ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ମହିଳା ମୃତ

The Sakala Picture
Published On

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଖୁଣ୍ଟାପଡାର ବେଣା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କର ମୃତ୍ୟ ଘଟିଥିବା ଜଣାପଡିଛି। ସୂଚନା ଅନୁସାରେ , ଆଜି ମଧ୍ୟାହ୍ନ ସମୟରେ ତେଲକୋଇ ପଡାଙ୍ଗ ନିପିଣ୍ଡା ଗ୍ରାମର ସୁକାମିନୀ ନାୟକ ତାଙ୍କର ଜଣେ ସମ୍ପର୍କୀୟ ଙ୍କ ସହିତ ସିରିଆବାହାଳିରେ ଥିବା ତାଙ୍କ ଝିଆରୀ ଘରକୁ ଯାଉଥିଲେ। ବାଟରେ ଖୁଣ୍ଟାପଡା ବେଣା ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ତାଙ୍କ ବାଇକକୁ […]

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଖୁଣ୍ଟାପଡାର ବେଣା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କର ମୃତ୍ୟ ଘଟିଥିବା ଜଣାପଡିଛି। ସୂଚନା ଅନୁସାରେ , ଆଜି ମଧ୍ୟାହ୍ନ ସମୟରେ ତେଲକୋଇ ପଡାଙ୍ଗ ନିପିଣ୍ଡା ଗ୍ରାମର ସୁକାମିନୀ ନାୟକ ତାଙ୍କର ଜଣେ ସମ୍ପର୍କୀୟ ଙ୍କ ସହିତ ସିରିଆବାହାଳିରେ ଥିବା ତାଙ୍କ ଝିଆରୀ ଘରକୁ ଯାଉଥିଲେ। ବାଟରେ ଖୁଣ୍ଟାପଡା ବେଣା ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ସେମାନେ ଛିଟିକି ପଡିବାରୁ ସୁକାମିନୀ ଗୁରୁତ୍ବର ଆହତ ହୋଇଥିଲେ। ତାଙ୍କୁ ତେଲକୋଇ ଡାକ୍ତରରଖାନାକୁ ଅଣାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଚଳାଇଛି। ଦୁର୍ଘଟଣା ଘଟାଇଥିବା ଅନ୍ୟ ବାଇକ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

10 Aug 2021 By The Sakala

ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ମହିଳା ମୃତ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଖୁଣ୍ଟାପଡାର ବେଣା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଜଣେ ମହିଳାଙ୍କର ମୃତ୍ୟ ଘଟିଥିବା ଜଣାପଡିଛି। ସୂଚନା ଅନୁସାରେ , ଆଜି ମଧ୍ୟାହ୍ନ ସମୟରେ ତେଲକୋଇ ପଡାଙ୍ଗ ନିପିଣ୍ଡା ଗ୍ରାମର ସୁକାମିନୀ ନାୟକ ତାଙ୍କର ଜଣେ ସମ୍ପର୍କୀୟ ଙ୍କ ସହିତ ସିରିଆବାହାଳିରେ ଥିବା ତାଙ୍କ ଝିଆରୀ ଘରକୁ ଯାଉଥିଲେ। ବାଟରେ ଖୁଣ୍ଟାପଡା ବେଣା ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ସେମାନେ ଛିଟିକି ପଡିବାରୁ ସୁକାମିନୀ ଗୁରୁତ୍ବର ଆହତ ହୋଇଥିଲେ। ତାଙ୍କୁ ତେଲକୋଇ ଡାକ୍ତରରଖାନାକୁ ଅଣାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଚଳାଇଛି। ଦୁର୍ଘଟଣା ଘଟାଇଥିବା ଅନ୍ୟ ବାଇକ ଫେରାର ହୋଇଯାଇଥିବା ସୂଚନା ମିଳିଛି।

https://www.thesakala.in/latest-odisha-news/kendujhar/bike-accident-a-woman-is-dead/article-4514
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର