ସକାଳ ପ୍ରଭାବ: ଘରକୁ ଗଲେ ମେଡିକାଲ ଟିମ୍‌, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କିଡନୀ ରୋଗରେ ଛଟପଟ ହେଉଥିବା ବ୍ରଜମୋହନଙ୍କ ହେବ ଚିକିତ୍ସା

The Sakala Picture
Published On

କେନ୍ଦ୍ରାପଡା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବ୍ରଜମୋହନଙ୍କର କିଡନୀ ରୋଗର ସମସ୍ତ ଚିକିତ୍ସା କରାଯିବା ନେଇ ଜିଲ୍ଲାପାଳ ଅମ୍ରିତି ୠତୁରାଜ ପ୍ରତିଶୃତି ଦେଇଛନ୍ତି। ଏହାଛଡା ବ୍ରଜମୋହନଙ୍କ ଘରକୁ ଏକ ମେଡିକାଲ ଟିମ ଜିଲ୍ଲା ପ୍ରଶାସନ ପଠାଇ ସମସ୍ତ କାଗଜପତ୍ର ଯାଞ୍ଚ କରାଇଛି । ତେବେ ସରକାରୀ ସ୍ତରରେ କିଭଳି ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ସେନେଇ ପ୍ରତିଶୃତି ଦିଆଯାଇଛି । ମେଡିକାଲ ରିପୋର୍ଟ ସବୁ ତନ ତନ କରି ଯାଞ୍ଚ କରାଯାଇଛି। ଅତ୍ୟଧିକ ରକ୍ତଚାପ ଯୋଗୁ […]

କେନ୍ଦ୍ରାପଡା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବ୍ରଜମୋହନଙ୍କର କିଡନୀ ରୋଗର ସମସ୍ତ ଚିକିତ୍ସା କରାଯିବା ନେଇ ଜିଲ୍ଲାପାଳ ଅମ୍ରିତି ୠତୁରାଜ ପ୍ରତିଶୃତି ଦେଇଛନ୍ତି। ଏହାଛଡା ବ୍ରଜମୋହନଙ୍କ ଘରକୁ ଏକ ମେଡିକାଲ ଟିମ ଜିଲ୍ଲା ପ୍ରଶାସନ ପଠାଇ ସମସ୍ତ କାଗଜପତ୍ର ଯାଞ୍ଚ କରାଇଛି । ତେବେ ସରକାରୀ ସ୍ତରରେ କିଭଳି ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ସେନେଇ ପ୍ରତିଶୃତି ଦିଆଯାଇଛି । ମେଡିକାଲ ରିପୋର୍ଟ ସବୁ ତନ ତନ କରି ଯାଞ୍ଚ କରାଯାଇଛି। ଅତ୍ୟଧିକ ରକ୍ତଚାପ ଯୋଗୁ ବ୍ରଜମୋହନଙ୍କ କିଡନୀ ଖରାପ ହୋଇଥିବା ମେଡିକାଲ ଟିମ କହିଛି। ତେବେ ମେଡିକାଲ ଟିମ ପକ୍ଷରୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମିଳିବା ପରେ ବ୍ରଜମୋହନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜାଣିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଅନ୍ୟପଟେ ଗରଦପୁର ରାଜସ୍ୱ ନିରୀକ୍ଷକ ଅଜୟ କୁମାର ମଲ୍ଲିକ ଗତ ରବିବାର ଅପରାହ୍ନରେ କିଡନୀ ରୋଗରେ ଆକ୍ରାନ୍ତ ପାଟକୁରା ସମସରାର ବ୍ରଜମୋହନ ସାହୁଙ୍କ ଘରେ ପହଞ୍ଚି ଟିକିନିକ ତଦନ୍ତ କରିଛନ୍ତି। ବ୍ରଜମୋହନଙ୍କ ଚିକିତ୍ସା ଆଉ ଅର୍ଥ ଅଭାବ ନେଇ ପଚରାଉଚରା କରିଛନ୍ତି। ତେବେ ସରକାରୀ ସହାୟତା ପାଇଁ ଆବଶ୍ୟକୀୟ କାଗଜପତ୍ର ସଂଗ୍ରହ କରିଛନ୍ତି। ଏହାପରେ ରାଜସ୍ୱ ନିରୀକ୍ଷକ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏନେଇ ତହସିଲଦାର ସନ୍ତୋଷ କୁମାର ସାହୁ କହିଛନ୍ତି ସଂଗ୍ରହ ହୋଇଥିବା ରୋଗୀଙ୍କ ସବିଶେଷ ତଥ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ। ଏନେଇ ଉପଜିଲ୍ଲାପାଳ ନିରଞ୍ଜନ ବେହେରା କହିଛନ୍ତି ପ୍ରଶାସନ ପକ୍ଷରୁ ରୋଗୀଙ୍କୁ ସମସ୍ତ ପ୍ରକାରର ସହାୟତା କରାଯିବାକୁ ନେଇ ସମ୍ପୃକ୍ତ ତହସିଲଦାରଙ୍କୁ ନିର୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ପ୍ରକାଶଯୋଗ୍ୟ, କିଡନୀ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଥିଲେ। ଜୀବନର ସମସ୍ତ ସଞ୍ଚିତ ଅର୍ଥ ଆଉ ଘରର ସମସ୍ତ ଜିନିଷ ଚିକିତ୍ସା ପାଇଁ ବିକ୍ରି କରିଦେଇଥିଲେ। ଅର୍ଥ ଅଭାବରୁ ପିଲାଙ୍କୁ ପାଠ ପଢ଼ାଇ ପାରୁନଥିଲେ। ୩ଟି ପିଲା ମଧ୍ୟରୁ ବଡ଼ ଝିଅ କଲେଜରେ ପଢୁଥିବାବେଳେ ପାଠ ଛାଡିବା ଅବସ୍ଥା। ଆଉ ମଝିଆ ଝିଅ ମାଟ୍ରିକରେ ସେକେଣ୍ଡ ଡିଭିଜନ ପାଇ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ପାଠ ପଢିବାରୁ ବଞ୍ଚିତ ରହିଲେ। ଏବେ ନାବାଳକ ପୁଅକୁ ମଧ୍ୟ ଆଉ ପାଠ ପଢ଼ାଇବାକୁ ଅର୍ଥ ନଥିବା ବ୍ରଜମୋହନ କହିଥିଲେ। ଏହାଛଡ଼ା ବ୍ରଜମୋହନଙ୍କ ଶରୀର ଫୁଲି ଯାଇ ମରଣ ସହ ଲଢେ଼ଇ କରୁଥିଲେ। ଏନେଇ ଦୈନିକ ସକାଳ ପକ୍ଷରୁ ବଞ୍ଚିବାକୁ ବ୍ରଜମୋହନଙ୍କ ଆକୁଳ ନିବେଦନ, ୩୦ ହଜାର ଟଙ୍କା ପାଇଁ ଅଟକିଛି କିଡନୀ ପରୀକ୍ଷା ଶୀର୍ଷକ ଖବର ଗତ ୨୪ ତାରିଖରେ ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ହେବା ପରେ ପ୍ରଶାସନିକ ସ୍ତରରେ ସହାୟତା ନେଇ ତତ୍ପରତା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

25 Apr 2022 By The Sakala

ସକାଳ ପ୍ରଭାବ: ଘରକୁ ଗଲେ ମେଡିକାଲ ଟିମ୍‌, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କିଡନୀ ରୋଗରେ ଛଟପଟ ହେଉଥିବା ବ୍ରଜମୋହନଙ୍କ ହେବ ଚିକିତ୍ସା

କେନ୍ଦ୍ରାପଡା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବ୍ରଜମୋହନଙ୍କର କିଡନୀ ରୋଗର ସମସ୍ତ ଚିକିତ୍ସା କରାଯିବା ନେଇ ଜିଲ୍ଲାପାଳ ଅମ୍ରିତି ୠତୁରାଜ ପ୍ରତିଶୃତି ଦେଇଛନ୍ତି। ଏହାଛଡା ବ୍ରଜମୋହନଙ୍କ ଘରକୁ ଏକ ମେଡିକାଲ ଟିମ ଜିଲ୍ଲା ପ୍ରଶାସନ ପଠାଇ ସମସ୍ତ କାଗଜପତ୍ର ଯାଞ୍ଚ କରାଇଛି । ତେବେ ସରକାରୀ ସ୍ତରରେ କିଭଳି ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ସେନେଇ ପ୍ରତିଶୃତି ଦିଆଯାଇଛି । ମେଡିକାଲ ରିପୋର୍ଟ ସବୁ ତନ ତନ କରି ଯାଞ୍ଚ କରାଯାଇଛି। ଅତ୍ୟଧିକ ରକ୍ତଚାପ ଯୋଗୁ ବ୍ରଜମୋହନଙ୍କ କିଡନୀ ଖରାପ ହୋଇଥିବା ମେଡିକାଲ ଟିମ କହିଛି। ତେବେ ମେଡିକାଲ ଟିମ ପକ୍ଷରୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମିଳିବା ପରେ ବ୍ରଜମୋହନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜାଣିବାକୁ ମିଳିଛି।

ଅନ୍ୟପଟେ ଗରଦପୁର ରାଜସ୍ୱ ନିରୀକ୍ଷକ ଅଜୟ କୁମାର ମଲ୍ଲିକ ଗତ ରବିବାର ଅପରାହ୍ନରେ କିଡନୀ ରୋଗରେ ଆକ୍ରାନ୍ତ ପାଟକୁରା ସମସରାର ବ୍ରଜମୋହନ ସାହୁଙ୍କ ଘରେ ପହଞ୍ଚି ଟିକିନିକ ତଦନ୍ତ କରିଛନ୍ତି। ବ୍ରଜମୋହନଙ୍କ ଚିକିତ୍ସା ଆଉ ଅର୍ଥ ଅଭାବ ନେଇ ପଚରାଉଚରା କରିଛନ୍ତି। ତେବେ ସରକାରୀ ସହାୟତା ପାଇଁ ଆବଶ୍ୟକୀୟ କାଗଜପତ୍ର ସଂଗ୍ରହ କରିଛନ୍ତି। ଏହାପରେ ରାଜସ୍ୱ ନିରୀକ୍ଷକ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏନେଇ ତହସିଲଦାର ସନ୍ତୋଷ କୁମାର ସାହୁ କହିଛନ୍ତି ସଂଗ୍ରହ ହୋଇଥିବା ରୋଗୀଙ୍କ ସବିଶେଷ ତଥ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ। ଏନେଇ ଉପଜିଲ୍ଲାପାଳ ନିରଞ୍ଜନ ବେହେରା କହିଛନ୍ତି ପ୍ରଶାସନ ପକ୍ଷରୁ ରୋଗୀଙ୍କୁ ସମସ୍ତ ପ୍ରକାରର ସହାୟତା କରାଯିବାକୁ ନେଇ ସମ୍ପୃକ୍ତ ତହସିଲଦାରଙ୍କୁ ନିର୍ଦେଶ ଦିଆଯାଇଛି।

ପ୍ରକାଶଯୋଗ୍ୟ, କିଡନୀ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଥିଲେ। ଜୀବନର ସମସ୍ତ ସଞ୍ଚିତ ଅର୍ଥ ଆଉ ଘରର ସମସ୍ତ ଜିନିଷ ଚିକିତ୍ସା ପାଇଁ ବିକ୍ରି କରିଦେଇଥିଲେ। ଅର୍ଥ ଅଭାବରୁ ପିଲାଙ୍କୁ ପାଠ ପଢ଼ାଇ ପାରୁନଥିଲେ। ୩ଟି ପିଲା ମଧ୍ୟରୁ ବଡ଼ ଝିଅ କଲେଜରେ ପଢୁଥିବାବେଳେ ପାଠ ଛାଡିବା ଅବସ୍ଥା। ଆଉ ମଝିଆ ଝିଅ ମାଟ୍ରିକରେ ସେକେଣ୍ଡ ଡିଭିଜନ ପାଇ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ପାଠ ପଢିବାରୁ ବଞ୍ଚିତ ରହିଲେ। ଏବେ ନାବାଳକ ପୁଅକୁ ମଧ୍ୟ ଆଉ ପାଠ ପଢ଼ାଇବାକୁ ଅର୍ଥ ନଥିବା ବ୍ରଜମୋହନ କହିଥିଲେ। ଏହାଛଡ଼ା ବ୍ରଜମୋହନଙ୍କ ଶରୀର ଫୁଲି ଯାଇ ମରଣ ସହ ଲଢେ଼ଇ କରୁଥିଲେ। ଏନେଇ ଦୈନିକ ସକାଳ ପକ୍ଷରୁ ବଞ୍ଚିବାକୁ ବ୍ରଜମୋହନଙ୍କ ଆକୁଳ ନିବେଦନ, ୩୦ ହଜାର ଟଙ୍କା ପାଇଁ ଅଟକିଛି କିଡନୀ ପରୀକ୍ଷା ଶୀର୍ଷକ ଖବର ଗତ ୨୪ ତାରିଖରେ ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ହେବା ପରେ ପ୍ରଶାସନିକ ସ୍ତରରେ ସହାୟତା ନେଇ ତତ୍ପରତା ଦେଖିବାକୁ ମିଳିଛି।

https://www.thesakala.in/latest-odisha-news/kendrapara/suffering-from-kidney-disease-the-medical-team-went-to-home/article-11066
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର