ସାବଧାନ, ଗାଁ ନିକଟରେ ବୁଲୁଛି ବାଘ ! କେନ୍ଦୁଝର ଆନନ୍ଦପୁର ପଞ୍ଚୁପଲ୍ଲୀରେ ବାଘ ବୁଲୁଥିବାର ଭିଡିଓ ଭାଇରାଲ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଞ୍ଚୁପଲ୍ଲୀରେ ବାଘ ଆତଙ୍କ । ଗାଁ ନିକଟରେ ବାଘ ବୁଲୁଥିବା ଭିଡିଓ ହେଉଛି ଭାଇରାଲ। ଗାଁ ନିକଟ ବୈତରଣୀ ନଦୀ କୂଳରେ ଥିବା ଚାଷ ଜମିରେ ବାଘ ଯାଉଥିବା ଏକ ଭିଡିଓ ଭାଇରାଲ୍ ହେବା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଚାଷ ଜମିରେ ବାଘ ପଞ୍ଝା ଦେଖିବାକୁ ପାଇଛି ବନ ବିଭାଗ ଟିମ୍ । ତଦନ୍ତ ପରେ ବାଘଟି କଲରାପତରିଆ ହୋଇଥିବା ବନ ବିଭାଗ ସ୍ପଷ୍ଟ […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଞ୍ଚୁପଲ୍ଲୀରେ ବାଘ ଆତଙ୍କ । ଗାଁ ନିକଟରେ ବାଘ ବୁଲୁଥିବା ଭିଡିଓ ହେଉଛି ଭାଇରାଲ। ଗାଁ ନିକଟ ବୈତରଣୀ ନଦୀ କୂଳରେ ଥିବା ଚାଷ ଜମିରେ ବାଘ ଯାଉଥିବା ଏକ ଭିଡିଓ ଭାଇରାଲ୍ ହେବା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଚାଷ ଜମିରେ ବାଘ ପଞ୍ଝା ଦେଖିବାକୁ ପାଇଛି ବନ ବିଭାଗ ଟିମ୍ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ତଦନ୍ତ ପରେ ବାଘଟି କଲରାପତରିଆ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି । ପାଦ ଚିହ୍ନର ତଦନ୍ତ ପରେ ହଦଗଡ଼ ଅଭୟାରଣ୍ୟରୁ ବାଘଟି ଆସି ପୁନର୍ବାର ଫେରି ଯାଇଥିବା ଅନୁମାନ କରାଯାଉଛି । ତେବେ ଘଟଣାକୁ ନେଇ କେହି ଭୟଭୀତ ନହେବାକୁ ଡିଏଫଓ ଅନୁରୋଧ କରିଛନ୍ତି । ଅତି ଜରୁରୀ ଥିଲେ ଏକୁଟିଆ ବାହାରକୁ ନବାହାରିବା ସହିତ ରାତିରେ ଲାଇଟ ଧରି ବାହାରିବାକୁ କହିଛନ୍ତି । ‘ପାଖରେ ଅଭୟାରଣ୍ୟ ଥିବାରୁ ଏମିତି ଚାଲିଆସିବା ସାଧାରଣ କଥା’ । ‘ଆମ କର୍ମଚାରୀ ସେଠାରେ ଉପସ୍ଥିତ ଅଛନ୍ତି, ନଜର ରଖିଛନ୍ତି’ । ‘ଲୋକମାନେ ଭୟଭୀତ ହୁଅନ୍ତୁନି, ସଂଧ୍ୟା ହେଲେ ସେ ପଳାଇବ’ ବୋଲି PCCF ସୁଶାନ୍ତ ନନ୍ଦ କହିଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

18 Nov 2023 By The Sakala

ସାବଧାନ, ଗାଁ ନିକଟରେ ବୁଲୁଛି ବାଘ ! କେନ୍ଦୁଝର ଆନନ୍ଦପୁର ପଞ୍ଚୁପଲ୍ଲୀରେ ବାଘ ବୁଲୁଥିବାର ଭିଡିଓ ଭାଇରାଲ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଞ୍ଚୁପଲ୍ଲୀରେ ବାଘ ଆତଙ୍କ । ଗାଁ ନିକଟରେ ବାଘ ବୁଲୁଥିବା ଭିଡିଓ ହେଉଛି ଭାଇରାଲ। ଗାଁ ନିକଟ ବୈତରଣୀ ନଦୀ କୂଳରେ ଥିବା ଚାଷ ଜମିରେ ବାଘ ଯାଉଥିବା ଏକ ଭିଡିଓ ଭାଇରାଲ୍ ହେବା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଚାଷ ଜମିରେ ବାଘ ପଞ୍ଝା ଦେଖିବାକୁ ପାଇଛି ବନ ବିଭାଗ ଟିମ୍ ।

ତଦନ୍ତ ପରେ ବାଘଟି କଲରାପତରିଆ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି । ପାଦ ଚିହ୍ନର ତଦନ୍ତ ପରେ ହଦଗଡ଼ ଅଭୟାରଣ୍ୟରୁ ବାଘଟି ଆସି ପୁନର୍ବାର ଫେରି ଯାଇଥିବା ଅନୁମାନ କରାଯାଉଛି । ତେବେ ଘଟଣାକୁ ନେଇ କେହି ଭୟଭୀତ ନହେବାକୁ ଡିଏଫଓ ଅନୁରୋଧ କରିଛନ୍ତି । ଅତି ଜରୁରୀ ଥିଲେ ଏକୁଟିଆ ବାହାରକୁ ନବାହାରିବା ସହିତ ରାତିରେ ଲାଇଟ ଧରି ବାହାରିବାକୁ କହିଛନ୍ତି । ‘ପାଖରେ ଅଭୟାରଣ୍ୟ ଥିବାରୁ ଏମିତି ଚାଲିଆସିବା ସାଧାରଣ କଥା’ । ‘ଆମ କର୍ମଚାରୀ ସେଠାରେ ଉପସ୍ଥିତ ଅଛନ୍ତି, ନଜର ରଖିଛନ୍ତି’ । ‘ଲୋକମାନେ ଭୟଭୀତ ହୁଅନ୍ତୁନି, ସଂଧ୍ୟା ହେଲେ ସେ ପଳାଇବ’ ବୋଲି PCCF ସୁଶାନ୍ତ ନନ୍ଦ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର