ମା’ ତାରିଣୀଙ୍କ ଦର୍ଶନ କଲେ ସୁନାପୁଅ ପ୍ରମୋଦ ଭଗତ

The Sakala Picture
Published On

ଘଟଗାଁ/କେନ୍ଦୁଝର: ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିଛନ୍ତି ସୁନାପୁଅ ପ୍ରମୋଦ ଭଗତ। ଟୋକିଓ ପାରା ଅଲିମ୍ପିକ୍ସକୁ ଯିବାବେଳେ ତାଙ୍କ ପାଇଁ ମାଆଙ୍କ ନିକଟରେ ବସିଥିବା ଅଖଣ୍ଡଦ୍ୱୀପକୁ ପୂଜାର୍ଚ୍ଚନା ସହ ଉଦଯାପନ କରାଯାଇଛି। ରବିବାର ସକାଳେ ଅଲିମ୍ପିକ ସ୍ଵର୍ଣ ବିଜେତା ଶ୍ରୀ ଭଗତ ତାଙ୍କ କୋଚ୍ ଶିବ ପ୍ରଶାଦ ଦାଶ ତାରିଣୀ ମାଆଙ୍କ ଦର୍ଶନ କରିବାକୁ ଆସିଥିଲେ। ସେଠାରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।ଏହି ଅବସରରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଶ୍ରୀ […]

ଘଟଗାଁ/କେନ୍ଦୁଝର: ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିଛନ୍ତି ସୁନାପୁଅ ପ୍ରମୋଦ ଭଗତ। ଟୋକିଓ ପାରା ଅଲିମ୍ପିକ୍ସକୁ ଯିବାବେଳେ ତାଙ୍କ ପାଇଁ ମାଆଙ୍କ ନିକଟରେ ବସିଥିବା ଅଖଣ୍ଡଦ୍ୱୀପକୁ ପୂଜାର୍ଚ୍ଚନା ସହ ଉଦଯାପନ କରାଯାଇଛି। ରବିବାର ସକାଳେ ଅଲିମ୍ପିକ ସ୍ଵର୍ଣ ବିଜେତା ଶ୍ରୀ ଭଗତ ତାଙ୍କ କୋଚ୍ ଶିବ ପ୍ରଶାଦ ଦାଶ ତାରିଣୀ ମାଆଙ୍କ ଦର୍ଶନ କରିବାକୁ ଆସିଥିଲେ। ସେଠାରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।ଏହି ଅବସରରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଶ୍ରୀ ଭଗତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସ୍ୱାଗତ କରା ଯାଇଥିଲା। ତାଙ୍କୁ ମାଆଙ୍କ ଫୋଟୋ ଚିତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଘଟଗାଁ ପ୍ରେସ କ୍ଲବ ପକ୍ଷରୁ ସଭାପତି ପ୍ରଦୀପ କୁମାର ଶା, ଛବିନ୍ଦ୍ର ଜେନା ଓ ଭବାନୀ ମହାନ୍ତଙ୍କ ସମେତ ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ଶ୍ରୀ ଭଗତଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ପରେ ମନ୍ଦିରରୁ ମୁକୁନ୍ଦପୁର ପାଟଣା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ସୁନାପୁଅ ଭଗତଙ୍କୁ ନିଆଯାଇ ପଞ୍ଚ।ୟତ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

12 Sep 2021 By The Sakala

ମା’ ତାରିଣୀଙ୍କ ଦର୍ଶନ କଲେ ସୁନାପୁଅ ପ୍ରମୋଦ ଭଗତ

ଘଟଗାଁ/କେନ୍ଦୁଝର: ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିଛନ୍ତି ସୁନାପୁଅ ପ୍ରମୋଦ ଭଗତ। ଟୋକିଓ ପାରା ଅଲିମ୍ପିକ୍ସକୁ ଯିବାବେଳେ ତାଙ୍କ ପାଇଁ ମାଆଙ୍କ ନିକଟରେ ବସିଥିବା ଅଖଣ୍ଡଦ୍ୱୀପକୁ ପୂଜାର୍ଚ୍ଚନା ସହ ଉଦଯାପନ କରାଯାଇଛି। ରବିବାର ସକାଳେ ଅଲିମ୍ପିକ ସ୍ଵର୍ଣ ବିଜେତା ଶ୍ରୀ ଭଗତ ତାଙ୍କ କୋଚ୍ ଶିବ ପ୍ରଶାଦ ଦାଶ ତାରିଣୀ ମାଆଙ୍କ ଦର୍ଶନ କରିବାକୁ ଆସିଥିଲେ। ସେଠାରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।ଏହି ଅବସରରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଶ୍ରୀ ଭଗତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସ୍ୱାଗତ କରା ଯାଇଥିଲା। ତାଙ୍କୁ ମାଆଙ୍କ ଫୋଟୋ ଚିତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଘଟଗାଁ ପ୍ରେସ କ୍ଲବ ପକ୍ଷରୁ ସଭାପତି ପ୍ରଦୀପ କୁମାର ଶା, ଛବିନ୍ଦ୍ର ଜେନା ଓ ଭବାନୀ ମହାନ୍ତଙ୍କ ସମେତ ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ଶ୍ରୀ ଭଗତଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ପରେ ମନ୍ଦିରରୁ ମୁକୁନ୍ଦପୁର ପାଟଣା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ସୁନାପୁଅ ଭଗତଙ୍କୁ ନିଆଯାଇ ପଞ୍ଚ।ୟତ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର