ସୈତାନ ପ୍ରେମିକ, ବିବାହ କରିବାକୁ କହି ରଖୁଥିଲା ବାରମ୍ବାର ଶାରୀରିକ ସମ୍ପର୍କ

The Sakala Picture
Published On

କେନ୍ଦ୍ରାପଡା: ଜଣେ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଗର୍ଭପାତ କରେଇ ଧୋକ୍କା ଦେବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ , ସଦର ଥାନା ଅଧିନ ଚାନ୍ଦୋଳ ଅଞ୍ଚଳର ଜଣେ ଛାତ୍ରୀଙ୍କୁ କଟକ ମାହାଙ୍ଗା ଅଞ୍ଚଳର କିଶୋର କୁମାର ଧଡା ଫେସବୁକରେ ବନ୍ଧୁତା ପାଇଁ ଅନୁରୋଧ ପଠାଇଥିଲେ। ବାରମ୍ବାର ବନ୍ଧୁତା ପଠେଇବାରୁ ଯୁବତୀ ଜଣଙ୍କ ବନ୍ଧୁତା ଅନୁରୋଧକୁ କନଫର୍ମ କରିଥିଲେ। ଏହାପରେ ଯୁବତୀଙ୍କ ମୋବାଇଲ ନମ୍ବର […]

କେନ୍ଦ୍ରାପଡା: ଜଣେ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଗର୍ଭପାତ କରେଇ ଧୋକ୍କା ଦେବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ପୋଲିସ ସୂଚନା ମୁତାବକ , ସଦର ଥାନା ଅଧିନ ଚାନ୍ଦୋଳ ଅଞ୍ଚଳର ଜଣେ ଛାତ୍ରୀଙ୍କୁ କଟକ ମାହାଙ୍ଗା ଅଞ୍ଚଳର କିଶୋର କୁମାର ଧଡା ଫେସବୁକରେ ବନ୍ଧୁତା ପାଇଁ ଅନୁରୋଧ ପଠାଇଥିଲେ। ବାରମ୍ବାର ବନ୍ଧୁତା ପଠେଇବାରୁ ଯୁବତୀ ଜଣଙ୍କ ବନ୍ଧୁତା ଅନୁରୋଧକୁ କନଫର୍ମ କରିଥିଲେ। ଏହାପରେ ଯୁବତୀଙ୍କ ମୋବାଇଲ ନମ୍ବର ନେଇ କଥା ବାର୍ତ୍ତା ହୋଇଥିଲେ। ଏହାର କିଛିଦିନ ପରେ ସେ ପ୍ରେମ ନିବେଦନ କରିଥିଲେ। ହେଲେ ଯୁବତୀ ଜଣଙ୍କ ନୀଚ ଜାତିର ବୋଲି କହି ପ୍ରେମକୁ ଅଗ୍ରାହ୍ୟ କରିଥିଲେ। ହେଲେ କିଶୋର ତାଙ୍କ କଲେଜ ନିକଟକୁ ଆସି ବାରମ୍ବାର ପ୍ରେମ ନିବେଦନ କରିଥିଲେ। ବିବାହର ପ୍ରତିଶୃତି ଦେଇ ପ୍ରେମ କରିବା ପରେ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ॥ ଯୁବତୀ ଜଣଙ୍କ ଗର୍ଭ ଧାରଣ କରିବାରୁ ତାଙ୍କୁ ଜୋର ଜବରଦସ୍ତ ଔଷଧ ଦେଇ ଗର୍ଭପାତ କରାଇଥିଲେ। ଗର୍ଭପାତ ପରେ ବିବାହ କରିବେ ବୋଲି କହିଥିଲେ॥ ଏନେଇ ଯୁବତୀଙ୍କୁ ଦେଖା କରିବାକୁ ଚାନ୍ଦୋଳରେ ପହଞ୍ଚିଥିଲେ। ରାତ୍ରିରେ ଯୁବତୀଙ୍କ ଘର ନିକଟରେ ଥିବା ଏକ ଖଳାକୁ ଡାକିଥିଲେ। ଯୁବତୀ ଜଣଙ୍କ ବିବାହ କଥା କହିବାରୁ ତାଙ୍କୁ ବିବାହ ନେଇ କିଛି କହିନଥିଲେ। ହେଲେ ଫୁଣିଥରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ। ଏନେଇ ଯୁବତୀ ଜଣଙ୍କ ଜୋରରେ ପାଟି କରିବାରୁ ସ୍ଥାନୀୟ ଲୋକେ କିଶୋରଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରିଥିଲେ। ଆଉ କିଶୋରଙ୍କୁ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ହସ୍ତାନ୍ତର କରିଥିଲେ। ସରପଞ୍ଚ ସବୁକିଛି ବୁଝିବେ କହି ଆଉ କିଛି ନବୁଝି କିଶୋରଙ୍କୁ ଛାଡି ଦେଇଥିଲେ। ଏବେ ଚାନ୍ଦୋଳ ଅଞ୍ଚଳରେ ଯୁବତୀଙ୍କ ସହ କିଶୋରଙ୍କ ସମ୍ପର୍କ ରହିଛି ବୋଲି ସମସ୍ତେ ଜାଣିବାକୁ ପାଇଲେ । ଏବେ ସେ କାହାକୁ ଆଉ ବିବାହ କରିପାରିବେ ନାହିଁ ବୋଲି ଯୁବତୀ ଜଣଙ୍କ କହିଛନ୍ତି । ତେବେ ସେପଟେ କିଶୋର ଆଉ ତାଙ୍କର କେତେଜଣ ସହଯୋଗୀ ଯୁବତୀଙ୍କୁ ଏହି ଘଟଣା ପରେ ଟାର୍ଗେଟ କରି ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଏନେଇ ଯୁବତୀ ଥାନାରେ ଅଭିଯୋଗ କରିବାକୁ କହିବାରୁ ସ୍ଥାନୀୟ ସରପଞ୍ଚଙ୍କୁ ଧରି କିଶୋର ମାମଲାର ଆପୋଷ ବୁଝାବଣା କରିବାକୁ ୨ ଲକ୍ଷ ଟଙ୍କା ଦେଉଛନ୍ତି। ଯଦି ଟଙ୍କା ନେଇ ମାମଲା ସମାଧାନ ନକରାଯାଏ ତେବେ ଅଭିଯୁକ୍ତମାନେ ଯୁବତୀଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଜୀବନରୁ ମାରିଦେବାର ଧମକ ବାରମ୍ବାର ଦେଉଛନ୍ତି। ଅନ୍ୟ କିଛି ଉପାୟ ନପାଇ ଯୁବତୀ ଜଣଙ୍କ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୪୮୦/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର