ତେଲକୋଇର ସମାକୋଇ ନଦୀରେ ଭାସୁଛି ଅଜଣା ବ୍ଯକ୍ତିଙ୍କ ମୃତଦେହ

The Sakala Picture
Published On

ତେଲକୋଇ: କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳରେ ପ୍ରବାହିତ ସମାକୋଇ ନଦୀର ଖେଞ୍ଚବଣିଆ ଘାଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବୁଧବାର ସକାଳୁ ତେଲକୋଇ ଭୂୟାଁ ସାହିର କିଛି ମହିଳା ଖେଞ୍ଚବଣିଆ ଘାଟକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ଏକ ବ୍ୟକ୍ତି ମୁହଁ ମାଡି ପଡି ଥିବା ଦେଖିବାକୁ ପାଇଥିଲେ। ଏନେଇ ତେଲକୋଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି  ତଦନ୍ତ […]

ତେଲକୋଇ: କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳରେ ପ୍ରବାହିତ ସମାକୋଇ ନଦୀର ଖେଞ୍ଚବଣିଆ ଘାଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବୁଧବାର ସକାଳୁ ତେଲକୋଇ ଭୂୟାଁ ସାହିର କିଛି ମହିଳା ଖେଞ୍ଚବଣିଆ ଘାଟକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ଏକ ବ୍ୟକ୍ତି ମୁହଁ ମାଡି ପଡି ଥିବା ଦେଖିବାକୁ ପାଇଥିଲେ। ଏନେଇ ତେଲକୋଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି।ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର