ଶ୍ଵଶୁର ଘର ଗାଁରୁ ଜ୍ଵାଇଁଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

The Sakala Picture
Published On

ତେଲକୋଇ: ଶ୍ଵଶୁର ଘର ଗାଁରୁ ଝୁଲନ୍ତା ଅବସ୍ଥାରେ ଯୁବକ ମୃତଦେହ ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପାଟଖଳି ଗାଁରେ । ମୃତକ ଜଣକ ହେଲେ ବଳଭଦ୍ରପୁର ପଞ୍ଚାୟତ ଅଧିନ ପାଟଖଳି ଗାଁର ପ୍ରମୋଦ କୁମାର ନାୟକ(୨୮)। ଗାଁ ନିକଟ ଖୋଖସହୁଳି ରୁ ଏକ କାଠଶିଆଳି ଗଛ ଉପରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ସୂଚନା ଅନୁସାରେ, ମୃତକ ପ୍ରମୋଦ ପାଟଖଳି ଗାଁର ଭୋଳେଶ୍ବର ଦଣ୍ଡପାଟ ଙ୍କ ସାନଝିଅ କୁ […]

ତେଲକୋଇ: ଶ୍ଵଶୁର ଘର ଗାଁରୁ ଝୁଲନ୍ତା ଅବସ୍ଥାରେ ଯୁବକ ମୃତଦେହ ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପାଟଖଳି ଗାଁରେ । ମୃତକ ଜଣକ ହେଲେ ବଳଭଦ୍ରପୁର ପଞ୍ଚାୟତ ଅଧିନ ପାଟଖଳି ଗାଁର ପ୍ରମୋଦ କୁମାର ନାୟକ(୨୮)। ଗାଁ ନିକଟ ଖୋଖସହୁଳି ରୁ ଏକ କାଠଶିଆଳି ଗଛ ଉପରୁ ମୃତଦେହ ଉଦ୍ଧାର କରିଛି ପୋଲିସ।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ସୂଚନା ଅନୁସାରେ, ମୃତକ ପ୍ରମୋଦ ପାଟଖଳି ଗାଁର ଭୋଳେଶ୍ବର ଦଣ୍ଡପାଟ ଙ୍କ ସାନଝିଅ କୁ ବାହାହୋଇ ଘରଜ୍ବାଇଁ ଭାବେ ଶଶୁର ଘରେ ଦୀର୍ଘ ଦିନ ହେବ ରହିଆସୁଥିଲେ । ତେବେ ଗତ କାଲି ଦିନ ୪ଟା ବେଳୁ ସେ ନିଖୋଜ ଥିଲେ ।ଆଜି କିଛି ଲୋକ ଶଶୁର ଭୋଳେଶ୍ବର ଜଙ୍ଗଲ କୁ ଯାଇ ଖୋଜାଖୋଜି କରୁଥିବା ବେଳେ କାଠଶିଆଳି ଗଛ ଉପରେ ପ୍ରମୋଦ ଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ତେଲକୋଇ ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ଅସ୍ପଟ ରହିଛି, ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ କହିଛି ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର