ଦୁଃଖ ବଖାଣିଲେ ୟୁକ୍ରେନ ଫେରନ୍ତା ଓଡ଼ିଆ ଡାକ୍ତର ଛାତ୍ର, ବିନା ଖାଦ୍ୟପାନୀୟରେ ରହିଥିଲେ ୫ ଦିନ

The Sakala Picture
Published On

କେନ୍ଦ୍ରାପଡା: ଡାକ୍ତରୀ ପାଠ ପଢିବାକୁ ୟୁକ୍ରେନ ଯାଇଥିଲେ । ୨୦୧୭ ମସିହାରୁ ସେଠାରେ ରହି ଡାକ୍ତରୀ ପାଠ ପଢୁଛନ୍ତି । ହଠାତ ୟୁକ୍ରେନ ଆଉ ରୁଷ ଯୁଧ୍ୟ ତାଙ୍କ ଜୀବନରେ କଳା ବାଦଲ ଢାଙ୍କି ଦେଲା । ଆଉ ମାତ୍ର ଗୋଟିଏ ବର୍ଷ ପରେ ସେ ଡାକ୍ତରୀ ପାଠ ଶେଷ କରି ଚାକିରୀ କରିଥାନ୍ତେ । ହେଲେ ଏବେ ତାଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଛି । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ସାନ୍ତସାହିର ଅର୍ଜିତ ବିଶ୍ୱାଳଙ୍କ କଥା […]

କେନ୍ଦ୍ରାପଡା: ଡାକ୍ତରୀ ପାଠ ପଢିବାକୁ ୟୁକ୍ରେନ ଯାଇଥିଲେ । ୨୦୧୭ ମସିହାରୁ ସେଠାରେ ରହି ଡାକ୍ତରୀ ପାଠ ପଢୁଛନ୍ତି । ହଠାତ ୟୁକ୍ରେନ ଆଉ ରୁଷ ଯୁଧ୍ୟ ତାଙ୍କ ଜୀବନରେ କଳା ବାଦଲ ଢାଙ୍କି ଦେଲା । ଆଉ ମାତ୍ର ଗୋଟିଏ ବର୍ଷ ପରେ ସେ ଡାକ୍ତରୀ ପାଠ ଶେଷ କରି ଚାକିରୀ କରିଥାନ୍ତେ । ହେଲେ ଏବେ ତାଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଛି । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ସାନ୍ତସାହିର ଅର୍ଜିତ ବିଶ୍ୱାଳଙ୍କ କଥା ଲ

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ୟୁକ୍ରେନର ଯୁଦ୍ଧ ଭୂମିରୁ ପ୍ରାଣ ବଞ୍ଚାଇ ସୁରକ୍ଷିତଭାବେ କେନ୍ଦ୍ରାପଡା ଫେରିଛନ୍ତି । ଅର୍ଜିତ ୨୦୧୭ ମସିହାରେ ୟୁକ୍ରେନର ‘ଉଭାନୋ ଫ୍ୟାଙ୍କିଭିସ୍କ ନ୍ୟାସନାଲ ମେଡ଼ିକାଲ ୟୁନିଭରସିଟି’ରେ ଏମବିବିଏସ ପଢିବା ପାଇଁ ଯାଇଥିଲେ । ଯୁଦ୍ଧ ଘୋଷଣା ହେବା ପରେ ସେ ଭାରତ ଫେରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ପ୍ରାଣ ବଞ୍ଚାଇବା ପାଇଁ ସେ ଓ ତାଙ୍କର ସହପାଠୀମାନେ ଉଭାନୋର ଏକ ବଙ୍କର ଭିତରେ ଲୁଚି ଯାଇଥିଲେ । ଶେଷରେ ବହୁକଷ୍ଟରେ ଅଖିଆଅପିଆ ରହି ଫେବୃଆରୀ ୨୫ ତାରିଖରେ ରୋମାନିଆ ବର୍ଡରରେ ପହଂଚିଥିଲେ । ସେଠାରୁ ରୋମାନିଆର ରାଜଧାନୀ ବୁକାରେଷ୍ଟ ଆଉ ସେଠୁ ଭାରତ ସରକାରଙ୍କ ବିମାନରେ ୨୮ ତାରିଖରେ ଦିଲ୍ଲୀରେ ପହଁଚିଲେ । ଏହାପରେ ରାଜ୍ୟ ସରକାରଙ୍କ ଯୋଗୁଁ ଦିଲ୍ଲୀରୁ ଘରକୁ ଫେରିଥିଲେ । ଘରକୁ ସୁରକ୍ଷିତଭାବେ ଫେରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଗୁ ଆଜି ସେ ଜୀବିତ ବୋଲି କହିଛନ୍ତି । ସେଥିପାଇଁ ଉଭୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ଅନ୍ୟ ପଟରେ ଅର୍ଜିତଙ୍କର ଭବିଷ୍ୟତ ଏବେ ଅନ୍ଧାର ଆଡ଼କୁ ଗତି କରୁଛି । ଏବେ ସେ କ’ଣ କରିବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଶହ ଶହ ପିଲାଙ୍କ ଭବିଷ୍ୟତ ନେଇ ସରକାର ଚିନ୍ତା କରିବାର ସମୟ ଆସିଛି । ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ଭାରତ ସରକାର ସେମାନଙ୍କ ଭବିଷ୍ୟତକୁ ନେଇ କିଛି କରିବାକୁ ଅର୍ଜିତ ନିବେଦନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

05 Mar 2022 By The Sakala

ଦୁଃଖ ବଖାଣିଲେ ୟୁକ୍ରେନ ଫେରନ୍ତା ଓଡ଼ିଆ ଡାକ୍ତର ଛାତ୍ର, ବିନା ଖାଦ୍ୟପାନୀୟରେ ରହିଥିଲେ ୫ ଦିନ

କେନ୍ଦ୍ରାପଡା: ଡାକ୍ତରୀ ପାଠ ପଢିବାକୁ ୟୁକ୍ରେନ ଯାଇଥିଲେ । ୨୦୧୭ ମସିହାରୁ ସେଠାରେ ରହି ଡାକ୍ତରୀ ପାଠ ପଢୁଛନ୍ତି । ହଠାତ ୟୁକ୍ରେନ ଆଉ ରୁଷ ଯୁଧ୍ୟ ତାଙ୍କ ଜୀବନରେ କଳା ବାଦଲ ଢାଙ୍କି ଦେଲା । ଆଉ ମାତ୍ର ଗୋଟିଏ ବର୍ଷ ପରେ ସେ ଡାକ୍ତରୀ ପାଠ ଶେଷ କରି ଚାକିରୀ କରିଥାନ୍ତେ । ହେଲେ ଏବେ ତାଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଛି । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ସାନ୍ତସାହିର ଅର୍ଜିତ ବିଶ୍ୱାଳଙ୍କ କଥା ଲ

ୟୁକ୍ରେନର ଯୁଦ୍ଧ ଭୂମିରୁ ପ୍ରାଣ ବଞ୍ଚାଇ ସୁରକ୍ଷିତଭାବେ କେନ୍ଦ୍ରାପଡା ଫେରିଛନ୍ତି । ଅର୍ଜିତ ୨୦୧୭ ମସିହାରେ ୟୁକ୍ରେନର ‘ଉଭାନୋ ଫ୍ୟାଙ୍କିଭିସ୍କ ନ୍ୟାସନାଲ ମେଡ଼ିକାଲ ୟୁନିଭରସିଟି’ରେ ଏମବିବିଏସ ପଢିବା ପାଇଁ ଯାଇଥିଲେ । ଯୁଦ୍ଧ ଘୋଷଣା ହେବା ପରେ ସେ ଭାରତ ଫେରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ପ୍ରାଣ ବଞ୍ଚାଇବା ପାଇଁ ସେ ଓ ତାଙ୍କର ସହପାଠୀମାନେ ଉଭାନୋର ଏକ ବଙ୍କର ଭିତରେ ଲୁଚି ଯାଇଥିଲେ । ଶେଷରେ ବହୁକଷ୍ଟରେ ଅଖିଆଅପିଆ ରହି ଫେବୃଆରୀ ୨୫ ତାରିଖରେ ରୋମାନିଆ ବର୍ଡରରେ ପହଂଚିଥିଲେ । ସେଠାରୁ ରୋମାନିଆର ରାଜଧାନୀ ବୁକାରେଷ୍ଟ ଆଉ ସେଠୁ ଭାରତ ସରକାରଙ୍କ ବିମାନରେ ୨୮ ତାରିଖରେ ଦିଲ୍ଲୀରେ ପହଁଚିଲେ । ଏହାପରେ ରାଜ୍ୟ ସରକାରଙ୍କ ଯୋଗୁଁ ଦିଲ୍ଲୀରୁ ଘରକୁ ଫେରିଥିଲେ । ଘରକୁ ସୁରକ୍ଷିତଭାବେ ଫେରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଗୁ ଆଜି ସେ ଜୀବିତ ବୋଲି କହିଛନ୍ତି । ସେଥିପାଇଁ ଉଭୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଅନ୍ୟ ପଟରେ ଅର୍ଜିତଙ୍କର ଭବିଷ୍ୟତ ଏବେ ଅନ୍ଧାର ଆଡ଼କୁ ଗତି କରୁଛି । ଏବେ ସେ କ’ଣ କରିବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଶହ ଶହ ପିଲାଙ୍କ ଭବିଷ୍ୟତ ନେଇ ସରକାର ଚିନ୍ତା କରିବାର ସମୟ ଆସିଛି । ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ଭାରତ ସରକାର ସେମାନଙ୍କ ଭବିଷ୍ୟତକୁ ନେଇ କିଛି କରିବାକୁ ଅର୍ଜିତ ନିବେଦନ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର