ତେଲକୋଇ କୁଳିଆପାଳ ନିକଟରୁ ଏକ ମାଈ ହାତୀ ଓ ନବଜାତ ହାତୀର ମୃତଦେହ ଠାବ

The Sakala Picture
Published On

ତେଲକୋଇ/କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ତାଳପଦା ଫରେଷ୍ଟ ବିଟର କୁଳିଆପାଳ ନିକଟରୁ ଆଜି ଗୋଟିଏ ମାଈ ହାତୀ ଓ ଗୋଟିଏ ନବଜାତ ହାତୀ ଛୁଆର ମୃତଦେହ ଠାବ ହୋଇଛି। ଜନ୍ମ କରିବା ବେଳେ ହାତୀଟି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ, ତାଳପଦା କୁଳିଆପାଳ ନିକଟରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା। ତେଣୁ ସ୍ଥାନୀୟ ଲୋକେ କଣ ଗନ୍ଧ ହେଉଛି ଭାବି ଖୋଜାଖୋଜି କରିଥିଲେ। ତାଳପଦା ଫରେଷ୍ଟର ଭାବେ ନୂଆ ଦାୟିତ୍ବ ନେଇଥିବା ଯଦୁମଣି ରଣା […]

ତେଲକୋଇ/କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ତାଳପଦା ଫରେଷ୍ଟ ବିଟର କୁଳିଆପାଳ ନିକଟରୁ ଆଜି ଗୋଟିଏ ମାଈ ହାତୀ ଓ ଗୋଟିଏ ନବଜାତ ହାତୀ ଛୁଆର ମୃତଦେହ ଠାବ ହୋଇଛି। ଜନ୍ମ କରିବା ବେଳେ ହାତୀଟି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସୂଚନା ଅନୁଯାୟୀ, ତାଳପଦା କୁଳିଆପାଳ ନିକଟରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା। ତେଣୁ ସ୍ଥାନୀୟ ଲୋକେ କଣ ଗନ୍ଧ ହେଉଛି ଭାବି ଖୋଜାଖୋଜି କରିଥିଲେ। ତାଳପଦା ଫରେଷ୍ଟର ଭାବେ ନୂଆ ଦାୟିତ୍ବ ନେଇଥିବା ଯଦୁମଣି ରଣା ସନ୍ଦେହରେ କଳାପାଟ ସଂରକ୍ଷିତ ଜଙ୍ଗଲରେ ଖୋଜାଖୋଜି କରିବାରୁ କୁଳୀଆପାଳ ନିକଟରେ ଗୋଟିଏ ମାଈ ହାତୀ ଏବଂ ତାର ନବଜାତ ହାତୀ ଛୁଆର ମୃତଦେହ ଠାବ କରିଥିବା ଜଣାପଡ଼ିଛି। ଖବର ପାଇ ତେଲକୋଇ ରେଞ୍ଜର ଶିବାଜୀ ମୋହନ ରାଓ, କେନ୍ଦୁଝର ଡିଏଫଓ ଧନରାଜ ଏଚଡି ଘଟଣା ସ୍ଥଳକୁ ଯାଇଥିବା ସୂଚନା ମିଳିଛି। ମାଈ ହାତୀଟି ଛୁଆ ଜନ୍ମ କରିବା ବେଳେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ତେବେ ହାତୀର ପ୍ରକୃତ ମୃତ୍ୟୁକାରଣ ଜଣା ପଡିନାହିଁ।  ତେବେ ମାଈ ହାତୀ ଓ ନବଜାତ ହାତୀର ମୃତ୍ଯୁ ୧୦ରୁ ୧୫ ଦିନ ଭିତରେ ହୋଇଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର