ରୋଗୀ ଛାଡି ଫେରୁଥିବା ବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

The Sakala Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସହରର କଜଳା ପେଟ୍ରୋଲ ପମ୍ପ ନିକଟରେ ସୋମବାର ପୂର୍ବାହ୍ନରେ ଏକ ୧୦୮ ଅମ୍ବୁଲାନ୍ସରେ ସଟସର୍କିଟ ଯୋଗୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଡ୍ରାଇଭର ସିଟ ସମେତ ଗାଡି ଇଞ୍ଜିନର କେତେକ ଯନ୍ତ୍ରାଂସ ପୋଡିଯାଇଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଆମ୍ବୁଲାନ୍ସଟି କଟକରେ ରୋଗୀଙ୍କୁ ଛାଡି କେନ୍ଦ୍ରାପଡା ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି। ଏହି ଅଗ୍ନିକାଣ୍ଡରେ ଆମ୍ବୁଲାନ୍ସଟି ପୋଡିଯିବା ପୂର୍ବରୁ ଗାଡିଚାଳକ ଗାଡିରୁ ଓହ୍ଲାଇ ପଡି ନିଆଁକୁ ପାଣି ପକାଇ ନିୟନ୍ତ୍ରଣ କରିଥିଲେ । ଫଳରେ […]

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସହରର କଜଳା ପେଟ୍ରୋଲ ପମ୍ପ ନିକଟରେ ସୋମବାର ପୂର୍ବାହ୍ନରେ ଏକ ୧୦୮ ଅମ୍ବୁଲାନ୍ସରେ ସଟସର୍କିଟ ଯୋଗୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଡ୍ରାଇଭର ସିଟ ସମେତ ଗାଡି ଇଞ୍ଜିନର କେତେକ ଯନ୍ତ୍ରାଂସ ପୋଡିଯାଇଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଆମ୍ବୁଲାନ୍ସଟି କଟକରେ ରୋଗୀଙ୍କୁ ଛାଡି କେନ୍ଦ୍ରାପଡା ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି। ଏହି ଅଗ୍ନିକାଣ୍ଡରେ ଆମ୍ବୁଲାନ୍ସଟି ପୋଡିଯିବା ପୂର୍ବରୁ ଗାଡିଚାଳକ ଗାଡିରୁ ଓହ୍ଲାଇ ପଡି ନିଆଁକୁ ପାଣି ପକାଇ ନିୟନ୍ତ୍ରଣ କରିଥିଲେ । ଫଳରେ ଆମ୍ବୁଲାନ୍ସଟିର ବିଶେଷ କିଛି କ୍ଷତି ହେବା ପୂର୍ବରୁ ରକ୍ଷା ପାଇଯାଇଛି । ଗାଡି ବ୍ୟାଟେରୀରୁ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ସୂଚନା।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

06 Sep 2021 By The Sakala

ରୋଗୀ ଛାଡି ଫେରୁଥିବା ବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସହରର କଜଳା ପେଟ୍ରୋଲ ପମ୍ପ ନିକଟରେ ସୋମବାର ପୂର୍ବାହ୍ନରେ ଏକ ୧୦୮ ଅମ୍ବୁଲାନ୍ସରେ ସଟସର୍କିଟ ଯୋଗୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଡ୍ରାଇଭର ସିଟ ସମେତ ଗାଡି ଇଞ୍ଜିନର କେତେକ ଯନ୍ତ୍ରାଂସ ପୋଡିଯାଇଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଆମ୍ବୁଲାନ୍ସଟି କଟକରେ ରୋଗୀଙ୍କୁ ଛାଡି କେନ୍ଦ୍ରାପଡା ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି। ଏହି ଅଗ୍ନିକାଣ୍ଡରେ ଆମ୍ବୁଲାନ୍ସଟି ପୋଡିଯିବା ପୂର୍ବରୁ ଗାଡିଚାଳକ ଗାଡିରୁ ଓହ୍ଲାଇ ପଡି ନିଆଁକୁ ପାଣି ପକାଇ ନିୟନ୍ତ୍ରଣ କରିଥିଲେ । ଫଳରେ ଆମ୍ବୁଲାନ୍ସଟିର ବିଶେଷ କିଛି କ୍ଷତି ହେବା ପୂର୍ବରୁ ରକ୍ଷା ପାଇଯାଇଛି । ଗାଡି ବ୍ୟାଟେରୀରୁ ସଟସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ସୂଚନା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର