ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ, ୫୦ ହଜାର ଟଙ୍କା ଜରିମାନା

The Sakala Picture
Published On

କେନ୍ଦୁଝର: ଦ୍ଵିତୀୟ ବିବାହକୁ କେନ୍ଦ୍ରକରି ପତ୍ନୀ ହନ୍ତା ସ୍ଵାମୀକୁ ଆଜିବନ ଜେଲଦଣ୍ଡ ସହ ୫୦ ହଜାର ଜରିମାନା ଆଦେଶ ଦେଇଛନ୍ତି ଜିଲ୍ଲା ଦୌରାଜଜ୍। ୨୦୧୯ ମସିହା କେନ୍ଦୁଝର ପଣ୍ଡାପଡ଼ା ଥାନା ଜୁଙ୍ଗା ମାଝି ସାହିର କାହୁ ମାରାଣ୍ଡିଙ୍କର ଦ୍ଵିତୀୟ ବିବାହକୁ ନେଇ ପ୍ରଥମ ସ୍ତ୍ରୀ ମଞ୍ଜୁରୀ ମାରାଣ୍ଡି ସହ ସବୁ ବେଳେ ଝଗଡ଼ା ଲାଗି ରହିଥିଲା  ୨୦୧୯ ଜାନୁଆରୀ ୨୨ ତାରିଖ ସନ୍ଧ୍ୟାରେ ଝଗଡା ଉଗ୍ର ରୂପ ନେଇଥିଲା । ରାଗରେ କାହ୍ନୁ ତାଙ୍କ ପ୍ରଥମ ସ୍ତ୍ରୀ […]

କେନ୍ଦୁଝର: ଦ୍ଵିତୀୟ ବିବାହକୁ କେନ୍ଦ୍ରକରି ପତ୍ନୀ ହନ୍ତା ସ୍ଵାମୀକୁ ଆଜିବନ ଜେଲଦଣ୍ଡ ସହ ୫୦ ହଜାର ଜରିମାନା ଆଦେଶ ଦେଇଛନ୍ତି ଜିଲ୍ଲା ଦୌରାଜଜ୍। ୨୦୧୯ ମସିହା କେନ୍ଦୁଝର ପଣ୍ଡାପଡ଼ା ଥାନା ଜୁଙ୍ଗା ମାଝି ସାହିର କାହୁ ମାରାଣ୍ଡିଙ୍କର ଦ୍ଵିତୀୟ ବିବାହକୁ ନେଇ ପ୍ରଥମ ସ୍ତ୍ରୀ ମଞ୍ଜୁରୀ ମାରାଣ୍ଡି ସହ ସବୁ ବେଳେ ଝଗଡ଼ା ଲାଗି ରହିଥିଲା  ୨୦୧୯ ଜାନୁଆରୀ ୨୨ ତାରିଖ ସନ୍ଧ୍ୟାରେ ଝଗଡା ଉଗ୍ର ରୂପ ନେଇଥିଲା । ରାଗରେ କାହ୍ନୁ ତାଙ୍କ ପ୍ରଥମ ସ୍ତ୍ରୀ ମଞ୍ଜୁରୀର ତଣ୍ଟିଚିପି ହତ୍ୟା କରିଥିଲା । ଏବାବଦରେ ମୃତକଙ୍କର ମା ଶ୍ରୀ ମତୀ ମହାରଣା ପଣ୍ଡାପଡା ଥାନାରେ ଏତେଲା ଦେଇଥିଲେ।ଏତେଲାକୁ ଭିତ୍ତିକରି ପୁଲିସ ଥାନା କେଶ ନମ୍ବର ୭/୨୦୧୯ ଦଫା ୪୯୮(ଏ),୪୯୪,୩୦୨ ଅନୁସାରେ ମାମଲା ରୁଜୁକରି ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଏହି ମାମଲାର ଶୁକ୍ରବାର ଚୁଡାନ୍ତ ରାୟ ପ୍ରକାଶ ପାଇଛି। ମାନ୍ୟବର ଜିଲ୍ଲା ତଥା ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ମାମଲାର ବିଚାର କରି ୧୭ ଜଣ ସାକ୍ଷୀ ପ୍ରମାଣଙ୍କ ବୟାନକୁ ଭିତିକରି ଅଭିଯୁକ୍ତ ହତ୍ୟାକାରୀକୁ ଆଜୀବନ ଦଣ୍ଡାଦେଶ ସହିତ ୫୦ ହଜାର ଜୋରିମନା ଆନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଆଦେଶ ହୋଇଛି। ସରକାରଙ୍କ ପକ୍ଷରୁ ପିପି ପ୍ରଦୀପ କୁମାର ଦାସ ମାମଲା ପରିଚାଳନା କରୁଥିଲେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର