ଯୋଡ଼ା ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୧ ଜଣଙ୍କୁ ଗିରଫ କଲା ପୋଲିସ

The Sakala Picture
Published On

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ରେ ସୋମବାର ଦିନ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟ ରେ ହୋଇଥିବା ସଂଘର୍ଷ ରେ ଉଭୟ ପକ୍ଷ ରୁ ଯୋଡ଼ା ଥାନା ରେ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଆଜି ଯୋଡ଼ା ପୋଲିସ ଦୁଇ ଗୋଷ୍ଠୀ ରୁ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦିନ ଝଣ୍ଡା ସ୍ଥାପନ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ […]

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ରେ ସୋମବାର ଦିନ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟ ରେ ହୋଇଥିବା ସଂଘର୍ଷ ରେ ଉଭୟ ପକ୍ଷ ରୁ ଯୋଡ଼ା ଥାନା ରେ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଆଜି ଯୋଡ଼ା ପୋଲିସ ଦୁଇ ଗୋଷ୍ଠୀ ରୁ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦିନ ଝଣ୍ଡା ସ୍ଥାପନ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ବାଜ ଦ୍ଵାରା ଯୋଡ଼ା ବଜାର ପୁରା ଅଶାନ୍ତ ହୋଇପଡ଼ିଥିଲା । ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ କୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା । ସନ୍ଧ୍ୟା ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ମଧ୍ୟସ୍ଥତା ରେ ଏକ ବୈଠକ କରାଯାଇ ଉଭୟ ଗୋଷ୍ଠୀ ଙ୍କୁ ବୁଝାସୁଝା କରି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ । ଦଙ୍ଗା ପରିସ୍ଥିତି ରେ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷ ରୁ ୧୪୪ ଧାରା ଲାଗୁ କରିବାକୁ ବାଧ୍ୟ ହୋଇଥିଲେ । ତେବେ ଆଜି ପର୍ଯ୍ୟନ୍ତ ୧୪୪ ଧାରା ଜାରି ଅଛି । ଏବେ ଧୀରେ ଧୀରେ ପରିସ୍ଥିତି ରେ ସୁଧାର ଆସିବା ପରେ ଦୁଇ ଗୋଷ୍ଠୀ ର ଅଭିଯୋଗ ଅନୁସାରେ ଉଭୟ ପକ୍ଷ ରୁ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଉଭୟ ପକ୍ଷରୁ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଏମ୍ ଡି ୱାକିଲ୍ (୫୮), ଦିଲସାଦ ଆଲମ୍ (୨୮), ଏମ୍ ଡି ବସିର୍ (୨୪), ଏମ୍ ଡି ବାବୁ(୨୪), ଏମ୍ ଡି ମୁଦଶର ଅଂଶରି (୨୯), ଏମ୍ ଡି ଇକବାଲ(୩୦) କେସ ନଂବର୍ ୧୪୭/୧୪୮/୩୪୧/୩୨୩/୩୩୨/୨୯୪/୩୫୩/୩୦୭/୧୮୬/୧୫୩କ/୨୯୫କ/୧୨୦ ଖ/୫୦୬/୧୪୯ ଆଇ ପି ସି ଆର/ ଡବ୍ଲୁ ପିଡି ପି ପି ଆକ୍ଟ/୭ ସି ଆର ଏଲ ଏ ଅନୁଯାୟୀ ଗିରଫ କରାଯାଇଛି, ଅନ୍ୟ ଗୋଷ୍ଠୀ ରୁ ରାକେଶ ମହାନ୍ତି(୩୯), ମୁକେଶ ବାରିକ (୨୬), ବିଶ୍ୱଜିତ୍ ଶର୍ମା(୧୯), ଅମନ୍ କାରୁଆ (୧୯), ନରେଶ ମହାକୁଡ (୨୭), ଚନ୍ଦନ ଗୁପ୍ତା ( ୩୫) ସମାନ ଧାରା ଲଗାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଉପରୋକ୍ତ ଅଭିଯୁକ୍ତ ମାନଙ୍କ କୋର୍ଟ ରେ ଜାମିନ ନାମଞ୍ଜୁର ହୋଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଲୋକ ଭବନରେ ୨ ଆଇଆର୍‌ଏସ୍‌ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣା, ନିନ୍ଦା କଲା ବିଜେଡି

16 Apr 2022 By The Sakala

ଯୋଡ଼ା ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୧ ଜଣଙ୍କୁ ଗିରଫ କଲା ପୋଲିସ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ରେ ସୋମବାର ଦିନ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟ ରେ ହୋଇଥିବା ସଂଘର୍ଷ ରେ ଉଭୟ ପକ୍ଷ ରୁ ଯୋଡ଼ା ଥାନା ରେ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଆଜି ଯୋଡ଼ା ପୋଲିସ ଦୁଇ ଗୋଷ୍ଠୀ ରୁ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ସୋମବାର ଦିନ ଝଣ୍ଡା ସ୍ଥାପନ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ବାଜ ଦ୍ଵାରା ଯୋଡ଼ା ବଜାର ପୁରା ଅଶାନ୍ତ ହୋଇପଡ଼ିଥିଲା । ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ କୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା । ସନ୍ଧ୍ୟା ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ମଧ୍ୟସ୍ଥତା ରେ ଏକ ବୈଠକ କରାଯାଇ ଉଭୟ ଗୋଷ୍ଠୀ ଙ୍କୁ ବୁଝାସୁଝା କରି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ । ଦଙ୍ଗା ପରିସ୍ଥିତି ରେ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷ ରୁ ୧୪୪ ଧାରା ଲାଗୁ କରିବାକୁ ବାଧ୍ୟ ହୋଇଥିଲେ । ତେବେ ଆଜି ପର୍ଯ୍ୟନ୍ତ ୧୪୪ ଧାରା ଜାରି ଅଛି । ଏବେ ଧୀରେ ଧୀରେ ପରିସ୍ଥିତି ରେ ସୁଧାର ଆସିବା ପରେ ଦୁଇ ଗୋଷ୍ଠୀ ର ଅଭିଯୋଗ ଅନୁସାରେ ଉଭୟ ପକ୍ଷ ରୁ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଉଭୟ ପକ୍ଷରୁ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଏମ୍ ଡି ୱାକିଲ୍ (୫୮), ଦିଲସାଦ ଆଲମ୍ (୨୮), ଏମ୍ ଡି ବସିର୍ (୨୪), ଏମ୍ ଡି ବାବୁ(୨୪), ଏମ୍ ଡି ମୁଦଶର ଅଂଶରି (୨୯), ଏମ୍ ଡି ଇକବାଲ(୩୦) କେସ ନଂବର୍ ୧୪୭/୧୪୮/୩୪୧/୩୨୩/୩୩୨/୨୯୪/୩୫୩/୩୦୭/୧୮୬/୧୫୩କ/୨୯୫କ/୧୨୦ ଖ/୫୦୬/୧୪୯ ଆଇ ପି ସି ଆର/ ଡବ୍ଲୁ ପିଡି ପି ପି ଆକ୍ଟ/୭ ସି ଆର ଏଲ ଏ ଅନୁଯାୟୀ ଗିରଫ କରାଯାଇଛି, ଅନ୍ୟ ଗୋଷ୍ଠୀ ରୁ ରାକେଶ ମହାନ୍ତି(୩୯), ମୁକେଶ ବାରିକ (୨୬), ବିଶ୍ୱଜିତ୍ ଶର୍ମା(୧୯), ଅମନ୍ କାରୁଆ (୧୯), ନରେଶ ମହାକୁଡ (୨୭), ଚନ୍ଦନ ଗୁପ୍ତା ( ୩୫) ସମାନ ଧାରା ଲଗାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଉପରୋକ୍ତ ଅଭିଯୁକ୍ତ ମାନଙ୍କ କୋର୍ଟ ରେ ଜାମିନ ନାମଞ୍ଜୁର ହୋଇଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର