କେନ୍ଦୁଝର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୨୫ରୁ ଉର୍ଦ୍ଧ୍ବ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ସହରର ସବୁଠାରୁ ବ୍ୟସ୍ତ ବହୁଳ ଏବଂ ପୁରାତନ ମାର୍କେଟ ଭାବେ ପରିଗଣିତ ରାହସ ଡେଲି ମାର୍କେଟରେ ସୋମବାର ସକାଳୁ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଏହି  ଅଗ୍ନିକାଣ୍ଡରେ ୨୫ ରୁ ୩୦ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। କୌଣସି ଏକ ଦୋକାନରୁ ସଟସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଳ୍ପ ଜାଗାରେ ଅନେକ ଦୋକାନ ଖୁନ୍ଦାଖୁନ୍ଦି ହୋଇ ରହିଥିବାରୁ ନିଆଁ ସଙ୍ଗେ ସଙ୍ଗେ ବ୍ୟାପି ଯାଇଥିଲା । ଦେଖୁ ଦେଖୁ ଅଳ୍ପ ସମୟ […]

କେନ୍ଦୁଝର: କେନ୍ଦୁଝର ସହରର ସବୁଠାରୁ ବ୍ୟସ୍ତ ବହୁଳ ଏବଂ ପୁରାତନ ମାର୍କେଟ ଭାବେ ପରିଗଣିତ ରାହସ ଡେଲି ମାର୍କେଟରେ ସୋମବାର ସକାଳୁ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଏହି  ଅଗ୍ନିକାଣ୍ଡରେ ୨୫ ରୁ ୩୦ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। କୌଣସି ଏକ ଦୋକାନରୁ ସଟସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଳ୍ପ ଜାଗାରେ ଅନେକ ଦୋକାନ ଖୁନ୍ଦାଖୁନ୍ଦି ହୋଇ ରହିଥିବାରୁ ନିଆଁ ସଙ୍ଗେ ସଙ୍ଗେ ବ୍ୟାପି ଯାଇଥିଲା । ଦେଖୁ ଦେଖୁ ଅଳ୍ପ ସମୟ ମଧ୍ୟରେ ୨୫ ରୁ ୩୦ଟି ଦୋକାନରେ ନିଆଁ ଲାଗିଯାଇଥିଲା ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସ୍ଥାନୀୟ ବ୍ୟବସାୟୀ, ଦୋକାନୀ , ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବିଭାଗର ଆନେକ ଗାଡି ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିବାକୁ ଅକ୍ଲାନ୍ତ ଉଦ୍ୟମ ପରେ ଯଦିବା ନିଆଁ କିଛି ପରିମାଣରେ ଆୟତ୍ତ ହୋଇଛି । ତେବେ ଖବର ଲେଖା ହେବା ପର୍ଯ୍ଯନ୍ତ ନିଆଁ ସମ୍ପୁର୍ଣ୍ଣ ଆୟତ୍ତ ହୋଇ ନାହିଁ।ନିଆଁ ଆୟତ୍ତ ହୋଇ ନ ଥିବାରୁ ପ୍ରକୃତ କ୍ଷୟକ୍ଷତି ଆକଳନ ହୋଇ ପାରିନାହିଁ। ତେବେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡି ପାଉଁଶ ହୋଇ ଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର