ଚୁଆପାଣିରେ ଖେଳୁଥିବାବେଳେ ବୁଡିଯାଇ ୨ ବର୍ଷର ଶିଶୁକନ୍ୟାର ମୃତ୍ୟୁ

The Sakala Picture
Published On

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଗଳଦାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଶିଶୁକନ୍ୟା ଚୁଆରେ ଖେଲୁଥିବାବେଳେ ବୁଡିଯାଇ ମୃତ୍ୟୁ ବରଣ କରିଛି। ସୂଚନା ଅନୁଯାୟୀ, ଗଳଦା ଗ୍ରାମର ଜଗନ୍ନାଥ ମୁଣ୍ଡାଙ୍କର ୨ ବର୍ଷର ଶିଶୁକନ୍ୟା ଲିଲି ମୁଣ୍ଡା ଘର ନିକଟସ୍ଥ ଝରଣା ପାଖକୁ ଚାଲି ଯାଇଥିଲେ। ସେତେବେଳେ ଘରଲୋକେ ଜାଣି ପାରି ନ ଥିଲେ। ଶିଶୁ କନ୍ୟାଟି ଝରଣାର ଏକ ଚୁଆରେ ପାଣି ଖେଳୁଥିବା ବେଳେ ସେଠାରେ ବୁଡି ଯାଇଥିଲେ। […]

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଗଳଦାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଶିଶୁକନ୍ୟା ଚୁଆରେ ଖେଲୁଥିବାବେଳେ ବୁଡିଯାଇ ମୃତ୍ୟୁ ବରଣ କରିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସୂଚନା ଅନୁଯାୟୀ, ଗଳଦା ଗ୍ରାମର ଜଗନ୍ନାଥ ମୁଣ୍ଡାଙ୍କର ୨ ବର୍ଷର ଶିଶୁକନ୍ୟା ଲିଲି ମୁଣ୍ଡା ଘର ନିକଟସ୍ଥ ଝରଣା ପାଖକୁ ଚାଲି ଯାଇଥିଲେ। ସେତେବେଳେ ଘରଲୋକେ ଜାଣି ପାରି ନ ଥିଲେ। ଶିଶୁ କନ୍ୟାଟି ଝରଣାର ଏକ ଚୁଆରେ ପାଣି ଖେଳୁଥିବା ବେଳେ ସେଠାରେ ବୁଡି ଯାଇଥିଲେ। ସ୍ଥାନୀୟଲୋକେ ଝରଣାକୁ ଗାଧୋଇବାକୁ ଯିବାବେଳେ ଏବାବଦରେ ଜାଣି ତାକୁ ଉଧାର କରିଥିଲେ। ସଙ୍ଗେସଙ୍ଗେ ତାକୁ ତେଲକୋଇ ଡାକ୍ତରଖାନା ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ତେଲକୋଇ ପୁଲିସ ଏକ ଆପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରାଇଛି । ପୁଲିସ ଅଧିକ ତଦନ୍ତ ଚଲାଇଛି।ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର