ ସମୟ ମଧ୍ୟରେ ମନ୍ଦିରର ବିଭିନ୍ନ ଉନ୍ନତି କରଣ ଯୋଜନା ଗୁଡ଼ିକ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ଶ୍ରୀ ପାଣ୍ଡିଆନ ମୋହର ମାରିଛନ୍ତି।

ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ହେଲା: ମନ୍ଦିର ଜମିର ସୀମା ନିର୍ଦ୍ଧାରଣ ସହ ଜବରଦଖଲ କାରୀଙ୍କୁ ଉଚ୍ଛେଦ, ମନ୍ଦିର ପଛପଟ ପ୍ରାଚୀର ସମ୍ପ୍ରସାରଣ, ବସ ଷ୍ଟାଣ୍ଡ ନିର୍ମାଣ ଓ ପାର୍କିଙ୍ଗ ବ୍ୟବସ୍ଥା, ଦୋଳବେଦି ଛକରୁ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ (ପ୍ରସ୍ତାବିତ ୧୦ ମିଟର), ଯାତ୍ରୀ ନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ, ମୁଖ୍ୟ ମନ୍ଦିର ପୁନରୁଦ୍ଧାର ଓ ପରିକ୍ରମା ମାର୍ଗ ନିର୍ମାଣ, ରୋଷ ଘର ଉନ୍ନତିକରଣ, ସର୍ବସାଧାରଣ ପ୍ରସାଦ ସେବନ ଗୃହ ନିର୍ମାଣ, ମନ୍ଦିର କାର୍ଯ୍ୟାଳୟ ନିଯୋଗୀ ବୈଠକ ଗୃହ ନିର୍ମାଣ, ଐତିହାସିକ ଦକ୍ଷେଶ୍ୱର ମନ୍ଦିରର ପୁନରୁଦ୍ଧାର।

ତେବେ ଉକ୍ତ ସମସ୍ତ ପ୍ରକଳ୍ପ ପାଇଁ ୫ଟି ସଚିବ ମନ୍ଦିର ପ୍ରଶାସନ, ବାଣପୁର ଜନସାଧାରଣ ଏବଂ ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ପ୍ଲାନ ଏଷ୍ଟିମେଟ କରି ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମା’ ଭଗବତୀ ମନ୍ଦିର ରେ ସକାଳ ପ୍ରାୟ ୭ଟାରେ ପହଞ୍ଚିଥିଲେ। ଏଠାରେ ମନ୍ଦିର ବୁଲି ମାଆଙ୍କ ଦର୍ଶନ କରିବା ସହ ମନ୍ଦିର ଚାରିପଟ ବୁଲି ଦେଖିଥିଲେ। ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ଜିଲାପାଳ ଓ ମନ୍ଦିର ଟ୍ରଷ୍ଟି ସଦସ୍ୟ, ପୂଜକଙ୍କଙ୍କ ସହ ଆଲୋଚନା କରିଥିଲେ । ଜାତୀୟ ରାଜପଥ ଠାରୁ ମନ୍ଦିର ପର୍ଯ୍ୟନ୍ତ ଆଲୋକୀକରଣ, ଯାତ୍ରୀନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ ଲାଗି ସେବାୟତ ମାନେ ପ୍ରସ୍ତାବ ଦେଇଥିଲେ। ଏହାପରେ ଶ୍ରୀ ପାଣ୍ଡିଆନ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ।

ଶ୍ରୀ ପାଣ୍ଡିଆନଙ୍କ ଭଗବତୀ ମନ୍ଦିର ଗସ୍ତ ସମୟରେ କେବଳ ସୀମିତ ବ୍ୟକ୍ତିଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ଥିବା ବେଳେ ଜିଲ୍ଲାପାଳ, ଏସପି, ବାଲୁଗାଁ ଏସଡିପିଓ, ବାଣପୁର ଆଇଆଇସି, ତହସିଲଦାର, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆଦି ମନ୍ଦିର ମଧ୍ୟରେ ଉପସ୍ଥିତ ଥିଲେ। ସେହିପରି ଉଗ୍ରତାରାଙ୍କ ମନ୍ଦିର ଠାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏସପି, ବାଲୁଗାଁ ଓ ଖୋର୍ଦ୍ଧା ଏସ୍ଡିପିଓ, ଟାଙ୍ଗି ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

https://www.thesakala.in/latest-odisha-news/khordha/5t-secretary-vk-pandian-visit-bhagabati-ugratara-temple/article-16721
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର