ସାପ କାମୁଡ଼ାରେ ପୃଥକ ପୃଥକ ସ୍ଥାନରେ ଜଣେ ଯୁବକ ଓ ମହିଳାଙ୍କ ମୃତ୍ୟୁ

The Sakala Picture
Published On

ଉଲୁଣ୍ଡା/ ତେଲକୋଇ: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ଯୁ ଘଟିଛି। ମୃତ ମହିଳା ଜଣକ ସିଣ୍ଢୋଲ ଗ୍ରାମର ସୌଭାଗିନୀ ଅମାତ (୩୨) ବୋଲି ଜଣାପଡିଛି। ସୂଚନା ମୁତାବକ, ସୌଭାଗିନୀ ଆଜି ସକାଳ ସମୟରେ ନିଜ ବିଲକୁ କାମକରିବା ପାଇଁ ଯାଇଥିଲେ। ମାତ୍ର ବିଲରେ କାମକରୁଥିବା ସମୟରେ ଏକ ବିଷାକ୍ତ ସାପ ଆସି ତାଙ୍କ ଗୋଡରେ କାମୁଡି ଦେଇଥିଲା। ସାପ କାମୁଡ଼ିବା ଜାଣିପାରି ସୌଭାଗିନୀ ଚିତ୍କାର କରିବା ସହିତ […]

ଉଲୁଣ୍ଡା/ ତେଲକୋଇ: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ଯୁ ଘଟିଛି। ମୃତ ମହିଳା ଜଣକ ସିଣ୍ଢୋଲ ଗ୍ରାମର ସୌଭାଗିନୀ ଅମାତ (୩୨) ବୋଲି ଜଣାପଡିଛି।

ସୂଚନା ମୁତାବକ, ସୌଭାଗିନୀ ଆଜି ସକାଳ ସମୟରେ ନିଜ ବିଲକୁ କାମକରିବା ପାଇଁ ଯାଇଥିଲେ। ମାତ୍ର ବିଲରେ କାମକରୁଥିବା ସମୟରେ ଏକ ବିଷାକ୍ତ ସାପ ଆସି ତାଙ୍କ ଗୋଡରେ କାମୁଡି ଦେଇଥିଲା। ସାପ କାମୁଡ଼ିବା ଜାଣିପାରି ସୌଭାଗିନୀ ଚିତ୍କାର କରିବା ସହିତ ବିଲରୁ ବାହାରି ଆସିଥିଲେ। ତେବେ ତାଙ୍କ ଘରଲୋକ ତାଙ୍କୁ ତୁରନ୍ତ ସୋନପୁର ଡାକ୍ତର ଖାନାକୁ ନେଇ ଭର୍ତ୍ତି କରିଥିଲେ। ମାତ୍ର ସାପ ବିଷ ତାଙ୍କ ଶରୀରରେ ବ୍ୟାପି ଯାଇଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମ୍ରୁତ୍ୟୁ ଘଟିଥିଲା। ଅନ୍ୟପଟେ ମ୍ରୁତ ମହିଳାଙ୍କ ଗୋଟିଏ ୧୦ ବର୍ଷର ପୁଅ ଏବଂ ଗୋଟିଏ ୬ ବର୍ଷର ଝିଅ ଥିବା ଜଣାପଡିଛି। ତେବେ ମହିଳାଙ୍କ ଏଭଳି ଅକାଳ ମ୍ରୁତ୍ୟୁ ପାଇଁ ଗ୍ରାମରେ ଶୋକାକୁଳ ପରିବେଶ ଛାଇ ଯାଇଛି।

ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତ ଅଧିନ ସିନ୍ଦୁରିଆ ଗାଁରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କାଳିଆ ପାତ୍ର(୨୫)।

ସୂଚନାନୁଯାୟୀ, ଗତ ଗୁରୁବାର ବିଳମ୍ବିତ ରାତିରେ ଘରେ ସୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡ଼ି ଥିଲା। ପରିବାର ଲୋକ ଜାଣିବା ପରେ ତାଙ୍କୁ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପକ୍ଷରୁ ଏକ ଅପ ମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି।

09 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର