ଶୋଇଥିବା ବେଳେ ଲାଗିଗଲା ନିଆଁ: ଝିଅ ବାହାଘର ପାଇଁ ରଖିଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

The Sakala Picture
Published On

ତେଲକୋଇ: ଶୋଇଥିବା ବେଳେ ଲାଗିଗଲା ନିଆଁ ପୋଡି ଗଲା ଝିଅବାହାଘର ପାଇଁ ରଖିଥିବା ଲକ୍ଷାଧିକ ଟଙ୍କାର ନୋଟ ସହ ସୁନାଗହଣା ଓ ଧାନଚାଉଳ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତର ଜଟ ଗାଁରେ ସୋମବାର ବିଳମ୍ବିତ ରାତିରେ ନୀଳମଣି ବେହେରଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଘରେ ଥିବା ଲକ୍ଷାଧିକ ଟଙ୍କା ଓ ସୁନାଗହଣା ପୋଡି ନଷ୍ଟ ହୋଇଯାଇଛି। ୨୦ ବସ୍ତା ଧାନଚାଉଳ ମଧ୍ୟ ପୋଡିଯାଇଛି। ସୂଚନା ଅନୁଯାୟୀ, ସେମବାର […]

ତେଲକୋଇ: ଶୋଇଥିବା ବେଳେ ଲାଗିଗଲା ନିଆଁ ପୋଡି ଗଲା ଝିଅବାହାଘର ପାଇଁ ରଖିଥିବା ଲକ୍ଷାଧିକ ଟଙ୍କାର ନୋଟ ସହ ସୁନାଗହଣା ଓ ଧାନଚାଉଳ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତର ଜଟ ଗାଁରେ ସୋମବାର ବିଳମ୍ବିତ ରାତିରେ ନୀଳମଣି ବେହେରଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଘରେ ଥିବା ଲକ୍ଷାଧିକ ଟଙ୍କା ଓ ସୁନାଗହଣା ପୋଡି ନଷ୍ଟ ହୋଇଯାଇଛି। ୨୦ ବସ୍ତା ଧାନଚାଉଳ ମଧ୍ୟ ପୋଡିଯାଇଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସୂଚନା ଅନୁଯାୟୀ, ସେମବାର ବିଳିମ୍ବିତ ରାତିରେ ଘର ଭିତରେ ନିଆଁ ଲାଗିଥିବା ବେଳେ କାର୍ତ୍ତିକ ସ୍ନାନ ପାଇଁ ନୀଳମଣି ବେହେରାଙ୍କ ଝିଅ ପନି ବେହେରା ଉଠିବା ବେଳକୁ ଘର ଭିତରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ ଏବଂ ପାଟି କରିଥିଲେ। ପାଟି ଶୁଣି ଗାଁ ଲୋକେ ଏକାଠି ରୁଣ୍ଡ ହୋଇ ନିଆଁ ନିଭାଇବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗ କ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ। କେବଳ ଘର ଭିତରେ ଥିବା ଟଙ୍କା ସୁନାଗହଣା ଓ ଧାନଚାଉଳ ସମ୍ପୂର୍ଣ୍ଣ ପୋଡିଥିବା ବେଳେ ଘର ଚାଳକୁ ନିଆଁ ଧରିନାହିଁ । ଫଳରେ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ଏଠାରେ ପ୍ରକାଶଯେ ନୀଳମଣିଙ୍କ ରୋଜଗାରିଆ ପୁଅ ଜିତେନ୍ଦ୍ର ବେହେରା ୩ମାସ ତଳେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିଲା। ଫଳେର ବର୍ତ୍ତମାନ ଝିଅ ବାହାଘର କିପରି କରିବେ ବୋଲି କ୍ଷୋଭର ସହ ମାଆ ସୁମତି ବେହେରା ପ୍ରକାଶ କରିଛନ୍ତି। ଏପରି ଅବସ୍ଥାରେ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର