ଭିଜିଲାନ୍ସ ଜାଲରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ, ୯ରୁ ଉର୍ଦ୍ଧ୍ବ ସ୍ଥାନରେ ଏକକାଳୀନ ଚଢାଉ ଜାରି

The Sakala Picture
Published On

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉମେଶ ଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ ଚଢ଼ାଉ କରାଯାଉଛି। କେନ୍ଦୁଝର ସ୍ଥିତ ବାସଭବନ, ଘସିପୁରା ଅଞ୍ଚଳରେ ଥିବା ଶ୍ବଶୁର ଘର ସମେତ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ସେଲ କଟକ ପକ୍ଷରୁ ଚଢ଼ାଉ ଚାଲିଥିବା ଜଣାପଡିଛି। କେନ୍ଦୁଝରର ୯ ଟି ସ୍ଥାନ ଯଥା କଲେଜ ରୋଡ଼, ବିଣିଆପାଟ, ଜେ ଆର ବଜାଜ ସୋ ରୁମ, ହୋଟେଲ ଇଣ୍ଡିଆ […]

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉମେଶ ଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ  ପକ୍ଷରୁ ଚଢ଼ାଉ କରାଯାଉଛି। କେନ୍ଦୁଝର ସ୍ଥିତ ବାସଭବନ, ଘସିପୁରା ଅଞ୍ଚଳରେ ଥିବା ଶ୍ବଶୁର ଘର ସମେତ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ସେଲ କଟକ ପକ୍ଷରୁ ଚଢ଼ାଉ ଚାଲିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

କେନ୍ଦୁଝରର ୯ ଟି ସ୍ଥାନ ଯଥା କଲେଜ ରୋଡ଼, ବିଣିଆପାଟ, ଜେ ଆର ବଜାଜ ସୋ ରୁମ, ହୋଟେଲ ଇଣ୍ଡିଆ , ମାଗୁରୁ ଗାଡିଆ , ଗମ୍ଭାରିଆ ‘ ଶିରିଶ ପାଳ ପୌତୃକ ବାସ ଭବନ , ଆନନ୍ଦପୁର ଘଷିପୁରାରେ ଥିବା ଶ୍ୱଶୁର ଘର ଓ ବଡ଼ବିଲଠାରେ ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉ କରିଥିବା ଜଣାପଡିଛି । ପୂର୍ବରୁ ଶ୍ରୀ ଜେନା କେନ୍ଦୁଝର ଯୋଡା ଖଣି ମଣ୍ଡଳରେ ଖଣି ଉପ ନିର୍ଦ୍ଦେଶକ ଥିବା ସମୟରେ ତାଙ୍କ ବିରୋଧରେ ବହୁବାର ଦୁର୍ନିତି ଅଭିଯୋଗ ହୋଇଥିଲା । ଚଢ଼ାଉ ଜାରି ରହିଥିବାରୁ ସବିଶେଷ ତଥ୍ୟ ମିଳିନାହିଁ।  ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ଆଦେଶ ବଳରେ ୧୦ଜଣ ଡିଏସପି, ୭ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ାଉ କରାଯାଉଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର