କେନ୍ଦୁଝର ଆନନ୍ଦପୁର ଠାରେ ସତର୍କ ସଙ୍କେତ ଟପିଲା ବୈତରଣୀ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଶୁକ୍ରବାର ଏବଂ ଶନିବାର ବର୍ଷା ଲାଗି ରହିଛି। ବିଭିନ୍ନ ନଦୀରେ ଜଳ ସ୍ଥର ବୃଦ୍ଧି ପାଇଛି। ଜିଲ୍ଲାର ପ୍ରମୁଖ ନଦୀ ବୈତରଣୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇ ଚାଲିଛି। ଶନିବାର ସକାଳେ ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳ ସ୍ଥର ୩୪.୦୦୦ ରହିଥିଲା। ଅପରାହ୍ନ ୩ ଟାରେ ଜଳସ୍ଥର ବୃଦ୍ଧି ଘଟି ୩୫.୮୦୦ ମିଟର ହୋଇଥିଲା। ଏହା ଆହୁରି ବୃଦ୍ଧି ପାଇ ସନ୍ଧ୍ୟା ୬ଟା ବେଳକୁ ଆନନ୍ଦପୁରରେ ବୈତରଣୀ ନଦୀ ଜଳ ସ୍ଥର […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଶୁକ୍ରବାର ଏବଂ ଶନିବାର ବର୍ଷା ଲାଗି ରହିଛି। ବିଭିନ୍ନ ନଦୀରେ ଜଳ ସ୍ଥର ବୃଦ୍ଧି ପାଇଛି। ଜିଲ୍ଲାର ପ୍ରମୁଖ ନଦୀ ବୈତରଣୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇ ଚାଲିଛି। ଶନିବାର ସକାଳେ ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳ ସ୍ଥର ୩୪.୦୦୦ ରହିଥିଲା। ଅପରାହ୍ନ ୩ ଟାରେ ଜଳସ୍ଥର ବୃଦ୍ଧି ଘଟି ୩୫.୮୦୦ ମିଟର ହୋଇଥିଲା। ଏହା ଆହୁରି ବୃଦ୍ଧି ପାଇ ସନ୍ଧ୍ୟା ୬ଟା ବେଳକୁ ଆନନ୍ଦପୁରରେ ବୈତରଣୀ ନଦୀ ଜଳ ସ୍ଥର ସତର୍କ ସୂଚନା ଅତିକ୍ରମ କରିଛି। ଏଠାରେ ସତର୍କ ସୂଚନା ୩୭.୪୪୫ ମିଟର ରହିଥିବା ବେଳେ ଏବେ ଏଠାକାର ଜଳ ସ୍ଥର ୩୭.୭୨୦ ମିଟରରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୩୮.୩୬୦ ମିଟର ରହିଥିବାବେଳେ ରାତ୍ରି ବେଳକୁ ହୁଏତ ବିପଦ ସଙ୍କେତ ଛୁଇଁ ପାରେ ବୋଲି ଆଶଙ୍କା କରାଯାଉଛି। ପ୍ରଶ୍ନ ପକ୍ଷରୁ ଶୁକ୍ରବାର ଠାରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏଠାରେ ୧ଟି ଏନଡିଆରଏଫ ଟିମ ସ୍ଥାନୀୟ ଅଗ୍ନିଶମ ବିଭାଗ ସହିତ ଅତିରିକ୍ତ ୨ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ବରିଷ୍ଠ ଅଧିକାରୀ ମାନେ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ପ୍ରଶାସନ ସବୁ ପ୍ରକାରର ପ୍ରସ୍ତୁତ ଥିବା ଜଣାପଡିଛି। ତେବେ ଆନନ୍ଦପୁର ଠାରେ ବୈତରଣୀ ନଦୀ ଜଳସ୍ତର ଅଧିକ ବୃଦ୍ଧି ନ ହେଲେ ତଳିଆ ଅଞ୍ଚଳର ଲୋକଙ୍କ ପାଇଁ କୌଣସି ଅସୁବିଧା ହେବନାହିଁ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

20 Aug 2022 By The Sakala

କେନ୍ଦୁଝର ଆନନ୍ଦପୁର ଠାରେ ସତର୍କ ସଙ୍କେତ ଟପିଲା ବୈତରଣୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଶୁକ୍ରବାର ଏବଂ ଶନିବାର ବର୍ଷା ଲାଗି ରହିଛି। ବିଭିନ୍ନ ନଦୀରେ ଜଳ ସ୍ଥର ବୃଦ୍ଧି ପାଇଛି। ଜିଲ୍ଲାର ପ୍ରମୁଖ ନଦୀ ବୈତରଣୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇ ଚାଲିଛି। ଶନିବାର ସକାଳେ ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳ ସ୍ଥର ୩୪.୦୦୦ ରହିଥିଲା। ଅପରାହ୍ନ ୩ ଟାରେ ଜଳସ୍ଥର ବୃଦ୍ଧି ଘଟି ୩୫.୮୦୦ ମିଟର ହୋଇଥିଲା। ଏହା ଆହୁରି ବୃଦ୍ଧି ପାଇ ସନ୍ଧ୍ୟା ୬ଟା ବେଳକୁ ଆନନ୍ଦପୁରରେ ବୈତରଣୀ ନଦୀ ଜଳ ସ୍ଥର ସତର୍କ ସୂଚନା ଅତିକ୍ରମ କରିଛି। ଏଠାରେ ସତର୍କ ସୂଚନା ୩୭.୪୪୫ ମିଟର ରହିଥିବା ବେଳେ ଏବେ ଏଠାକାର ଜଳ ସ୍ଥର ୩୭.୭୨୦ ମିଟରରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୩୮.୩୬୦ ମିଟର ରହିଥିବାବେଳେ ରାତ୍ରି ବେଳକୁ ହୁଏତ ବିପଦ ସଙ୍କେତ ଛୁଇଁ ପାରେ ବୋଲି ଆଶଙ୍କା କରାଯାଉଛି। ପ୍ରଶ୍ନ ପକ୍ଷରୁ ଶୁକ୍ରବାର ଠାରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏଠାରେ ୧ଟି ଏନଡିଆରଏଫ ଟିମ ସ୍ଥାନୀୟ ଅଗ୍ନିଶମ ବିଭାଗ ସହିତ ଅତିରିକ୍ତ ୨ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ବରିଷ୍ଠ ଅଧିକାରୀ ମାନେ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ପ୍ରଶାସନ ସବୁ ପ୍ରକାରର ପ୍ରସ୍ତୁତ ଥିବା ଜଣାପଡିଛି। ତେବେ ଆନନ୍ଦପୁର ଠାରେ ବୈତରଣୀ ନଦୀ ଜଳସ୍ତର ଅଧିକ ବୃଦ୍ଧି ନ ହେଲେ ତଳିଆ ଅଞ୍ଚଳର ଲୋକଙ୍କ ପାଇଁ କୌଣସି ଅସୁବିଧା ହେବନାହିଁ ବୋଲି କୁହାଯାଉଛି।

https://www.thesakala.in/latest-odisha-news/kendujhar/baitarani-river-warning-signal-at-anandpur-in-keonjhar-dist/article-14295
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର