BSKY କୁ ଧନ୍ୟବାଦ ଦେଲେ ସଞ୍ଜୟ, ଅପରେସନ ପାଇଁ ୧୦ ଲକ୍ଷ ଟଙ୍କା ଯୋଗାଇଦେଲେ ରାଜ୍ୟ ସରକାର

The Sakala Picture
Published On

କେନ୍ଦ୍ରାପଡା: ସାହା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡ । ଭେଲୋର, କଲିକତା ଓ ଚଣ୍ଡିଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରେଇଲା ପରେ କଲିକତାର ନାରାୟଣ ହୃଦୟାଳୟରେ ଉପଯୁକ୍ତ ଚିକିତ୍ସା ହେଲା । ମୋତେ ନୂଆ ଜୀବନ ମିଳିଲା’ ଏପରି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗଉଡଗାଁ ଗ୍ରାମ ନିବାସୀ ୪୨ ବର୍ଷ ବୟସ୍କ ସଞ୍ଜୟ କୁମାର ସ୍ଵାଇଁ । କଲିକତାର ଏକ ଛୋଟିଆ ଝୋଟ କଳରେ କାମ କରି […]

କେନ୍ଦ୍ରାପଡା: ସାହା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡ । ଭେଲୋର, କଲିକତା ଓ ଚଣ୍ଡିଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରେଇଲା ପରେ କଲିକତାର ନାରାୟଣ ହୃଦୟାଳୟରେ ଉପଯୁକ୍ତ ଚିକିତ୍ସା ହେଲା । ମୋତେ ନୂଆ ଜୀବନ ମିଳିଲା’ ଏପରି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗଉଡଗାଁ ଗ୍ରାମ ନିବାସୀ ୪୨ ବର୍ଷ ବୟସ୍କ ସଞ୍ଜୟ କୁମାର ସ୍ଵାଇଁ ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

କଲିକତାର ଏକ ଛୋଟିଆ ଝୋଟ କଳରେ କାମ କରି ଗୁଜୁରାଣ କରୁଥିବା ସଞ୍ଜୟଙ୍କୁ ଲଗାତର କିଛି ଦିନ ଧରି ଜ୍ଵର ହେଲା । ଔଷଧ ଖାଇଲେ ବି ଭଲ ହେଲାନି । ଡାକ୍ତରଙ୍କୁ ଦେଖାଇ ୨୦୨୨ ମସିହା ଏପ୍ରିଲ ୮ ତାରିଖ ଦିନ ସେ ଅଲ୍ଟ୍ରାସାଉଣ୍ଡ ଏବଂ ୟୁରିଆ କ୍ରିଏଟାଇନ ପରୀକ୍ଷା କରିଥିଲେ। ସେଠାରେ ତାଙ୍କର କିଡନୀ ଖରାପ ଥିବାର ଜଣା ପଡିଥିଲା । ଭେଲୋର ଏବଂ ଚଣ୍ଡିଗଡର ବଡବଡ ହସ୍ପିଟାଲରେ ଚିକିତ୍ସା ଓ ପରାମର୍ଶ ପରେ କିଛି ନିର୍ଭରଯୋଗ୍ୟ ଭରଷା ପାଇ ନଥିବା ସେ କହିଛନ୍ତି  ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଏହାପରେ BSKY କାର୍ଡରେ ଚିକିତ୍ସା ହୋଇପାରିବ ବୋଲି କେନ୍ଦ୍ରପଡା ଜିଲ୍ଲାର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଜାଣିଥିଲେ । ବି.ଏସ.କେ.ୱାଇ ଟିମ ଭରସାରେ ଚଳିତ ବର୍ଷ ସେପ୍ଟେମ୍ବର ୧୩ ତାରିଖ ଦିନ ସେଠାରେ ପହଞ୍ଚିଲୁ। ଆଡମିଶନ ଓ ପରୀକ୍ଷା ନିରୀକ୍ଷା ହେଲା । ମୋର ଆବଶ୍ୟକୀୟ ଅପରେସନ ହେଲା । ଜୁଲାଇ ୫ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି  ।  ଅପରେସନ ଓ ଚିକିତ୍ସା ପାଇଁ ଦରକାର ହେଇଥିବା ୧୦ ଲକ୍ଷ ଟଙ୍କା ରାଜ୍ୟସରକାର ବି.ଏସ.କେ.ୱାଇ କାର୍ଡ ମାଧ୍ୟମରେ ଦେଇଛନ୍ତି । ଆମକୁ କୌଣସି ଦେୟ ଦେବାକୁ ପଡିଲା ନାହିଁ । ସବୁଆଡୁ ଆଶା ହରେଇଲା ପରେ ମୁଖ୍ୟମନ୍ତ୍ରୀଙ୍କ ବି.ଏସ.କେ.ୱାଇ କାର୍ଡ ମୋର ସାହା ହେଲା । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବି.ଏସ.କେ.ୱାଇ ଟିମ୍ ପାଖରେ ପରିବାର ଚିର ଋଣୀ ବୋଲି ଧନ୍ୟବାଦ ଦେଇଛନ୍ତି ସଞ୍ଜୟ ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

11 Sep 2023 By The Sakala

BSKY କୁ ଧନ୍ୟବାଦ ଦେଲେ ସଞ୍ଜୟ, ଅପରେସନ ପାଇଁ ୧୦ ଲକ୍ଷ ଟଙ୍କା ଯୋଗାଇଦେଲେ ରାଜ୍ୟ ସରକାର

କେନ୍ଦ୍ରାପଡା: ସାହା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡ । ଭେଲୋର, କଲିକତା ଓ ଚଣ୍ଡିଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରେଇଲା ପରେ କଲିକତାର ନାରାୟଣ ହୃଦୟାଳୟରେ ଉପଯୁକ୍ତ ଚିକିତ୍ସା ହେଲା । ମୋତେ ନୂଆ ଜୀବନ ମିଳିଲା’ ଏପରି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗଉଡଗାଁ ଗ୍ରାମ ନିବାସୀ ୪୨ ବର୍ଷ ବୟସ୍କ ସଞ୍ଜୟ କୁମାର ସ୍ଵାଇଁ ।

କଲିକତାର ଏକ ଛୋଟିଆ ଝୋଟ କଳରେ କାମ କରି ଗୁଜୁରାଣ କରୁଥିବା ସଞ୍ଜୟଙ୍କୁ ଲଗାତର କିଛି ଦିନ ଧରି ଜ୍ଵର ହେଲା । ଔଷଧ ଖାଇଲେ ବି ଭଲ ହେଲାନି । ଡାକ୍ତରଙ୍କୁ ଦେଖାଇ ୨୦୨୨ ମସିହା ଏପ୍ରିଲ ୮ ତାରିଖ ଦିନ ସେ ଅଲ୍ଟ୍ରାସାଉଣ୍ଡ ଏବଂ ୟୁରିଆ କ୍ରିଏଟାଇନ ପରୀକ୍ଷା କରିଥିଲେ। ସେଠାରେ ତାଙ୍କର କିଡନୀ ଖରାପ ଥିବାର ଜଣା ପଡିଥିଲା । ଭେଲୋର ଏବଂ ଚଣ୍ଡିଗଡର ବଡବଡ ହସ୍ପିଟାଲରେ ଚିକିତ୍ସା ଓ ପରାମର୍ଶ ପରେ କିଛି ନିର୍ଭରଯୋଗ୍ୟ ଭରଷା ପାଇ ନଥିବା ସେ କହିଛନ୍ତି  ।

ଏହାପରେ BSKY କାର୍ଡରେ ଚିକିତ୍ସା ହୋଇପାରିବ ବୋଲି କେନ୍ଦ୍ରପଡା ଜିଲ୍ଲାର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଜାଣିଥିଲେ । ବି.ଏସ.କେ.ୱାଇ ଟିମ ଭରସାରେ ଚଳିତ ବର୍ଷ ସେପ୍ଟେମ୍ବର ୧୩ ତାରିଖ ଦିନ ସେଠାରେ ପହଞ୍ଚିଲୁ। ଆଡମିଶନ ଓ ପରୀକ୍ଷା ନିରୀକ୍ଷା ହେଲା । ମୋର ଆବଶ୍ୟକୀୟ ଅପରେସନ ହେଲା । ଜୁଲାଇ ୫ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି  ।  ଅପରେସନ ଓ ଚିକିତ୍ସା ପାଇଁ ଦରକାର ହେଇଥିବା ୧୦ ଲକ୍ଷ ଟଙ୍କା ରାଜ୍ୟସରକାର ବି.ଏସ.କେ.ୱାଇ କାର୍ଡ ମାଧ୍ୟମରେ ଦେଇଛନ୍ତି । ଆମକୁ କୌଣସି ଦେୟ ଦେବାକୁ ପଡିଲା ନାହିଁ । ସବୁଆଡୁ ଆଶା ହରେଇଲା ପରେ ମୁଖ୍ୟମନ୍ତ୍ରୀଙ୍କ ବି.ଏସ.କେ.ୱାଇ କାର୍ଡ ମୋର ସାହା ହେଲା । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବି.ଏସ.କେ.ୱାଇ ଟିମ୍ ପାଖରେ ପରିବାର ଚିର ଋଣୀ ବୋଲି ଧନ୍ୟବାଦ ଦେଇଛନ୍ତି ସଞ୍ଜୟ ।

https://www.thesakala.in/latest-odisha-news/kendrapara/sanjay-thanked-bsky-for-giving-rs-10-lakh-to-the-state-govt-for-operation/article-25323
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର