କେନ୍ଦୁଝର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ମହିଳା ଦିବସ କର୍ମଶାଳା ଅନୁଷ୍ଠିତ

The Sakala Picture
Published On

କେନ୍ଦୁଝର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦୁଝର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପାଟଣା ବ୍ଲକ୍‍ ଅନ୍ତର୍ଗତ ତୁରୁମୁଙ୍ଗା ଠାରେ ଥିବା ଦଧିବାମନ ମହାବିଦ୍ୟାଳୟରେ ଏକ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଅନ୍ତର୍ଜାତୀୟ ମହିଳା ଦିବସକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ‘ବେଟି ବଚାଓ, ବେଟି ପଢ଼ାଓ’, ସୁକନ୍ୟା ସମୃଦ୍ଧି ଯୋଜନା ଆଦି ବିଷୟବସ୍ତୁକୁ ନେଇ ଏହି କର୍ମଶାଳାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଆଜିର […]

କେନ୍ଦୁଝର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦୁଝର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପାଟଣା ବ୍ଲକ୍‍ ଅନ୍ତର୍ଗତ ତୁରୁମୁଙ୍ଗା ଠାରେ ଥିବା ଦଧିବାମନ ମହାବିଦ୍ୟାଳୟରେ ଏକ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଅନ୍ତର୍ଜାତୀୟ ମହିଳା ଦିବସକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ‘ବେଟି ବଚାଓ, ବେଟି ପଢ଼ାଓ’, ସୁକନ୍ୟା ସମୃଦ୍ଧି ଯୋଜନା ଆଦି ବିଷୟବସ୍ତୁକୁ ନେଇ ଏହି କର୍ମଶାଳାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଆଜିର ଏହି ଉଦ୍‍ଯାପନୀ କର୍ମଶାଳାରେ ଦଧିବାମନ ଜୁନିଅର କଲେଜର ପ୍ରଫେସର ଶରତ ଚନ୍ଦ୍ର ମହାନ୍ତ ସଭାପତିତ୍ୱ କରିଥିବାବେଳେ ଡିଗ୍ରୀ କଲେଜର ଅଧ୍ୟକ୍ଷ ଟି.କେ. ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡକ୍ଟର ସି.ଡି.ମୋନାଲିସା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ତେବେ ସମ୍ମାନନୀୟ ବକ୍ତା ଭାବେ ସମାଜସେବୀ ତଥା ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଶ୍ରୀମତୀ ରାଜଶ୍ରୀ ଉପାଧ୍ୟାୟ, ତୁରୁମୁଙ୍ଗା ଜୁନିଅର କଲେଜର ଇତିହାସ ବିଭାଗର ରିଡର ଝରଣା ସାହୁ, ଡିଗ୍ରୀ କଲେଜର ଇଂରାଜୀ ବିଭାଗର ଅଧ୍ୟାପିକା ସୁଶ୍ରୀ ଜଗତଜନନୀ ଜେନା ପ୍ରମୁଖ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଏହି କର୍ମଶାଳା ଅବସରରେ ମହିଳା ଦିବସ ପାଳନର ପ୍ରାସଙ୍ଗିକତା ସହ ବେଟି ବଚାଓ- ବେଟି ପଢ଼ାଓ ସୁକନ୍ୟା ସମୃଦ୍ଧି ଯୋଜନା ଆଦି ସମ୍ପର୍କରେ ସମ୍ମାନୀତ ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବେଶ୍‍ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମ ଶେଷରେ ଗତକାଲି ପ୍ରାକ୍‍ ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନୀତ ଅତିଥିମାନେ ପୁରସ୍କୃତ କରିଥିଲେ। ପରିଶେଷରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବାବେଳେ ଗଞ୍ଜାମ ଜିଲ୍ଲାର ଦେବେନ୍ଦ୍ର ନାଥ ଦାଶଙ୍କ ଦାସକାଠିଆ ଦଳ ପକ୍ଷରୁ ମହିଳା ଦିବସ ସମ୍ପର୍କିତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆର୍‍.ଓ.ବି.)ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ପ୍ରେରଣାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ କେନ୍ଦୁଝର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟର କ୍ଷେତ୍ର ପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକ୍‍ ଓ ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତସିଂହାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର