ନିଆରା ବାହାଘର: ବର ଘରକୁ କନିଆଁ ଆଣିଲା ବରଯାତ୍ରୀ, ଶ୍ୱଶୁର ଘରକୁ ବିଦା ହେଲା ପୁଅ....

Madhusudan Das Picture
Published On

କେନ୍ଦୁଝର: ବର ଘରକୁ କନିଆଁ ଆଣିଲା ବରଯାତ୍ରୀ । ପୁଅ ହେଲା ଶ୍ୱଶୁର ଘରକୁ ବିଦା । ବର ନୁହେଁ, ବର ଘରକୁ ରୋଷଣୀରେ ବରଯାତ୍ରୀ ନେଇ ଆସିଲା କନିଆଁ। ଖାଲି ସେତିକି ନୁହେଁ, ପୁଅକୁ ଖଟ-ପଲଙ୍କ ଓ ରୋଷେଇ ସାମଗ୍ରୀ ଯୌତୁକ ଦେଇ ଶାଶୁଘରକୁ ବିଦା କଲେ ବାପା-ମାଆ। କେନ୍ଦୁଝର ଜିଲ୍ଲା ତେଲକୋଇରୁ ଆସିଛି ଏମିତି ଏକ ନିଆରା ବାହାଘରର ଚିତ୍ର। 

ଆହୁରି ପଢ଼ନ୍ତୁ: ଚାକିରୀ ଦେବାକୁ କହି ୨୫ ଲକ୍ଷ ଟଙ୍କା ଠକେଇ, 420 ମହିଳାଙ୍କୁ ଗିରଫ କଲା ପୋଲିସ

ସୂଚନା ଅନୁସାରେ, ବାଂଶପାଳ ବ୍ଲକ୍‌ର ରୟା ଦେହୁରୀଙ୍କ କନ୍ୟା ଲକ୍ଷ୍ମୀଙ୍କ ବିବାହ ତେଲକୋଇ ବ୍ଲକ୍‌ ଛାମୁଣ୍ଡା ଗ୍ରାମର ପଞ୍ଚୁ ପଧାନଙ୍କ ପୁଅ ବସନ୍ତଙ୍କ ସହ ନିର୍ଦ୍ଧାରିତ ହୋଇଥିଲା । ରୟା ଦେହୁରୀଙ୍କ ପୁଅ ନଥିବାରୁ ବିବାହ ପରେ ବସନ୍ତ ଘର ଜ୍ୱାଇଁ ଭାବେ ରହିବେ ବୋଲି ଦୁଇ ପରିବାର ମଧ୍ୟରେ ପୂର୍ବରୁ ସହମତି ହୋଇଥିଲା । ଏହାପରେ ନିର୍ବନ୍ଧ କାର୍ଯ୍ୟ ମଧ୍ୟ ସରିଥିଲା । ତେବେ ବିବାହ ପରେ ପୁଅକୁ କନ୍ୟା ଘରେ ଛାଡି ଆସିବାକୁ ବରଙ୍କ ପିତା ରାଜି ହୋଇନଥିଲେ । ଏହାପରେ ଉଭୟ ପକ୍ଷର ସହମତିରେ ନୂଆ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁଯାୟୀ, କନ୍ୟା ନିଜେ ବର ଘରକୁ ଯାଇ ବିବାହ କରିବେ ଏବଂ ବିବାହ ପରେ ଦମ୍ପତି କନ୍ୟା ଘରକୁ ଫେରିବେ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ଏହି ନିଆରା ବାହାଘରରେ କନ୍ୟା ବାଜା-ବଜାଇ ରୋଶଣୀ କରି ବର ଘରକୁ ପହଞ୍ଚିଥିଲେ । ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଥିଲା ବରଙ୍କୁ ଯୌତୁକ ଦେଇ ବିଦା କରାଯିବା । ଯେପରି କନ୍ୟାଙ୍କୁ ବିଦା କରାଯାଏ, ସେହିପରି ପଲଙ୍କଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ପୁଅକୁ ଦିଆଯାଇ ଶ୍ୱଶୁର ଘରକୁ ବିଦା କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ଲକ୍ଷ୍ୟ: ବସ୍ ପାର୍କିଂଠାରୁ ଆରମ୍ଭ କରି ଟୋଲ୍ ଫି ଛାଡ଼, ଅନ୍ୟ ରୁଟ୍‌ ବସଙ୍କୁ ଅସ୍ଥାୟୀ ପରମିଟ୍‌

15 May 2026 By Madhusudan Das

ନିଆରା ବାହାଘର: ବର ଘରକୁ କନିଆଁ ଆଣିଲା ବରଯାତ୍ରୀ, ଶ୍ୱଶୁର ଘରକୁ ବିଦା ହେଲା ପୁଅ....

କେନ୍ଦୁଝର: ବର ଘରକୁ କନିଆଁ ଆଣିଲା ବରଯାତ୍ରୀ । ପୁଅ ହେଲା ଶ୍ୱଶୁର ଘରକୁ ବିଦା । ବର ନୁହେଁ, ବର ଘରକୁ ରୋଷଣୀରେ ବରଯାତ୍ରୀ ନେଇ ଆସିଲା କନିଆଁ। ଖାଲି ସେତିକି ନୁହେଁ, ପୁଅକୁ ଖଟ-ପଲଙ୍କ ଓ ରୋଷେଇ ସାମଗ୍ରୀ ଯୌତୁକ ଦେଇ ଶାଶୁଘରକୁ ବିଦା କଲେ ବାପା-ମାଆ। କେନ୍ଦୁଝର ଜିଲ୍ଲା ତେଲକୋଇରୁ ଆସିଛି ଏମିତି ଏକ ନିଆରା ବାହାଘରର ଚିତ୍ର। 

ସୂଚନା ଅନୁସାରେ, ବାଂଶପାଳ ବ୍ଲକ୍‌ର ରୟା ଦେହୁରୀଙ୍କ କନ୍ୟା ଲକ୍ଷ୍ମୀଙ୍କ ବିବାହ ତେଲକୋଇ ବ୍ଲକ୍‌ ଛାମୁଣ୍ଡା ଗ୍ରାମର ପଞ୍ଚୁ ପଧାନଙ୍କ ପୁଅ ବସନ୍ତଙ୍କ ସହ ନିର୍ଦ୍ଧାରିତ ହୋଇଥିଲା । ରୟା ଦେହୁରୀଙ୍କ ପୁଅ ନଥିବାରୁ ବିବାହ ପରେ ବସନ୍ତ ଘର ଜ୍ୱାଇଁ ଭାବେ ରହିବେ ବୋଲି ଦୁଇ ପରିବାର ମଧ୍ୟରେ ପୂର୍ବରୁ ସହମତି ହୋଇଥିଲା । ଏହାପରେ ନିର୍ବନ୍ଧ କାର୍ଯ୍ୟ ମଧ୍ୟ ସରିଥିଲା । ତେବେ ବିବାହ ପରେ ପୁଅକୁ କନ୍ୟା ଘରେ ଛାଡି ଆସିବାକୁ ବରଙ୍କ ପିତା ରାଜି ହୋଇନଥିଲେ । ଏହାପରେ ଉଭୟ ପକ୍ଷର ସହମତିରେ ନୂଆ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁଯାୟୀ, କନ୍ୟା ନିଜେ ବର ଘରକୁ ଯାଇ ବିବାହ କରିବେ ଏବଂ ବିବାହ ପରେ ଦମ୍ପତି କନ୍ୟା ଘରକୁ ଫେରିବେ ।

ଏହି ନିଆରା ବାହାଘରରେ କନ୍ୟା ବାଜା-ବଜାଇ ରୋଶଣୀ କରି ବର ଘରକୁ ପହଞ୍ଚିଥିଲେ । ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଥିଲା ବରଙ୍କୁ ଯୌତୁକ ଦେଇ ବିଦା କରାଯିବା । ଯେପରି କନ୍ୟାଙ୍କୁ ବିଦା କରାଯାଏ, ସେହିପରି ପଲଙ୍କଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ପୁଅକୁ ଦିଆଯାଇ ଶ୍ୱଶୁର ଘରକୁ ବିଦା କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର