ଟ୍ରଲରକୁ ଧକ୍କା ଦେଲା ସ୍କର୍ପିଓ: ଘଟଣା ସ୍ଥଳରେ ୩ ମୃତ, ୨ ଆହତ

The Sakala Picture
Published On

ଯୋଡା /କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ବାରବାଙ୍କ ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଗାଡ଼ିରେ ଥିବା ଆଉ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ବାରବାଙ୍କ ଠାରେ ଏକ ଟ୍ରଲରକୁ ଓଭର ଟେକ୍ କରୁଥିବା ଏକ ସ୍କର୍ପିଓ ଗାଡି ଅସାବଧାନତା ହେତୁ ଟ୍ରଲର […]

ଯୋଡା /କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ବାରବାଙ୍କ ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଗାଡ଼ିରେ ଥିବା ଆଉ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ଖବର ଅନୁଯାୟୀ, ବାରବାଙ୍କ ଠାରେ ଏକ ଟ୍ରଲରକୁ ଓଭର ଟେକ୍ କରୁଥିବା ଏକ ସ୍କର୍ପିଓ ଗାଡି ଅସାବଧାନତା ହେତୁ ଟ୍ରଲର ସହ ଧକ୍କା ହୋଇଥିଲା। ସ୍କର୍ପିଓ ଗାଡିଟି ଏତେ କ୍ଷୀପ୍ର ଥିଲା ଯେ ଧକ୍କା ଦେବା ଦ୍ଵାରା ସ୍କର୍ପିଓ ଗାଡିରେ ବସିଥିବା ୩ ଜଣ ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଖବରଲେଖା ହେବା ପର୍ଯ୍ୟନ୍ତ ମୃତକ ମାନଙ୍କର ପରିଚୟ ମିଳିନାହିଁ। ଖବର ପାଇ ଦୁର୍ଘଟଣା ସ୍ଥଳରେ ରୁଗୁଡ଼ି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ସେହି ରାସ୍ତାରେ ଗାଡ଼ି ମୋଟର ଚଳାଚଳ ପ୍ରଭାବିତ ହୋଇଛି।

ଆହୁରି ପଢ଼ନ୍ତୁ: ଅଗ୍ନିଶମ କେନ୍ଦ୍ରରେ ହାଇଡ୍ରାମା: ବରିଷ୍ଠ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗ କରି ଛାତ ଉପରକୁ ଚଢ଼ିଲେ କର୍ମଚାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର